ରାଜ୍ଯ କ୍ଯାବିନେଟରେ ୨୭ ପ୍ରସ୍ତାବରେ ବାଜିଲା ମୋହର
ଭୁବନେଶ୍ବର: ରାଜ୍ଯ କ୍ଯାବିନେଟରେ ୨୭ ପ୍ରସ୍ତାବକୁ ବାଜିଛି ମୋହର । ମୁଖ୍ଯମନ୍ତ୍ରୀ ମତ୍ସ୍ଯଜୀବୀ କଲ୍ଯାଣ ଯୋଜନାକୁ କ୍ଯାବିନେଟ ଆଜି ଅନୁମୋଦନ... The post ରାଜ୍ଯ କ୍ଯାବିନେଟରେ ୨୭ ପ୍ରସ୍ତାବରେ ବାଜିଲା ମୋହର appeared first on .
ଭୁବନେଶ୍ବର: ରାଜ୍ଯ କ୍ଯାବିନେଟରେ ୨୭ ପ୍ରସ୍ତାବକୁ ବାଜିଛି ମୋହର । ମୁଖ୍ଯମନ୍ତ୍ରୀ ମତ୍ସ୍ଯଜୀବୀ କଲ୍ଯାଣ ଯୋଜନାକୁ କ୍ଯାବିନେଟ ଆଜି ଅନୁମୋଦନ କରିଛି । ୨୦୨୩-୨୪ ଆର୍ଥୀକ ବର୍ଷରେ ୪୪୮ କୋଟିଟଙ୍କା କାର୍ଯ୍ଯକାରୀ ହେବ। ଯୋଜନାରେ ୧୧ ହଜାର ମହିଳା ଏସଏଜଜିଙ୍କ ସମେତ ୫୦ ହଜାର ମତ୍ସ୍ଯଜୀବୀ ଉପକୃତ ହେବେ। ମାଆ ସମଲେଶ୍ବରୀ ମନ୍ଦିରର ଯୋଜନା କାର୍ଯ୍ଯ କାରିତା ବୃଦ୍ଧିକୁ କ୍ଯାବିନେଟ ମୋହର ମାରିଛି । ଏହା ୨୦୨୧-୨୨ରୁ ବଢି ୨୦୨୪-୨୫ ପର୍ଯ୍ଯନ୍ତ ଜାରି ରହିବ। ସେହିପରି ପ୍ରଭୁ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ଯକରଣ ଏକାମ୍ର ପ୍ରକଳ୍ପର ଅବଧି ୨୦୨୪-୨୫ ପର୍ଯ୍ଯନ୍ତ ବୃଦ୍ଧି କରାଯାଇଛି । ମାଳତି ପ୍ରାକ ବିଦ୍ଯାଳୟ ପରିଧାନ ଯୋଜନାକୁ ୨୦୨୬-୨୭ ପର୍ଯ୍ଯନ୍ତ ବୃଦ୍ଧି କରାଯାଇଛି। ଏଥିରେ ୩ରୁ ୬ ବର୍ଷ ଶିଶୁ ମାନଙ୍କୁ ପୋଷାକ, ଜୋତା, ମୋଜା ଓ ସ୍ବିଟର ଦିଆଯାଉଛି । ସେହିପରି ସ୍କୁଲରେ ପ୍ରଚଳିତ ଖୁସି ଯୋଜନାକୁ ଖୁସି ପ୍ଲସକୁ ବିସ୍ତାର କରାଯାଇଛି। ଏହାଦ୍ବାରା ରାଜ୍ଯର ୩୦ଟି ଜିଲ୍ଲାରେ ସାନିଟାରୀ ନାପକିନକୁ ମାଗଣାରେ ମହାଳାମାନଙ୍କୁ ପ୍ରସବ ଓ ଗର୍ଭପାତ ନିମନ୍ତେ ଯୋଗାଇ ଦିଆଯିବାର ବ୍ଯବସ୍ଥା କରାଯାଇଛି। ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ସହ ସୋନପୁର ଜିଲ୍ଲାର ବୀରମହାରାଜପୁରକୁ ସଂଯୋଗ ପାଇଁ ମହାନଦୀ ଉପରେ ଦ୍ବତୀୟ ଉଚ୍ଚସେତୁ ନିର୍ମାଣ ପାଇଁ କ୍ଯାବିନେଟ ମୋହର ମାରିଛି।
The post ରାଜ୍ଯ କ୍ଯାବିନେଟରେ ୨୭ ପ୍ରସ୍ତାବରେ ବାଜିଲା ମୋହର appeared first on .