ରାତ୍ରି ଜଗୁଆଳଙ୍କ ଝିଅଙ୍କୁ ବଳାତ୍କାର, ଜେଲ ଗଲେ ସଂସ୍କୃତ ଶିକ୍ଷକ

ଦିଗପହଣ୍ଡି,୪ା୬(ଅଶେଷ ନାଥ ମିଶ୍ର)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ହାଇସ୍କୁଲର ସଂସ୍କୃତ ଶିକ୍ଷକଙ୍କୁ ପାଟପୁର ପୋଲିସ ବୁଧବାର ବଳାତ୍କାର ଅଭିଯୋଗରେ ଗିରଫ କରିଛି। ସେ ହେଲେ ମୟୁରଭଞ୍ଜ ଜିଲା ବୈଶିଙ୍ଗା ଥାନା ବେତନଟୀ ବ୍ଲକ୍‌ ଜନକଦେଇପୁର ଗ୍ରାମର ମୃତ୍ୟୁଞ୍ଜୟ ଗଣା। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଥାନା ମାମଲା ନଂ.୨୭୬/୨୫ ଅନୁଯାୟୀ ଜାମିନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ଥିବାରୁ ମୃତ୍ୟୁଞ୍ଜୟ ରାତ୍ରି ଜଗୁଆଳଙ୍କ […] The post ରାତ୍ରି ଜଗୁଆଳଙ୍କ ଝିଅଙ୍କୁ ବଳାତ୍କାର, ଜେଲ ଗଲେ ସଂସ୍କୃତ ଶିକ୍ଷକ appeared first on Dharitri Odia News.

ରାତ୍ରି ଜଗୁଆଳଙ୍କ ଝିଅଙ୍କୁ ବଳାତ୍କାର, ଜେଲ ଗଲେ ସଂସ୍କୃତ ଶିକ୍ଷକ

ଦିଗପହଣ୍ଡି,୪ା୬(ଅଶେଷ ନାଥ ମିଶ୍ର)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ହାଇସ୍କୁଲର ସଂସ୍କୃତ ଶିକ୍ଷକଙ୍କୁ ପାଟପୁର ପୋଲିସ ବୁଧବାର ବଳାତ୍କାର ଅଭିଯୋଗରେ ଗିରଫ କରିଛି। ସେ ହେଲେ ମୟୁରଭଞ୍ଜ ଜିଲା ବୈଶିଙ୍ଗା ଥାନା ବେତନଟୀ ବ୍ଲକ୍‌ ଜନକଦେଇପୁର ଗ୍ରାମର ମୃତ୍ୟୁଞ୍ଜୟ ଗଣା। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଥାନା ମାମଲା ନଂ.୨୭୬/୨୫ ଅନୁଯାୟୀ ଜାମିନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।
ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ଥିବାରୁ ମୃତ୍ୟୁଞ୍ଜୟ ରାତ୍ରି ଜଗୁଆଳଙ୍କ ଘରକୁ ନିୟମିତ ଯା’ ଆସ କରୁଥିଲେ। ସମ୍ପର୍କ ବଢିବା ପରେ ସେ ରାତ୍ରି ଜଗୁଆଳଙ୍କ ଝିଅଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ମୃତ୍ୟୁଞ୍ଜୟ ଗତ ୨୩ ତାରିଖରେ ଅନ୍ୟତ୍ର ବିବାହ କରିଥିବା ଜଣାପଡ଼ିବା ପରେ ପ୍ରତାରିତା ଯୁବତୀ ଜଣକ ପାଟପୁର ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତିକରି ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିବା ସହ ଏସଆଇ ସଲମାନ ଭୁଁୟାଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷକ ମୃତ୍ୟୁଞ୍ଜୟଙ୍କ ମୋବାଇଲ ଫୋନ ଟ୍ରାକିଂ କରାଯିବା ପରେ ସେ ବ୍ରହ୍ମପୁରରେ ଥିବା ଜଣାପଡିଥିଲା। ତଦନ୍ତକାରୀ ଅଧିକାରୀ ବ୍ରହ୍ମପୁରରୁ ତାଙ୍କୁ ଥାନାକୁ ଉଠାଇ ଆଣିଥିଲେ। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି।

The post ରାତ୍ରି ଜଗୁଆଳଙ୍କ ଝିଅଙ୍କୁ ବଳାତ୍କାର, ଜେଲ ଗଲେ ସଂସ୍କୃତ ଶିକ୍ଷକ appeared first on Dharitri Odia News.