ରାଜେନ୍ଦ୍ରଙ୍କୁ ନେଇ ବଢିଲା ବିଦ୍ରୋହ:୫ ପଞ୍ଚାୟତର ବିଜେଡ଼ି କର୍ମୀ ଏକାଠି ହୋଇ କଲେ ବିରୋଧ
ସମ୍ବଲପୁର : ବିଜେଡିରେ ଦେଖା ଦେଇଛି ଅସନ୍ତୋଷ ।କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ବିଧାୟକ କିଶୋର ନାଏକଙ୍କ ଟିକେଟ କାଟି କଂଗ୍ରେସ ଦଳ ଛାଡ଼ି ନୂତନ ଭାବେ ବିଜେଡିରେ ଯୋଗଦାନ କରିଥିବା ରାଜେନ୍ଦ୍ର ଛତ୍ରିଆଙ୍କୁ ଆଗାମୀ ନିର୍ବାଚନ ପାଇଁ ଟିକେଟ ଦେଇଛି ବିଜେଡ଼ି। ଏନେଇ ବର୍ତ୍ତମାନ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିରୋଧାଭାସ ଦେଖାଯାଉଛି। ତେବେ ଆଜି କୁଲୁଣ୍ଡି, ଖର୍ସନମାଲ, ମୁଣ୍ଢେନପାଲି, ଚକୁଲିଆବାହାଲ ଓ ବଡ଼ରମା ଗ୍ରାମପଞ୍ଚାୟତର ପ୍ରାୟ ୫୦୦ ବିଜେଡ଼ି କର୍ମୀମାନେ ଏକାଠି ହୋଇ ଖର୍ସନମାଲ […] The post ରାଜେନ୍ଦ୍ରଙ୍କୁ ନେଇ ବଢିଲା ବିଦ୍ରୋହ:୫ ପଞ୍ଚାୟତର ବିଜେଡ଼ି କର୍ମୀ ଏକାଠି ହୋଇ କଲେ ବିରୋଧ appeared first on Odisha.News.

ସମ୍ବଲପୁର : ବିଜେଡିରେ ଦେଖା ଦେଇଛି ଅସନ୍ତୋଷ ।କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ବିଧାୟକ କିଶୋର ନାଏକଙ୍କ ଟିକେଟ କାଟି କଂଗ୍ରେସ ଦଳ ଛାଡ଼ି ନୂତନ ଭାବେ ବିଜେଡିରେ ଯୋଗଦାନ କରିଥିବା ରାଜେନ୍ଦ୍ର ଛତ୍ରିଆଙ୍କୁ ଆଗାମୀ ନିର୍ବାଚନ ପାଇଁ ଟିକେଟ ଦେଇଛି ବିଜେଡ଼ି। ଏନେଇ ବର୍ତ୍ତମାନ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିରୋଧାଭାସ ଦେଖାଯାଉଛି। ତେବେ ଆଜି କୁଲୁଣ୍ଡି, ଖର୍ସନମାଲ, ମୁଣ୍ଢେନପାଲି, ଚକୁଲିଆବାହାଲ ଓ ବଡ଼ରମା ଗ୍ରାମପଞ୍ଚାୟତର ପ୍ରାୟ ୫୦୦ ବିଜେଡ଼ି କର୍ମୀମାନେ ଏକାଠି ହୋଇ ଖର୍ସନମାଲ ଗ୍ରାମପଞ୍ଚାୟତର ଟାଙ୍ଗରପାଲି ପଡ଼ିଆରେ ଏକ ବିରୋଧ ସଭା ଆୟୋଜିତ କରିଥିଲେ। ଧୀରେନ୍ଦ୍ର ଶର୍ମା, କୈଳାସ ସାହୁ ଓ ସୁବ୍ରତ କିସାନଙ୍କ ନେତୃତ୍ଵରେ ଆୟୋଜିତ ଏହି ବୈଠକରେ ରାଜେନ୍ଦ୍ର ଛାତ୍ରିଆଙ୍କୁ ତୀବ୍ର ବିରୋଧ କରି ବବି ଦାସ ଜିନ୍ଦାବାଦ, ରାଜେନ୍ଦ୍ର ଛତ୍ରିଆ ଗୋ ବ୍ୟାକ୍ ସ୍ଲୋଗାନରେ ସଭାସ୍ଥଳୀ କମ୍ପି ଉଠିଥିଲା। ଆୟୋଜିତ ସଭାରେ କର୍ମୀମାନେ ବବି ଦାସଙ୍କୁ ସମ୍ୱଲପୁର ଲୋକସଭା ପ୍ରାର୍ଥୀ ରୂପେ ପାଇ ଅତ୍ୟନ୍ତ ଖୁସି ହୋଇଥିବାବେଳେ ରାଜେନ୍ଦ୍ର ଛାତ୍ରିଆଙ୍କ ବଦଳରେ ଦଳ ଅନ୍ୟ ଯାହାକୁ ବି ଟିକେଟ ଦେଲେ ସେମାନେ ସମସ୍ତେ ସମର୍ଥନ କରିବେ ବୋଲି କହିଛନ୍ତି। ଆଜିର ଏହି ବିରୋଧ ବୈଠକରେ ସମ୍ୱଲପୁର ବିଜେଡ଼ି ସାଧାରଣ ସମ୍ପାଦକ ଧୀରେନ୍ଦ୍ର ଶର୍ମା, କୁଲୁଣ୍ଡି ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବ୍ରତ କିସାନଙ୍କ ସମେତ କୈଳାସ ସାହୁ, ରାଜା ପଧାନ, ଲିଙ୍ଗରାଜ ପଧାନ, ବିବେକା ପଧାନ, ପ୍ରକାଶ ତାଣ୍ଡିଆ, ସରୋଜ ପଟେଲ, ରାଜକିଶୋର ସାହୁ, ସରୋଜ ନାଏକ, ଗଣେଶ ବାଘ, ଅଭିଳାଷ ପଣ୍ଡା, ନାନୁ ପଧାନ, ପ୍ରଫୁଲ୍ଲ ଦାସ, ମନ୍ମଥ ଓରାମ, ଇନ୍ଦ୍ରଦ୍ୟୁମ୍ନ ଦେହୁରୀ, କୃଷ୍ଣକାନ୍ତ ଗୌଡ ପ୍ରମୁଖ ବହୁ କର୍ମୀ ଯୋଗଦାନ କରିଥିଲେ।ତେବେ ଏହାକୁ ନେଇ ରାଜେନ୍ଦ୍ର ଛତ୍ରିଆଙ୍କ କୌଣସୀ ପ୍ରତିକ୍ରିୟା ମିଳି ପାରିନାହିଁ।
The post ରାଜେନ୍ଦ୍ରଙ୍କୁ ନେଇ ବଢିଲା ବିଦ୍ରୋହ:୫ ପଞ୍ଚାୟତର ବିଜେଡ଼ି କର୍ମୀ ଏକାଠି ହୋଇ କଲେ ବିରୋଧ appeared first on Odisha.News.