ପ୍ରତ୍ୟକ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ – ମନ୍ତ୍ରୀ

ଭୁବନେଶ୍ୱର : ଏପ୍ରିଲ ୧ ରୁ ୧୪ ତାରିଖ ଯାଏଁ ପାଳନ ହେଉଛି ଓଡ଼ିଆ ପକ୍ଷ ଇ ଏହି ଅବସରରେ ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ନାମଫଳକ ସ୍ପଷ୍ଟ ଭାବେ ଓଡ଼ିଆ ଭାଷାରେ ଲେଖିବାକୁ ନିବେଦନ କରିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଯେଉଁମାନେ ବ୍ୟବସାୟିକ ପ୍ରତିଷ୍ଠାନର ନାମଫଳକ ଓଡ଼ିଆରେ ଲେଖିନାହାନ୍ତି ସେମାନଙ୍କୁ ଓଡ଼ିଆରେ ଲେଖିବାକୁ ମନ୍ତ୍ରୀ ନିବେଦନ କରିଛନ୍ତି । ସରକାରଙ୍କ ଶ୍ରମ ଆଇନ ନ ମାନିଲେ ଆଇନ ଅନୁଯାୟୀ […]

ପ୍ରତ୍ୟକ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ – ମନ୍ତ୍ରୀ
ପ୍ରତ୍ୟକ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ - ମନ୍ତ୍ରୀ

ଭୁବନେଶ୍ୱର : ଏପ୍ରିଲ ୧ ରୁ ୧୪ ତାରିଖ ଯାଏଁ ପାଳନ ହେଉଛି ଓଡ଼ିଆ ପକ୍ଷ ଇ ଏହି ଅବସରରେ ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ନାମଫଳକ ସ୍ପଷ୍ଟ ଭାବେ ଓଡ଼ିଆ ଭାଷାରେ ଲେଖିବାକୁ ନିବେଦନ କରିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଯେଉଁମାନେ ବ୍ୟବସାୟିକ ପ୍ରତିଷ୍ଠାନର ନାମଫଳକ ଓଡ଼ିଆରେ ଲେଖିନାହାନ୍ତି ସେମାନଙ୍କୁ ଓଡ଼ିଆରେ ଲେଖିବାକୁ ମନ୍ତ୍ରୀ ନିବେଦନ କରିଛନ୍ତି । ସରକାରଙ୍କ ଶ୍ରମ ଆଇନ ନ ମାନିଲେ ଆଇନ ଅନୁଯାୟୀ ଜରିମାନା ସହ ଦଣ୍ଡ ବ୍ୟବସ୍ଥା ଗ୍ରହଣ କରାଯିବ । ଯଥାଶୀଘ୍ର ନିର୍ଭୁଲ ଭାବେ ଓଡ଼ିଆରେ ନାମଫଳକ ଲେଖିବାକୁ ମନ୍ତ୍ରୀ କହିଛନ୍ତି । ଏନେଇ ଶୁକ୍ରବାର ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ପକ୍ଷରୁ ମାଷ୍ଟର୍‌କ୍ୟାଣ୍ଟିନ ଛକରେ ଓଡ଼ିଆରେ ନାମଫଳକ ଅଭିଯାନ ସଚେତନତା ପଦଯାତ୍ରା ଆରମ୍ଭ ହୋଇଛି।

ମାତୃଭାଷା ହେଉଛି ଗୋଟିଏ ଜାତିର ଅସ୍ତିତ୍ୱ ଓ ଭବିଷ୍ୟତ । ଏଣୁ ଆମ ମାତୃଭାଷା ଓଡ଼ିଆର ବ୍ୟାପକ ପ୍ରଚାର ପ୍ରସାର ଓ ସଠିକ୍‌ ବ୍ୟବହାର ଉପରେ ବିଶେଷ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ଏପ୍ରିଲ ୧ ତାରିଖ ଓଡ଼ିଶା ଦିବସ ଠାରୁ ଏପ୍ରିଲ ୧୪ ତାରିଖ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳନ ହେଉଛି ଓଡ଼ିଆ ପକ୍ଷ । ଏହି ଅବସରରେ ରାଜ୍ୟର ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ନାମଫଳକ ସ୍ପଷ୍ଟ ଭାବେ ଓଡ଼ିଆ ଭାଷାରେ ଲେଖିବା ସୁନିଶ୍ଚିତ କରିବା ପାଇଁ ଆରମ୍ଭ ହୋଇଛି ସାରା ରାଜ୍ୟରେ ବ୍ୟାପକ ଅଭିଯାନ ।

ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ (୧୯୫୬) ଅନୁଯାୟୀ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବରେ ନାମଫଳକ ଲେଖିବା ବାଧ୍ୟତାମୂଳକ । ଏଥିରୁ ଖିଲାପକାରୀଙ୍କ ବିରୋଧରେ ମକଦ୍ଦମା ରୁଜୁ ସହ ଜରିମାନା ଆଦାୟ ଭଳି ଦଣ୍ଡବିଧାନ ରହିଛି । ଯେଉଁମାନେ ଏହି ନିୟମର ଉଲ୍ଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁମାନେ ଏପର୍ଯ୍ୟନ୍ତ ନିଜର ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖି ନାହାନ୍ତି, ସେମାନେ ଯଥାଶୀଘ୍ର ଏଥିପ୍ରତି ଯତ୍ନବାନ ହୁଅନ୍ତୁ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।