ରାଜସ୍ଥାନ କ୍ୟାବିନେଟ୍ ମନ୍ତ୍ରୀଙ୍କ ଇସ୍ତଫା; ନିର୍ବାଚନରେ ପରାଜୟ ପରେ ରଖିଲେ ସର୍ତ୍ତ, ଛାଡ଼ିଲେ ପଦ
ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ହଲଚଲ୍ । ଭଜନଲାଲ ସରକାରରେ କିଛି ଠିକ୍ ଚାଲିନାହିଁ ? ଲୋକସଭା ନିର୍ବାଚନ ରେଜଲ୍ଟର କିଛି ଦିନ ଭିତରେ କ୍ୟାବିନେଟ୍ ମନ୍ତ୍ରୀ କିରୋରୀଲାଲ୍ ମିନା ଇସ୍ତଫା ଦେଇଛନ୍ତି । ଲୋକସଭା ନିର୍ବାଚନରେ ଦୌଶା ଆସନରେ ପରାଜୟ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । କିରୋରୀଲାଲ୍ ମିନା ନିଜେ ଇସ୍ତଫାର ରାଜ୍ ଖୋଲିଛନ୍ତି । ସେ ସମସ୍ତ ସରକାରୀ ସୁବିଧା ଠାରୁ ଦୂରେଇ ଯାଇଛନ୍ତି । ସାଧାରଣ ନିର୍ବାଚନରେ ପରାଜୟ ହେଲେ ମନ୍ତ୍ରୀ ପଦ ଛାଡ଼ିବେ ବୋଲି ସେ ସର୍ତ୍ତ ରଖିଥିଲେ । ସୂଚନା ଅନୁଯାୟୀ, କିରୋରୀଲାଲ୍ ୧୦ ଦିନ ପୂର୍ବରୁ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ ଦେଇଥିଲେ, ହେଲେ ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ କରିନାହାନ୍ତି । ଏନେଇ କିରୋରିଲାଲ୍ ଆଜି ସୂଚନା ଦେଇଛନ୍ତି । ଏହା ସହିତ ସମସ୍ତ ସରକାରୀ ସୁବିଧାରୁ ସେ ଦୂରେଇ ରହିଛନ୍ତି । ଲୋକସଭା ନିର୍ବାଚନ ବେଳେ କିରୋରୀଲାଲ୍ ମୀନା ଦୌସାର ୭ଟି ଆସନର ଦାୟିତ୍ବ ନେଇଥିଲେ । ସମସ୍ତ ସିଟ୍ରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜବାବ ମଧ୍ୟ ଦେଇଥିଲେ । ମାତ୍ର ଏଥିରୁ ୪ଟି ଆସନରେ ବିଜେପି ପରାସ୍ତ ହୋଇଥିବାରୁ ସେ ନିଜର ସର୍ତ୍ତ ରଖି କ୍ୟାବିନେଟ୍ ମିନିଷ୍ଟର ପଦ ଛାଡ଼ି ଦେଇଛନ୍ତି ।
ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ହଲଚଲ୍ । ଭଜନଲାଲ ସରକାରରେ କିଛି ଠିକ୍ ଚାଲିନାହିଁ ? ଲୋକସଭା ନିର୍ବାଚନ ରେଜଲ୍ଟର କିଛି ଦିନ ଭିତରେ କ୍ୟାବିନେଟ୍ ମନ୍ତ୍ରୀ କିରୋରୀଲାଲ୍ ମିନା ଇସ୍ତଫା ଦେଇଛନ୍ତି । ଲୋକସଭା ନିର୍ବାଚନରେ ଦୌଶା ଆସନରେ ପରାଜୟ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । କିରୋରୀଲାଲ୍ ମିନା ନିଜେ ଇସ୍ତଫାର ରାଜ୍ ଖୋଲିଛନ୍ତି । ସେ ସମସ୍ତ ସରକାରୀ ସୁବିଧା ଠାରୁ ଦୂରେଇ ଯାଇଛନ୍ତି । ସାଧାରଣ ନିର୍ବାଚନରେ ପରାଜୟ ହେଲେ ମନ୍ତ୍ରୀ ପଦ ଛାଡ଼ିବେ ବୋଲି ସେ ସର୍ତ୍ତ ରଖିଥିଲେ ।
ସୂଚନା ଅନୁଯାୟୀ, କିରୋରୀଲାଲ୍ ୧୦ ଦିନ ପୂର୍ବରୁ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ ଦେଇଥିଲେ, ହେଲେ ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ କରିନାହାନ୍ତି । ଏନେଇ କିରୋରିଲାଲ୍ ଆଜି ସୂଚନା ଦେଇଛନ୍ତି । ଏହା ସହିତ ସମସ୍ତ ସରକାରୀ ସୁବିଧାରୁ ସେ ଦୂରେଇ ରହିଛନ୍ତି ।
ଲୋକସଭା ନିର୍ବାଚନ ବେଳେ କିରୋରୀଲାଲ୍ ମୀନା ଦୌସାର ୭ଟି ଆସନର ଦାୟିତ୍ବ ନେଇଥିଲେ । ସମସ୍ତ ସିଟ୍ରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜବାବ ମଧ୍ୟ ଦେଇଥିଲେ । ମାତ୍ର ଏଥିରୁ ୪ଟି ଆସନରେ ବିଜେପି ପରାସ୍ତ ହୋଇଥିବାରୁ ସେ ନିଜର ସର୍ତ୍ତ ରଖି କ୍ୟାବିନେଟ୍ ମିନିଷ୍ଟର ପଦ ଛାଡ଼ି ଦେଇଛନ୍ତି ।