ରାଜ୍ୟ ସଭାରେ ଗର୍ଜିଲା ବିଜେଡି, ଚିନ୍ତାରେ ଭାଜପା

ନୂଆଦିଲ୍ଲୀ,୨୩।୭: ବଜେଟରେ ଓଡ଼ିଶାକୁ ଅବହେଳା କରାଯିବାକୁ ନେଇ କକ୍ଷତ୍ୟାଗ କରିଛି ବିଜେଡି।ଏଥିସହ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନ ମିଳିବାରୁ ମଧ୍ୟ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଛି ବିଜୁ ଜନତା ଦଳ। ଏନେଇ ରାଜ୍ୟ ସଭା ଏମପି ସସ୍ମିତ ପାତ୍ର କେନ୍ଦ୍ର ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଆନ୍ଧ୍ର ଓ ବିହାରକୁ ସ୍ବତନ୍ତ୍ର ଅନୁଦାନ ମିଳିଛି। କିନ୍ତୁ ଓଡ଼ିଶା କଥା ବିଚାରକୁ ନିଆ ଯାଇନି। ୨୧ରୁ ୨୦ ଭାଜପା ଏମପି ଜିତିବା ଓଡ଼ିଶା ପାଇଁ […] The post ରାଜ୍ୟ ସଭାରେ ଗର୍ଜିଲା ବିଜେଡି, ଚିନ୍ତାରେ ଭାଜପା appeared first on Dharitri Odia News.

ରାଜ୍ୟ ସଭାରେ ଗର୍ଜିଲା ବିଜେଡି, ଚିନ୍ତାରେ ଭାଜପା

ନୂଆଦିଲ୍ଲୀ,୨୩।୭: ବଜେଟରେ ଓଡ଼ିଶାକୁ ଅବହେଳା କରାଯିବାକୁ ନେଇ କକ୍ଷତ୍ୟାଗ କରିଛି ବିଜେଡି।ଏଥିସହ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନ ମିଳିବାରୁ ମଧ୍ୟ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଛି ବିଜୁ ଜନତା ଦଳ। ଏନେଇ ରାଜ୍ୟ ସଭା ଏମପି ସସ୍ମିତ ପାତ୍ର କେନ୍ଦ୍ର ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଆନ୍ଧ୍ର ଓ ବିହାରକୁ ସ୍ବତନ୍ତ୍ର ଅନୁଦାନ ମିଳିଛି। କିନ୍ତୁ ଓଡ଼ିଶା କଥା ବିଚାରକୁ ନିଆ ଯାଇନି। ୨୧ରୁ ୨୦ ଭାଜପା ଏମପି ଜିତିବା ଓଡ଼ିଶା ପାଇଁ ଦଣ୍ଡ ସଦୃଶ୍ୟ। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ନେଇ ଆମେ ଦୀର୍ଘ ଦିନ ହେବ ଦାବି କରିଆସୁଛି। ହେଲେ ଏହାକୁ ଅଣଦେଖା କରାଯାଇଛି। ସେଥିପାଇଁ ଆମେ ଏହାକୁ ଜୋରଦାର ବିରୋଧ କରୁଛୁ।

ସେହିପରି ବଜେଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ଏମପି ଅମର ପଟ୍ଟନାୟକ ଓ କଳିକେଶ ସିଂଦେଓ। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନ ମିଳିବାରୁ ଦୁହେଁ ଅସନ୍ତୋଷ ଝାଡିଛନ୍ତି। ସେମାନେ କହିଛନ୍ତି, ଆନ୍ଧ୍ରରୁ ୧୬, ବିହାରରୁ ୧୨ MP ଥାଇ ସେମାନଙ୍କୁ ଅଧିକ ଅନୁଦାନ ମିଳିଛି। ହେଲେ ଓଡ଼ିଶାରୁ ୨୦ ଏମପି ଥାଇ ମଧ୍ୟ ଅବହେଳା ହୋଇଛି ବୋଲି ବିଜେଡି ଏମପି ଅଭିଯୋଗ ଆଣିଛନ୍ତି।

The post ରାଜ୍ୟ ସଭାରେ ଗର୍ଜିଲା ବିଜେଡି, ଚିନ୍ତାରେ ଭାଜପା appeared first on Dharitri Odia News.