ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୯ ରାଜ୍ୟର ୧୨ ଆସନ ପାଇଁ ହେବ ନିର୍ବାଚନ
ଭୁବନେଶ୍ୱର,୧୪।୮: ରାଜ୍ୟ ସଭା ନିର୍ବାଚନ ପାଇଁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୯ ରାଜ୍ୟର ୧୨ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆଜିଠୁ ପ୍ରାର୍ଥୀମାନେ ନାମାଙ୍କ ପତ୍ର ଦାଖଲ କରିପାରିବେ। ଅଗଷ୍ଟ ୨୧ରେ ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବାବେଳେ ଅଗଷ୍ଟ ୨୭ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ରହିଛି। ସେପ୍ଟେମ୍ବର ୩ରେ ଭୋଟିଂ ହେବ ଏବଂ ସେହି ଦିନ ଫଳାଫଳ ପ୍ରକାଶ ପାଇବ। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା […] The post ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୯ ରାଜ୍ୟର ୧୨ ଆସନ ପାଇଁ ହେବ ନିର୍ବାଚନ appeared first on Dharitri Odia News.
ଭୁବନେଶ୍ୱର,୧୪।୮: ରାଜ୍ୟ ସଭା ନିର୍ବାଚନ ପାଇଁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୯ ରାଜ୍ୟର ୧୨ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆଜିଠୁ ପ୍ରାର୍ଥୀମାନେ ନାମାଙ୍କ ପତ୍ର ଦାଖଲ କରିପାରିବେ। ଅଗଷ୍ଟ ୨୧ରେ ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବାବେଳେ ଅଗଷ୍ଟ ୨୭ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ରହିଛି। ସେପ୍ଟେମ୍ବର ୩ରେ ଭୋଟିଂ ହେବ ଏବଂ ସେହି ଦିନ ଫଳାଫଳ ପ୍ରକାଶ ପାଇବ। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦେଇଛି।
ଓଡ଼ିଶାର ଗୋଟିଏ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ମମତା ମହାନ୍ତଙ୍କ ଇସ୍ତଫା ପରେ ଏହି ଆସନଟି ଖାଲିପଡିଛି।
The post ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୯ ରାଜ୍ୟର ୧୨ ଆସନ ପାଇଁ ହେବ ନିର୍ବାଚନ appeared first on Dharitri Odia News.