ରାଜ୍ୟ ସଭାରେ ପ୍ରଭାବଶାଳୀ ବିରୋଧୀ ଭୂମିକା ନେବ ବିଜେଡି: ସସ୍ମିତ

ନୂଆଦିଲ୍ଲୀ,୨୨ା୭:ବିଜୁ ଜନତା ଦଳ (ବିଜେଡି) ପାର୍ଲାମେଣ୍ଟର ଉଚ୍ଚ ସଦନ ରାଜ୍ୟ ସଭାରେ ପ୍ରଭାବଶାଳୀ ବିରୋଧୀ ଦଳ ଭୂମିକା ନିଭାଇବ। ବିଜେଡିର ରାଜ୍ୟ ସଭା ନେତା ସସ୍ମିତ ପାତ୍ର ରବିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ନୂଆଦିଲ୍ଲୀରେ ସରକାର ଡାକିଥିବା ସର୍ବଦଳୀୟ ବୈଠକ ପରେ ସସ୍ମିତ କହିଛନ୍ତି, ଭାଜପାର ସହଯୋଗୀ ଟିଡିପି ଏବଂ ଜେଡିୟୁ ଯଥାକ୍ରମେ ଆନ୍ଧ୍ରପ୍ରଦେଶ ଓ ବିହାରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ପାଇଁ ଦାବି କରିଛନ୍ତି। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା […] The post ରାଜ୍ୟ ସଭାରେ ପ୍ରଭାବଶାଳୀ ବିରୋଧୀ ଭୂମିକା ନେବ ବିଜେଡି: ସସ୍ମିତ appeared first on Dharitri Odia News.

ରାଜ୍ୟ ସଭାରେ ପ୍ରଭାବଶାଳୀ ବିରୋଧୀ ଭୂମିକା ନେବ ବିଜେଡି: ସସ୍ମିତ

ନୂଆଦିଲ୍ଲୀ,୨୨ା୭:ବିଜୁ ଜନତା ଦଳ (ବିଜେଡି) ପାର୍ଲାମେଣ୍ଟର ଉଚ୍ଚ ସଦନ ରାଜ୍ୟ ସଭାରେ ପ୍ରଭାବଶାଳୀ ବିରୋଧୀ ଦଳ ଭୂମିକା ନିଭାଇବ। ବିଜେଡିର ରାଜ୍ୟ ସଭା ନେତା ସସ୍ମିତ ପାତ୍ର ରବିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ନୂଆଦିଲ୍ଲୀରେ ସରକାର ଡାକିଥିବା ସର୍ବଦଳୀୟ ବୈଠକ ପରେ ସସ୍ମିତ କହିଛନ୍ତି, ଭାଜପାର ସହଯୋଗୀ ଟିଡିପି ଏବଂ ଜେଡିୟୁ ଯଥାକ୍ରମେ ଆନ୍ଧ୍ରପ୍ରଦେଶ ଓ ବିହାରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ପାଇଁ ଦାବି କରିଛନ୍ତି। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ବିଜେଡି ୨ ଦଶନ୍ଧି ଧରି ଲଢ଼େଇ କରିଆସୁଛି। ତେଣୁ କେନ୍ଦ୍ର ସରକାର ସ୍ପେଶାଲ କାଟାଗୋରି ଷ୍ଟାଟସ୍‌ ପ୍ରସଙ୍ଗରେ ନିଜ ଆଭିମୁଖ୍ୟର ସମୀକ୍ଷା କରିବା ଉଚିତ। ପାର୍ଲାମେଣ୍ଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ଭାଜପାକୁ ସହଯୋଗ କରିଆସୁଥିଲା। ବର୍ତ୍ତମାନ ପରିବର୍ତ୍ତିତ ପରିସ୍ଥିତିରେ ଆମେ ବିରୋଧୀ ଭୂମିକା ନେବାକୁ ଯାଉଛୁ। ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ରାଜଭବନ କର୍ମଚାରୀଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ରାଜ୍ୟର ଭାଜପା ସରକାର କାର୍ଯ୍ୟାନୁଷ୍ଠାନ ନ ନେବା ଦୁର୍ଭାଗ୍ୟଜନକ। ସର୍ବଦଳୀୟ ବୈଠକରେ ଆମେ ଏହିସବୁ ପ୍ରସଙ୍ଗ ଉଠାଇଛୁ। ସୋମବାର ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନରେ ମଧ୍ୟ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକୁ ଉପସ୍ଥାପନ କରିବୁ ବୋଲି ସସ୍ମିତ କହିଛନ୍ତି।

The post ରାଜ୍ୟ ସଭାରେ ପ୍ରଭାବଶାଳୀ ବିରୋଧୀ ଭୂମିକା ନେବ ବିଜେଡି: ସସ୍ମିତ appeared first on Dharitri Odia News.