ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ବିଜେଡିରୁ ବିଦା ହେଲେ ସୁଜିତ କୁମାର

ଭୁବନେଶ୍ୱର,୬।୯: ରାଜ୍ୟ ସଭାରୁ ଇସ୍ତଫା ଦେଲେ ବିଜେଡି ଏମ୍‌ପି ସୁଜିତ କୁମାର। ରାଜ୍ୟ ସଭା ଚେୟାରମ୍ୟାନଙ୍କୁ ସେ ତାଙ୍କ ଇସ୍ତଫା ପତ୍ରପଠାଇଛନ୍ତି। ଇସ୍ତଫା ଦେବାର କିଛି ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର ହୋଇଥିବା ସୂଚନା ମିଳିଛି। ବିଜେଡିରୁ ରାଜ୍ୟ ସଭା ଏମ୍‌ପି ଥିଲେ ସୁଜିତ। ସୁଜିତଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା। ହେଲେ ଏହା ପୂର୍ବରୁ ସେ […] The post ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ବିଜେଡିରୁ ବିଦା ହେଲେ ସୁଜିତ କୁମାର appeared first on Dharitri Odia News.

ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ବିଜେଡିରୁ ବିଦା ହେଲେ ସୁଜିତ କୁମାର

ଭୁବନେଶ୍ୱର,୬।୯: ରାଜ୍ୟ ସଭାରୁ ଇସ୍ତଫା ଦେଲେ ବିଜେଡି ଏମ୍‌ପି ସୁଜିତ କୁମାର। ରାଜ୍ୟ ସଭା ଚେୟାରମ୍ୟାନଙ୍କୁ ସେ ତାଙ୍କ ଇସ୍ତଫା ପତ୍ରପଠାଇଛନ୍ତି। ଇସ୍ତଫା ଦେବାର କିଛି ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର ହୋଇଥିବା ସୂଚନା ମିଳିଛି। ବିଜେଡିରୁ ରାଜ୍ୟ ସଭା ଏମ୍‌ପି ଥିଲେ ସୁଜିତ।

ସୁଜିତଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା। ହେଲେ ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପତ୍ରରେ ସୁଜିତ କୁମାର ଲେଖିଛନ୍ତି, ମୁଁ ଆଜି ରାଜ୍ୟ ସଭାର ସଦସ୍ୟତାରୁ ଇସ୍ତଫା ଦେଉଛି । ବିଚାର କରିବା ପରେ ମୁଁ ଏହି ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ମମତା ମହନ୍ତ ରାଜ୍ୟ ସଭାରୁ ଇସ୍ତଫା ଦେଇଥିଲେ। ପରେ ସେ ବିଜେଡି଼ ଛାଡି ଭାଜପାରେ ଯୋଗ ଦେଇଥିଲେ। ମମତା ଓ ସୁଜିତ ଇସ୍ତଫା ଦେବା ପରେ ରାଜ୍ୟ ସଭାରେ ବିଜେଡିର ୭ ଜଣ ଏମ୍‌ପି ଅଛନ୍ତି।

The post ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ବିଜେଡିରୁ ବିଦା ହେଲେ ସୁଜିତ କୁମାର appeared first on Dharitri Odia News.