ବାରବାଟୀକୁ ଖେଳାଯିବ ଆଉ ଏକ ଆନ୍ତଜାତିୟ ମ୍ୟାଚ, ଆସନ୍ତା ଡିସେମ୍ବର ୯ ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ

ବାରବାଟୀକୁ ଖେଳାଯିବ ଆଉ ଏକ ଆନ୍ତଜାତିୟ ମ୍ୟାଚ ।  ଆସନ୍ତା ଡିସେମ୍ବର ମାସ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯାଇ ପାରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ।  ମିଳିଥିବା ସୂଚନା ମୁତାବକ ଆସନ୍ତା ନଭେମ୍ବର ମାସରୁ ଦକ୍ଷୀଣ ଆଫ୍ରିକା ଟିମ ଭାରତ ଭ୍ରମଣରେ ଆସିବାକୁ ଥିବା ବେଳେ ଏହି ଟୁଅରରେ ଉଭୟ ଟିମ ମଧ୍ୟରେ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ବିଶିଷ୍ଟ ଏକ ସିରିଜ ଆୟୋଜନ ହେବ […] The post ବାରବାଟୀକୁ ଖେଳାଯିବ ଆଉ ଏକ ଆନ୍ତଜାତିୟ ମ୍ୟାଚ, ଆସନ୍ତା ଡିସେମ୍ବର ୯ ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ appeared first on KNews Odisha.

ବାରବାଟୀକୁ ଖେଳାଯିବ ଆଉ ଏକ ଆନ୍ତଜାତିୟ ମ୍ୟାଚ, ଆସନ୍ତା ଡିସେମ୍ବର ୯ ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ
barabati 3

ବାରବାଟୀକୁ ଖେଳାଯିବ ଆଉ ଏକ ଆନ୍ତଜାତିୟ ମ୍ୟାଚ ।  ଆସନ୍ତା ଡିସେମ୍ବର ମାସ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯାଇ ପାରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ।  ମିଳିଥିବା ସୂଚନା ମୁତାବକ ଆସନ୍ତା ନଭେମ୍ବର ମାସରୁ ଦକ୍ଷୀଣ ଆଫ୍ରିକା ଟିମ ଭାରତ ଭ୍ରମଣରେ ଆସିବାକୁ ଥିବା ବେଳେ ଏହି ଟୁଅରରେ ଉଭୟ ଟିମ ମଧ୍ୟରେ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ବିଶିଷ୍ଟ ଏକ ସିରିଜ ଆୟୋଜନ ହେବ ।

ତେବେ ଏହି ଟି ୨୦ ସିରିଜ ମଧ୍ୟରୁ ପ୍ରଥମ ମ୍ୟାଚ ଟି ବାରବାଟୀରେ ଖେଳାଯିବା ନେଇ ସୂଚନା ରହିଛି ।  ସେପଟେ ବାରବାଟୀରେ ହେବାକୁ ଥିବା ଏହି ମ୍ୟାଚ ଖବରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।  ବାରବାଟୀକୁ ଆଉ ଏକ ଆନ୍ତଜର୍ତିୟ ମ୍ୟାଚ ଆୟୋଜନ କରାଇବା ପାଇଁ ଓସିଏ ପକ୍ଷରୁ ବିସିସିଆଇକୁ ନିବେଦନ କରାଯାଇଥିଲା, କିନ୍ତୁ କେଉଁ ମ୍ୟାଚଟି ମିଳିବ ସେନେଇ ବିସିସିଆଇ ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହିଁ ।  ଆସନ୍ତା ସୋମବାର ଦିନ ଏହାର ଘୋଷଣା କରାଯିବ ବୋଲି କହିଛନ୍ତି ଓସିଏ ସମ୍ପାଦକ  ।   ଏହା ସହିତ ଯଦି ଡିସେମ୍ବର ମାସରେ ମ୍ୟାଚ ଆସେ ତେବେ ଏହାର ଆୟୋଜନ ପାଇଁ ବହୁତ ସମୟ ଅଛି ବୋଲି ମଧ୍ୟ ସେ କହିଛନ୍ତି  ।

The post ବାରବାଟୀକୁ ଖେଳାଯିବ ଆଉ ଏକ ଆନ୍ତଜାତିୟ ମ୍ୟାଚ, ଆସନ୍ତା ଡିସେମ୍ବର ୯ ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ appeared first on KNews Odisha.