ରାଜସ୍ଥାନ କଂଗ୍ରେସକୁ ଝଟ୍‌କା, ଦଳ ଛାଡ଼ି ଭାଜପାରେ ସାମିଲ ହେଲେ ୩୨ ତୁଙ୍ଗ ନେତା

ଜୟପୁର,୧୦ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ରବିବାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟତର ଥିବା କଂଗ୍ରେସ ନେତା ଲାଲଚାନ୍ଦ କଟାରିଆଙ୍କ ସମେତ ଦଳର ୩୨ ତୁଙ୍ଗ ନେତା ଭାଜପାରେ ସାମିଲ ହୋଇଛନ୍ତି। ଫଳରେ କଂଗ୍ରେସ୍‌କୁ ଏକ ବଡ଼ ଝଟ୍‌କା ଲାଗିଛି। ରାଜଧାନୀ ଜୟପୁରର ଭାଜପା ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ଭାଜପା ରାଜ୍ୟ ସଭାପତି ସିପି ଯୋଶୀ ଏବଂ କେନ୍ଦ୍ରମନ୍ତ୍ରୀ […] The post ରାଜସ୍ଥାନ କଂଗ୍ରେସକୁ ଝଟ୍‌କା, ଦଳ ଛାଡ଼ି ଭାଜପାରେ ସାମିଲ ହେଲେ ୩୨ ତୁଙ୍ଗ ନେତା appeared first on Dharitri Odia News.

ରାଜସ୍ଥାନ କଂଗ୍ରେସକୁ ଝଟ୍‌କା, ଦଳ ଛାଡ଼ି ଭାଜପାରେ ସାମିଲ ହେଲେ ୩୨ ତୁଙ୍ଗ ନେତା

ଜୟପୁର,୧୦ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ରବିବାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟତର ଥିବା କଂଗ୍ରେସ ନେତା ଲାଲଚାନ୍ଦ କଟାରିଆଙ୍କ ସମେତ ଦଳର ୩୨ ତୁଙ୍ଗ ନେତା ଭାଜପାରେ ସାମିଲ ହୋଇଛନ୍ତି। ଫଳରେ କଂଗ୍ରେସ୍‌କୁ ଏକ ବଡ଼ ଝଟ୍‌କା ଲାଗିଛି। ରାଜଧାନୀ ଜୟପୁରର ଭାଜପା ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ଭାଜପା ରାଜ୍ୟ ସଭାପତି ସିପି ଯୋଶୀ ଏବଂ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଏହି ନେତାଙ୍କ ଏକ ମେଗା ଯୋଗଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ରାଜସ୍ଥାନ ରାଜନୀତିରେ ଏହି ମୂଳ ପରିବର୍ତ୍ତନ ହେତୁ ରାଜନୈତିକ ସମୀକରଣ ବଦଳିଛି। କଂଗ୍ରେସ ଛାଡ଼ି ଭାଜପାରେ ଯୋଗ ଦେଇଥିବା ନେତାଙ୍କ ମଧ୍ୟରେ ନାଗପୁରର ଅନେକ ଭେଟେରାନ ନେତା ଅଛନ୍ତି। କଂଗ୍ରେସ ନେତାଙ୍କ ଏହି ମେଗା ଯୋଗଦାନକୁ ନେଇ ଭାଜପା ବେଶ୍‌ ଉତ୍ସାହିତ ଅଛି। ରାଜସ୍ଥାନର ୨୫ଟି ସିଟ୍‌ ମଧ୍ୟରୁ ୨୫ ସିଟ୍‌ ଭାଜପା ପୁଣି ଜିତିବ ବୋଲି ଜୋର୍‌ ଦେଇ କହିଛି।

The post ରାଜସ୍ଥାନ କଂଗ୍ରେସକୁ ଝଟ୍‌କା, ଦଳ ଛାଡ଼ି ଭାଜପାରେ ସାମିଲ ହେଲେ ୩୨ ତୁଙ୍ଗ ନେତା appeared first on Dharitri Odia News.