ରାଜସ୍ଥାନ: ଘର ବାରଣ୍ଡାରେ ବସିଥିବାବେଳେ ଚଢିଗଲା କାର୍, ସିସିଟିଭିରେ ଭିଡିଓ କଏଦ
ରାଜସ୍ଥାନ କୋଟା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ବଡ ଅଘଟଣ । ଦ୍ରୁତଗାମୀ କାର୍ ଧକ୍କାରେ ଜଣେ ମହିଳା ଏବଂ ୪ଟି ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି । ମେ ୮ ଅନନ୍ତପୁର ଥାନା ଅନ୍ତର୍ଗତ ରଙ୍ଗବାଡି ସ୍ଥିତ ଆହୁଜା ନଗରରେ ଏପରି ଅଘଟଣ ଦେଖିବାକୁ ମିଳିଛି । ଯାହାର ସମ୍ପର୍ଣ୍ଣ ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇ ରହିଛି । ଦୁର୍ଘଟଣାର ଭିଡିଓ ମେ ୧୦ ତାରିଖ ଦିନ ସାମ୍ନାକୁ ଆସିଥିଲା । ବର୍ତ୍ତମାନ […] The post ରାଜସ୍ଥାନ: ଘର ବାରଣ୍ଡାରେ ବସିଥିବାବେଳେ ଚଢିଗଲା କାର୍, ସିସିଟିଭିରେ ଭିଡିଓ କଏଦ appeared first on KNews Odisha.

ରାଜସ୍ଥାନ କୋଟା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ବଡ ଅଘଟଣ । ଦ୍ରୁତଗାମୀ କାର୍ ଧକ୍କାରେ ଜଣେ ମହିଳା ଏବଂ ୪ଟି ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି । ମେ ୮ ଅନନ୍ତପୁର ଥାନା ଅନ୍ତର୍ଗତ ରଙ୍ଗବାଡି ସ୍ଥିତ ଆହୁଜା ନଗରରେ ଏପରି ଅଘଟଣ ଦେଖିବାକୁ ମିଳିଛି । ଯାହାର ସମ୍ପର୍ଣ୍ଣ ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇ ରହିଛି । ଦୁର୍ଘଟଣାର ଭିଡିଓ ମେ ୧୦ ତାରିଖ ଦିନ ସାମ୍ନାକୁ ଆସିଥିଲା । ବର୍ତ୍ତମାନ ଅଲଗା ଅଲଗା ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।
ସୂଚନା ଅନୁଯାୟୀ, ମେ ୮ ତାରିଖ ଦିନ ଆହତ ମହିଳା ଏବଂ ୪ଜଣ ପିଲା ସାଇକେଲ ଧରି ରାସ୍ତାରେ ଛିଡା ହୋଇଥିଲେ । ସେହିସମୟରେ ହଠାତ୍ ସେମାନଙ୍କ ଉପରେ ଚଢିଯାଇଥିଲା ଏକ ଦ୍ରୁତଗାମୀ କାର୍ । ଚଢିଯିବା ସହିତ ସେମାନଙ୍କୁ ୧୦ଫୁଟ ଦୂର ପର୍ଯ୍ୟନ୍ତ ଟାଣି ନେଇଯାଇଥିଲା । ଚିତ୍କାର ଶୁଣି ପଡୋଶୀମାନେ ଘର ବାହାରକୁ ଦୌଡିଥିଲେ । ପରେ ପଡୋଶୀ ଗାଡି ଡ୍ରାଇଭରକୁ ଧରି ଖୁବ୍ ମାଡ ମାରିଥିଲେ । କିନ୍ତୁ ସୁଯୋଗ ପାଇ ଡ୍ରାଇଭର ସେଠାରୁ ଖସିପଳାଇଥିଲା ।
ଏପଟେ ଦୁର୍ଘଟଣାରେ ଆହତ ହୋଇଥିବା ମହିଳା ଜଣକ ହେଲେ ମା’ଇନ୍ଦ୍ରା ବାଈ ଏବଂ ୪ଜଣ ଶିଶୁ ହେଲେ ଭଣଜା ବିଭାନ(୭), ଭାଣୀଜି ୟଶିକା (୧୧), ପଡୋଶୀଙ୍କ ଝିଅ ବୈଶାଳୀ(୮) ଏବଂ ସମ୍ପର୍କୀୟ ଭଉଣୀ ଅନିଶା(୧୦) । ବର୍ତ୍ତମାନ ସେମାନଙ୍କର ଚିକିତ୍ସା ପ୍ରକ୍ରିୟା ଚାଲୁ ରହିଛି । ମହିଳା ଏବଂ ଭାଣୀଜି ୟଶିକାଙ୍କ ମୁଣ୍ଡରେ ଏବଂ ହାତରେ ଗମ୍ଭୀର ଆଘାତ ଲାଗିଛି । ୟଶିକାଙ୍କ ହାତକୁ ଦୀର୍ଘ ୫ ଘଣ୍ଟା ଧରି ଅପରେସନ କରାଯାଇଥିଲା । ମା’ଇନ୍ଦ୍ରାବାଈଙ୍କର ମଧ୍ୟ ଅପରେସନ କରାଯିବ । ଏପରି ଦୁର୍ଘଟଣା ପାଇଁ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଦୁଃଖର ବାତାବରଣ ଖେଳିଯାଇଛି ।
Also Read : ବିବାହର କେଇ ଘଣ୍ଟାରେ ସୀମାକୁ ଫେରିଲେ ବୀର ସୈନିକ, ଘରେ ଅପେକ୍ଷାରେ ନବବଧୂ
The post ରାଜସ୍ଥାନ: ଘର ବାରଣ୍ଡାରେ ବସିଥିବାବେଳେ ଚଢିଗଲା କାର୍, ସିସିଟିଭିରେ ଭିଡିଓ କଏଦ appeared first on KNews Odisha.