ରାଜ୍ୟ ସଭା ରେସ୍ରେ ମନମୋହନ! ଚର୍ଚ୍ଚା ମଧ୍ୟରେ ଦେଲେ ବଡ଼ ବୟାନ
ଭୁବନେଶ୍ୱର,୬।୧୨: କିଏ ଯିବେ ରାଜ୍ୟ ସଭା ଚର୍ଚ୍ଚା ମଧ୍ୟରେ ମନମୋହନ ସାମଲ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସଭା ରେସ୍ରେ ମୁଁ ଆଦୌ ନାହିଁ । ଏ ଚର୍ଚ୍ଚା କପୋଳକଳ୍ପିତ। ରାଜ୍ୟ ସଭା କିଏ ଯିବେ ତାହା ଭାଜପା ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବେ। ରାଜ୍ୟ ସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡିଛି। ଆସନ୍ତା ୨୦ରେ ନିର୍ବାଚନ ହେବ। ଏଥିପାଇଁ ନାମାଙ୍କନ ପତ୍ରର ଶେଷ ତାରିଖ […] The post ରାଜ୍ୟ ସଭା ରେସ୍ରେ ମନମୋହନ! ଚର୍ଚ୍ଚା ମଧ୍ୟରେ ଦେଲେ ବଡ଼ ବୟାନ appeared first on Dharitri Odia News.
ଭୁବନେଶ୍ୱର,୬।୧୨: କିଏ ଯିବେ ରାଜ୍ୟ ସଭା ଚର୍ଚ୍ଚା ମଧ୍ୟରେ ମନମୋହନ ସାମଲ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସଭା ରେସ୍ରେ ମୁଁ ଆଦୌ ନାହିଁ । ଏ ଚର୍ଚ୍ଚା କପୋଳକଳ୍ପିତ। ରାଜ୍ୟ ସଭା କିଏ ଯିବେ ତାହା ଭାଜପା ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବେ।
ରାଜ୍ୟ ସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡିଛି। ଆସନ୍ତା ୨୦ରେ ନିର୍ବାଚନ ହେବ। ଏଥିପାଇଁ ନାମାଙ୍କନ ପତ୍ରର ଶେଷ ତାରିଖ ଡିସେମ୍ବର ୧୦ ତାରିଖ ରହିଛି। ଏହାସହ ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୧୩ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିଛି। ଏହାପରେ ୨୦ରେ ନିର୍ବାଚନ ଅନୁଷ୍ଠିତ ହେବ।
The post ରାଜ୍ୟ ସଭା ରେସ୍ରେ ମନମୋହନ! ଚର୍ଚ୍ଚା ମଧ୍ୟରେ ଦେଲେ ବଡ଼ ବୟାନ appeared first on Dharitri Odia News.