ରାଜୁ ମଣ୍ଡଳ ପାଖକୁ ମଧ୍ୟ ଏସିଆରୁ ଆସୁଥିଲା ଅଧିକାଂଶ କଲ, ବଡ଼ ଖୁଲାସା କଲେ ଭୁବନେଶ୍ବର ଡିସିପି
ଭୁବନେଶ୍ବର : ସିମ୍ ବକ୍ସ ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ଭୁବନେଶ୍ବର ଡିସିପି ବଡ଼ ଖୁଲାସା କରିଛନ୍ତି। ରାଜୁ ମଣ୍ଡଳ ପାଖକୁ ମଧ୍ୟ ଏସିଆରୁ ଅଧିକାଂଶ କଲ ଆସୁଥିଲା । ଏ ଯାଏ ହୋଇଥିବା ସିମ୍ ଅନାଲିସିସରୁ ଏହି ସୂଚନା ମିଳିଛି। ଆହୁରି ଅନେକ କଲର ଯାଞ୍ଚ ଚାଲିଛି। ଏଥି ସହିତ ମିଳିଥିବା ସବୁ ସିମ୍ କାର୍ଡ ଫେକ୍ ଥିଲା ବୋଲି ଏଯାଏ ତଦନ୍ତରୁ ଜଣାପଡିଛି। ପୁଲିସର ଏକ ସ୍ଵତନ୍ତ୍ର ଟିମ୍ ମଧ୍ୟ ପଶ୍ଚିମବଙ୍ଗ ଯିବ। […]

ଭୁବନେଶ୍ବର : ସିମ୍ ବକ୍ସ ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ଭୁବନେଶ୍ବର ଡିସିପି ବଡ଼ ଖୁଲାସା କରିଛନ୍ତି। ରାଜୁ ମଣ୍ଡଳ ପାଖକୁ ମଧ୍ୟ ଏସିଆରୁ ଅଧିକାଂଶ କଲ ଆସୁଥିଲା । ଏ ଯାଏ ହୋଇଥିବା ସିମ୍ ଅନାଲିସିସରୁ ଏହି ସୂଚନା ମିଳିଛି। ଆହୁରି ଅନେକ କଲର ଯାଞ୍ଚ ଚାଲିଛି।
ଏଥି ସହିତ ମିଳିଥିବା ସବୁ ସିମ୍ କାର୍ଡ ଫେକ୍ ଥିଲା ବୋଲି ଏଯାଏ ତଦନ୍ତରୁ ଜଣାପଡିଛି। ପୁଲିସର ଏକ ସ୍ଵତନ୍ତ୍ର ଟିମ୍ ମଧ୍ୟ ପଶ୍ଚିମବଙ୍ଗ ଯିବ। ରାଜୁର ଗାଁ ୨୪ପ୍ରଗଣା ଯାଇସେଠାରେ ଫେକ୍ ସିମ୍ର ଯାଞ୍ଚ କରିବ। ଏନେଇ ପଶ୍ଚିମବଙ୍ଗ ପୁଲିସ ସହ ଯୋଗାଯୋଗ କରିଛି କମିଶନରେଟ ପୁଲିସ । ଫେକ୍ ପରିଚୟ ପତ୍ର ଦେଇ ସିମ୍ ମିଳିଛି। ସେ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ପଶ୍ଚିମ ବଙ୍ଗ ସରକାରଙ୍କୁ ମଧ୍ୟ ଚିଠି ଲେଖାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ସିମ୍ ବକ୍ସ ଜବତ ହୋଇଛି ସେସବୁ ଚୀନ୍ରେ ତିଆରି ହୋଇଥିବା ଜଣାପଡିଛି। ଏହା ଚୋରା ଚାଲାଣ ହୋଇ ଓଡ଼ିଶା ଆସୁଥିଲା।
ଅନ୍ୟପଟେ ରାଜୁ ଯେଉଁ ହୋଟେଲରେ ରହୁଥିଲା ସେଠାରୁ କିଛି ତଥ୍ୟ ମିଳିନି। ହେଲେ ତାହା ପୂର୍ବରୁ ବି ରାଜୁ ରାଜଧାନୀର ଅନ୍ୟ ହୋଟେଲରେ ରହିଛି ବୋଲି ଜଣାପଡିଛି।ଯେଉଁ ହୋଟେଲରେ ରାଜୁ ରହିଛି ସେହି ହୋଟେଲକୁ ପୁଲିସ ପକ୍ଷରୁ ବିଦେଶୀଙ୍କ ପାଇଁ ଉଦ୍ଦିଷ୍ଟ C ଫର୍ମ ମଗାଯାଇଥିଲା। ହେଲେ ସେମାନେ ଦେଇନାହାନ୍ତି, ଯାହାକୁ ନେଇ ପୁଲିସ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି।
ଏଥି ସହିତ ସିମ୍ ବକ୍ସ ମାମଲାର ମୁଖ୍ୟ ଅଭିଯୁକ୍ତ ଆସାଦୁର ଜମାନର ପାସପୋର୍ଟ ମିଳିଛି।ବାଂଲାଦେଶର ଢାକାରେ ରହି ଭୁବନେଶ୍ୱର, କଟକ ଓ ରାଞ୍ଚିରେ ନିଜର ସିଣ୍ଡିକେଟ ଚଳାଉଥିବା ଆସାଦୁର ଜମାନ ଓଡ଼ିଶା ଆସିଥିଲା। ଏନେଇ ଇମିଗ୍ରେସନରୁ ଅଧିକ ତଥ୍ୟ ମାଗିଛି ପୁଲିସ। ଏନେଇ ଅଧିକ ତଥ୍ୟ ପାଇଁ ତଦନ୍ତ ହେଉଛି। ରାଜୁ ଦେଇଥିବା ଲିଡକୁ ନେଇ କମିଶନରେଟ ପୁଲିସ ର ସ୍ଵତନ୍ତ୍ର ଟିମ ଅନ୍ୟ ରାଜ୍ୟରେ ତଦନ୍ତ କରିବା ସହ NIA, CBI ସହ ଯୋଗାଯୋଗରେ ରହିଛି ବୋଲି ଭୁବନେଶ୍ବର ଡିସିପି କହିଛନ୍ତି।