ସୋମବାର ମହାକୁମ୍ଭରେ ପବିତ୍ର ସ୍ନାନ କରିବେ ମହାମହିମ, ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ ୯/୨: ସୋମବାର ଅର୍ଥାତ ଆସନ୍ତାକାଲି ମହାକୁମ୍ଭ ଯିବେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସକାଳେ ପ୍ରୟାଗରାଜର ପବିତ୍ର ଜଳର ତ୍ରିବେଣୀ ସଂଗମରେ ଯାଇ ସ୍ନାନ କରିବା ସହ ବୁଡ ପକାଇବେ ଦୌପଦୀ ମୁର୍ମୁ । ଏହି ଅବସରରେ ମହାମହିମ ସେଠାରେ ୮ ଘଣ୍ଟା ରହିବେ । ଏହା ସହ ରାଷ୍ଟ୍ରପତି ବଡ ହନୁମାନ ମନ୍ଦିରରେ ପୂଜା କରିବା ସହ ଦର୍ଶନ କରିବେ । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରହିବେ । ଏଥିସହ ରାଷ୍ଟ୍ରପତି ଡିଜିଟାଲ ମହାକୁମ୍ଭ କେନ୍ଦ୍ରର ଅନାବରଣ କରିବେ ।ଏଥିରେ ମହାକୁମ୍ଭ ସମ୍ବଦ୍ଧରେ  ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।  