ରାଜେନ୍ଦ୍ର ନଗରରେ ବ୍ୟାପିଲା ଜଣ୍ଡିସ୍, ଦୂଷିତ ପାଣିକୁ ଦାୟୀ କଲେ ଲୋକେ
କଟକ ୧୦/୦୪: କଟକ ସହରରେ ନାଲି ଆଖି ଦେଖାଇବାରେ ଲାଗିଛି ଜଣ୍ଡିସ । ଜଣକ ପରେ ଜଣେ ଆକ୍ରାନ୍ତ ବଢ଼ୁଥିବାରୁ ଚିନ୍ତା ବଢିଛି ୫୨ ନମ୍ବର ୱାର୍ଡ ରାଜେନ୍ଦ୍ର ନଗର ବାସିନ୍ଦାଙ୍କର।ଏହାକୁ ମୁକାବିଲା କରିବା ପାଇଁ ସିଏମ୍ସି ସ୍ବାସ୍ଥ୍ୟ ବିଭାଗର ମୋବାଇଲ୍ ୟୁନିଟ୍ ସେଠାରେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାରେ ଲାଗିଛି । ସୂଚନା ଥାଉକି, କଟକ ସହରର ୫୨ ନମ୍ବର୍ ୱାର୍ଡ ରାଜେନ୍ଦ୍ର ନଗର ବସ୍ତି ଅଞ୍ଚଳରେ କିଛି ଦିନ ହେବ ଜଣ୍ଡିସ ରୋଗୀ ମାନଙ୍କର ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । କେବଳ ମଙ୍ଗଳା ମନ୍ଦିର ପାଖ ପୋଷ୍ଟ ଅଫିସ ଲେନ୍ରୁ ପୂର୍ବରୁ ୧୧ ଜଣ ସ୍ଥାନୀୟ ବାସୀନ୍ଦା ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଟ୍ୟାପ୍ରେ ଆସୁଥିବା ଦୂଷିତ ପାଣି ପିଇ ଜଣ୍ଡିସ ବ୍ୟାପିଛି ବ୍ୟାପିଛି।ଗଲା ମାସେ ହେଲା ଦୂଷିତ ଓ ଦୁର୍ଗନ୍ଧ ପାଣି ଆସୁଥିଲେ ବି ସିଏମସି କୌଣସି ପଦକ୍ଷେପ ନେଇନଥିଲା । ଫଳରେ ଗଲା ୧୫ ଦିନ ମଧ୍ୟରେ ୨୫ ରୁ ଉର୍ଦ୍ଧ୍ୱ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ । ସେପଟେ ଘଟଣାକୁ ଗୁରୁତର ସହ ନେଇ ୱାଟକୋର ବରିଷ୍ଠ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ସ୍ଥାନରେ ପାଇପ ଲାଇନ ବଦଳେଇବା ଓ ପାଣିର ନମୁନା ସଂଗ୍ରହ କରି ଲାବରୋଟୋରିକୁ ପଠାଇଛନ୍ତି । ତେବେ ଜଣ୍ଡିସ ବ୍ୟାପିବାର ନିର୍ଦ୍ଦିଷ୍ଟ କାରଣ ଜଣା ପଡ଼ିନାହିଁ । ଜଣ୍ଡିସ ବ୍ୟାପୁଥିବା ଜାଣିବା ପରେ ସଜାଗ ହୋଇଛି ମହାନଗର
କଟକ ୧୦/୦୪: କଟକ ସହରରେ ନାଲି ଆଖି ଦେଖାଇବାରେ ଲାଗିଛି ଜଣ୍ଡିସ । ଜଣକ ପରେ ଜଣେ ଆକ୍ରାନ୍ତ ବଢ଼ୁଥିବାରୁ ଚିନ୍ତା ବଢିଛି ୫୨ ନମ୍ବର ୱାର୍ଡ ରାଜେନ୍ଦ୍ର ନଗର ବାସିନ୍ଦାଙ୍କର।ଏହାକୁ ମୁକାବିଲା କରିବା ପାଇଁ ସିଏମ୍ସି ସ୍ବାସ୍ଥ୍ୟ ବିଭାଗର ମୋବାଇଲ୍ ୟୁନିଟ୍ ସେଠାରେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାରେ ଲାଗିଛି ।
ସୂଚନା ଥାଉକି, କଟକ ସହରର ୫୨ ନମ୍ବର୍ ୱାର୍ଡ ରାଜେନ୍ଦ୍ର ନଗର ବସ୍ତି ଅଞ୍ଚଳରେ କିଛି ଦିନ ହେବ ଜଣ୍ଡିସ ରୋଗୀ ମାନଙ୍କର ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । କେବଳ ମଙ୍ଗଳା ମନ୍ଦିର ପାଖ ପୋଷ୍ଟ ଅଫିସ ଲେନ୍ରୁ ପୂର୍ବରୁ ୧୧ ଜଣ ସ୍ଥାନୀୟ ବାସୀନ୍ଦା ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଟ୍ୟାପ୍ରେ ଆସୁଥିବା ଦୂଷିତ ପାଣି ପିଇ ଜଣ୍ଡିସ ବ୍ୟାପିଛି ବ୍ୟାପିଛି।ଗଲା ମାସେ ହେଲା ଦୂଷିତ ଓ ଦୁର୍ଗନ୍ଧ ପାଣି ଆସୁଥିଲେ ବି ସିଏମସି କୌଣସି ପଦକ୍ଷେପ ନେଇନଥିଲା । ଫଳରେ ଗଲା ୧୫ ଦିନ ମଧ୍ୟରେ ୨୫ ରୁ ଉର୍ଦ୍ଧ୍ୱ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ ।
ସେପଟେ ଘଟଣାକୁ ଗୁରୁତର ସହ ନେଇ ୱାଟକୋର ବରିଷ୍ଠ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ସ୍ଥାନରେ ପାଇପ ଲାଇନ ବଦଳେଇବା ଓ ପାଣିର ନମୁନା ସଂଗ୍ରହ କରି ଲାବରୋଟୋରିକୁ ପଠାଇଛନ୍ତି । ତେବେ ଜଣ୍ଡିସ ବ୍ୟାପିବାର ନିର୍ଦ୍ଦିଷ୍ଟ କାରଣ ଜଣା ପଡ଼ିନାହିଁ । ଜଣ୍ଡିସ ବ୍ୟାପୁଥିବା ଜାଣିବା ପରେ ସଜାଗ ହୋଇଛି ମହାନଗର ସ୍ୱାସ୍ଥ୍ୟ ବିଭାଗ।
ଉକ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ବିଭିନ୍ନ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷ କରିବା ସହ ରକ୍ତ ନମୁନା ସଂଗ୍ରହ କରିଛି । ଏହାସହ ଆଶା, ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟ ବିଭାଗ ର ଏକ ମୋବାଇଲ୍ ଟିମ ଘରକୁ ଘର ବୁଲି ହାଲୋଜେନ ବଟିକା ବାଣ୍ଟିବା ସହ ସଚେତନତା ପରାମର୍ଶ ଦେଇଛନ୍ତି । ସେହିଭଳି ବର୍ତ୍ତମାନ ଏହି ଜଣ୍ଡିସ ର ସ୍ଥିତି ରେ ସୁଧାର ଆସିଛି। ସ୍ଥିତି ନିୟନ୍ତ୍ରଣ ଥିବା କଥା କହିଛନ୍ତି ସି ଏମ୍ ସି ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ।