ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିଯୁକ୍ତ ହେଲେ ସନ୍ଥନଗୋପାଲନ

ସନ୍ଥନଗୋପାଲନଙ୍କ ନିଯୁକ୍ତି ନେଇ ଇସିଆଇ ଅଫିସରୁ ବିଜ୍ଞପ୍ତି ହୋଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିଯୁକ୍ତ ହେଲେ ସନ୍ଥନଗୋପାଲନ

ଆର୍ ସନ୍ଥନଗୋପାଲନ ହେଲେ ନୂଆ ସିଇଓ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିଯୁକ୍ତ ହେଲେ ସନ୍ଥନଗୋପାଲନ। ପୂର୍ବତନ ସିଇଓ ନିକୁଞ୍ଜ ବିହାରୀ ଧଳଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିଛି । ୨୦୦୧ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ସନ୍ଥନଗୋପାଲନ । ସନ୍ଥନଗୋପାଲନଙ୍କ ନିଯୁକ୍ତି ନେଇ ଇସିଆଇ ଅଫିସରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ତେବେ ଏହା ପୂର୍ବରୁ ସିିିଇଓ ଥିବା ନିକୁଞ୍ଜ ବିହାରୀ ଧଳଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିବା ପରେ, ରାଜ୍ୟର ନୂଆ ସିଇଓ କିଏ ହେବ, ତାକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା। ଆଉ ଶେଷରେ ୨୦୦୧ ବ୍ୟାଚର ଏହି ଆଇଏଏସ୍ ଅଫିସରଙ୍କୁ ମିଳିଛି ଏହି ଗୁରୁ ଦାୟିତ୍ୱ ।