ହୋଟେଲ ଭିତରୁ ଯୁବତୀଙ୍କ ଜଳନ୍ତା ମୃତଦେହ ଉଦ୍ଧାର

ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ । ହୋଟେଲ ଭିତରୁ ଯୁବତୀଙ୍କ ଜଳନ୍ତା ମୃତଦେହ ଉଦ୍ଧାର । ରାଉରକେଲା ରେଲୱେ ଷ୍ଟେସନ ନିକଟ ଏକ ହୋଟେଲରୁ ମିଳିଲା ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଯୁବତୀଙ୍କ ବାପା ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ମୃତ ଯୁବତୀ ଜଣକ ଗତକାଲି ସକାଳେ କମ୍ପ୍ୟୁଟର କ୍ଲାସ କରିବା ପାଇଁ ଘରୁ ଆସିଥିଲେ । […]

ହୋଟେଲ ଭିତରୁ ଯୁବତୀଙ୍କ ଜଳନ୍ତା ମୃତଦେହ ଉଦ୍ଧାର
ହୋଟେଲ ଭିତରୁ ଯୁବତୀଙ୍କ ଜଳନ୍ତା ମୃତଦେହ ଉଦ୍ଧାର

ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ । ହୋଟେଲ ଭିତରୁ ଯୁବତୀଙ୍କ ଜଳନ୍ତା ମୃତଦେହ ଉଦ୍ଧାର । ରାଉରକେଲା ରେଲୱେ ଷ୍ଟେସନ ନିକଟ ଏକ ହୋଟେଲରୁ ମିଳିଲା ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଯୁବତୀଙ୍କ ବାପା ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ମୃତ ଯୁବତୀ ଜଣକ ଗତକାଲି ସକାଳେ କମ୍ପ୍ୟୁଟର କ୍ଲାସ କରିବା ପାଇଁ ଘରୁ ଆସିଥିଲେ । ତାପରେ କ୍ଲାସ ଯିବା ବଦଳରେ ଏକ ହୋଟେଲରେ ନିଜ ପୁରୁଷ ବନ୍ଧୁଙ୍କ ସହ ରହିଥିଲେ । କିଛି ଘଣ୍ଟା ପରେ ରୁମରୁ ଧୂଆଁ ବାହାରିବା ଦେଖି ହୋଟେଲ କର୍ମଚାରୀ ରୁମର କବାଟ ଭାଙ୍ଗି ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ଘଟିଥିଲା ।

ପ୍ଲାଣ୍ଟ ସାଇଟ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଯୁବତୀଙ୍କ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ପୋଲିସ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି । ମୃତ ଯୁବତୀ ଏବଂ ତାଙ୍କ ପୁରୁଷ ବନ୍ଧୁ ପୂର୍ବରୁ ମଧ୍ୟ ଅନେକ ଥର ସେହି ହୋଟେଲ ରେ ଆସି ରହିଥିବା ହୋଟେଲ କର୍ତୃପକ୍ଷ କହିଛନ୍ତି । ତେବେ ଏହି ଅଭାବନୀୟ ଘଟଣାର ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି ।