ରାଜସ୍ଥାନକୁ ୧୮୮ ରନ ଟାର୍ଗେଟ୍ ଦେଲା ଚେନ୍ନାଇ, ଫେଲ୍ ମାରିଲେ ଧୋନୀ
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ୬୨ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ। ଚଳିତ ସିଜିନରେ ଏହି ମ୍ୟାଚ୍ର କୌଣସି ଗୁରୁତ୍ଵ ନ ଥିବା ବେଳେ ଦୁଇ ଦଳ ଆତ୍ମ ସମ୍ମାନ ପାଇଁ ଲଢୁଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୮ ଓ୍ଵିକେଟ୍ ହରାଇ ୧୮୭ ରନ କରିଛି। ରାଜସ୍ଥାନ ଆଗରେ ୧୮୮ ରନ ବିଜୟ ଲକ୍ଷ୍ୟ ରହିଛି। ଆୟୁଷ ମହାତ୍ରେ ସର୍ବାଧିକ ୪୩ ରନ କରିଥିବା ବେଳେ ଡିଓ୍ଵାର୍ଲ୍ଡ ବ୍ରେଭିସ ୪୨ ରନର ଇନିଂସ ଖେଳିଛନ୍ତି। ଶେଷ ଆଡ଼କୁ ଶିବମ ଦୁବେ ୩୯ ରନର ଉପଯୋଗୀ ଇନିଂସ ଖେଳିବାରୁ ଚେନ୍ନାଇ ୧୮୭ ରନରେ ପହଞ୍ଚି ପାରିଛି। ମ୍ୟାଚ୍ରେ ମାହି ଜଲଓ୍ଵା ଦେଖିବାକୁ ମିଳିନାହିଁ। ବୋଲିଂରେ ରାଜସ୍ଥାନ ପକ୍ଷରୁ ଆକାଶ ମଧଓ୍ଵାଲ ୪ ଓଭରରେ ୨୯ ରନ ଦେଇ ୩ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଚଳିତ ସଂସ୍କରଣରେ ରାଜସ୍ଥାନ ପାଇଁ ଆଜି ହେଉଛି ଶେଷ ମ୍ୟାଚ୍। ଦଳ ଏହି ମୁକାବିଲା ଜିତି ବିଜୟର ସହ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛି। Also read: ରୋହିତ ଶର୍ମାଙ୍କୁ ଇଂଲଣ୍ଡ ଗସ୍ତରେ ନେବାକୁ ଚାହୁଁଥିଲା BCCI, ପୁଣି କ’ଣ ପାଇଁ ସନ୍ନ୍ୟାସ ନେଲେ ହିଟ୍ମ୍ୟାନ ?ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇର ଆରମ୍ଭ ନୈରାଶ୍ୟଜନକ ଥିଲା। ଦଳ ୧୨ ରନ ସ୍କୋରରେ ଦୁଇଟି ଓ୍ଵିକେଟ୍ ହରାଇଥିଲା। ଡେଭନ କନଓ୍ଵେ(୧୦) ଓ ଉର୍ଭିଲ ପଟେଲ(୦) ନିରାଶ କରିଥିଲେ। ଏହା ପରେ ଆୟୂଷ ମହାତ୍ରେ ଓ ରବିଚନ୍ଦ୍ରନ ଅଶ୍ଵି
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ୬୨ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ। ଚଳିତ ସିଜିନରେ ଏହି ମ୍ୟାଚ୍ର କୌଣସି ଗୁରୁତ୍ଵ ନ ଥିବା ବେଳେ ଦୁଇ ଦଳ ଆତ୍ମ ସମ୍ମାନ ପାଇଁ ଲଢୁଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୮ ଓ୍ଵିକେଟ୍ ହରାଇ ୧୮୭ ରନ କରିଛି। ରାଜସ୍ଥାନ ଆଗରେ ୧୮୮ ରନ ବିଜୟ ଲକ୍ଷ୍ୟ ରହିଛି। ଆୟୁଷ ମହାତ୍ରେ ସର୍ବାଧିକ ୪୩ ରନ କରିଥିବା ବେଳେ ଡିଓ୍ଵାର୍ଲ୍ଡ ବ୍ରେଭିସ ୪୨ ରନର ଇନିଂସ ଖେଳିଛନ୍ତି। ଶେଷ ଆଡ଼କୁ ଶିବମ ଦୁବେ ୩୯ ରନର ଉପଯୋଗୀ ଇନିଂସ ଖେଳିବାରୁ ଚେନ୍ନାଇ ୧୮୭ ରନରେ ପହଞ୍ଚି ପାରିଛି। ମ୍ୟାଚ୍ରେ ମାହି ଜଲଓ୍ଵା ଦେଖିବାକୁ ମିଳିନାହିଁ। ବୋଲିଂରେ ରାଜସ୍ଥାନ ପକ୍ଷରୁ ଆକାଶ ମଧଓ୍ଵାଲ ୪ ଓଭରରେ ୨୯ ରନ ଦେଇ ୩ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଚଳିତ ସଂସ୍କରଣରେ ରାଜସ୍ଥାନ ପାଇଁ ଆଜି ହେଉଛି ଶେଷ ମ୍ୟାଚ୍। ଦଳ ଏହି ମୁକାବିଲା ଜିତି ବିଜୟର ସହ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛି।
Also read: ରୋହିତ ଶର୍ମାଙ୍କୁ ଇଂଲଣ୍ଡ ଗସ୍ତରେ ନେବାକୁ ଚାହୁଁଥିଲା BCCI, ପୁଣି କ’ଣ ପାଇଁ ସନ୍ନ୍ୟାସ ନେଲେ ହିଟ୍ମ୍ୟାନ ?
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇର ଆରମ୍ଭ ନୈରାଶ୍ୟଜନକ ଥିଲା। ଦଳ ୧୨ ରନ ସ୍କୋରରେ ଦୁଇଟି ଓ୍ଵିକେଟ୍ ହରାଇଥିଲା। ଡେଭନ କନଓ୍ଵେ(୧୦) ଓ ଉର୍ଭିଲ ପଟେଲ(୦) ନିରାଶ କରିଥିଲେ। ଏହା ପରେ ଆୟୂଷ ମହାତ୍ରେ ଓ ରବିଚନ୍ଦ୍ରନ ଅଶ୍ଵିନ ୩ୟ ଓ୍ଵିକେଟ୍ ପାଇଁ ୫୬ ରନ ଯୋଡ଼ିଥିଲେ। ମହାତ୍ରେ ବିସ୍ଫୋରକ ବ୍ୟାଟିଂ କରି ୨୦ ବଲରୁ ୮ ଚୌକା ଓ ୧ ଛକା ସହ ୪୩ ରନ କରିଥିଲେ। ଅଶ୍ଵିନ ୧୩ ରନ ଓ ରବୀନ୍ଦ୍ର ଜାଡେଜା ମାତ୍ର ୧ ରନ କରି ପାଭିଲିୟନ ଫେରିଥିଲେ।

୭୮ ରନରେ ୫ ଓ୍ଵିକେଟ୍ ହରାଇ ମୁସ୍କିଲରେ ଥିବା ଚେନ୍ନାଇକୁ ନିମ୍ନମଧ୍ୟ କ୍ରମରେ ସମ୍ଭାଳିଥିଲେ ଡେଓ୍ଵର୍ଡ ବ୍ରେଭିସ ଓ ଶିବମୁ ଦୁବେ। ଦୁଇ ବ୍ୟାଟର ଦମଦାର ବ୍ୟାଟିଂ କରି ଷଷ୍ଠ ଓ୍ଵିକେଟ୍ ଭାଗିଦାରୀରେ ୫୯ ରନ ଯୋଡ଼ି ଦଳର ସ୍କୋରକୁ ୧୩୭ ରନରେ ପହଞ୍ଚାଇଥିଲେ। ବ୍ରେଭିସ ୨୫ ବଲରୁ ୪୨ ରନ କରି ପାଭିଲିୟନ ଫେରିଥିଲେ। ତେବେ କ୍ରିଜରେ ଥିବା ଦୁବେ ୩୯ ରନ କରିଥିଲେ ହେଁ ୩୨ ବଲ୍ ଖେଳିଥିଲେ। ଶେଷ ଆଡ଼କୁ ଧୋନୀ ୧୭ ବଲରୁ କେବଳ ୧୬ ରନ କରିବାକୁ ଚେନ୍ନାଇର ସ୍କୋର ୧୮୭ ରନରେ ସୀମିତ ରହିଥିଲା।
ବୋଲିଂରେ ରାଜସ୍ଥାନ ପକ୍ଷରୁ ଆକାଘ ମଧଓ୍ଵାଲ ୪ ଓଭରରେ ୨୯ ରନ ଦେଇ ୩ଟି ଓ୍ଵିକେଟ୍ ଅକ୍ତିକାର କରିଥିଲେ। ଯୁଦ୍ଧବୀର ସିଂ ୩ ଓ୍ଵିକେଟ୍ ନେଇଥିଲେ ହେଁ ୪୭ ରନ ବ୍ୟୟ କରିଛନ୍ତି।