ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭର୍ତ୍ତୃହରି
ଭୁବନେଶ୍ୱର,୯।୪: ଜଳ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଟକରୁ ଲୋକ ସଭା ଭାଜପା ପ୍ରାର୍ଥୀ ଭର୍ତ୍ତୃହରି ମହତାବ। ଭର୍ତ୍ତୃହରି କହିଛନ୍ତି, ଉତ୍ତର ଓଡ଼ିଶାର ୪ଟି ନଦୀ ଶୁଖିଲା, ମହାନଦୀ ପାଣି ପିଇବା ଯୋଗ୍ୟ ନୁହେଁ। ହୀରାକୁଦରେ ଜଳସ୍ତର କମିଛି। ରାଜ୍ୟ ସରକାର ପ୍ରଥମେ ପାନୀୟ ଜଳ, ତା’ପରେ ଚାଷୀ, ଶେଷରେ ଶିଳ୍ପକୁ ପାଣି ଦେବା କଥା। ହେଲେ ପ୍ରଥମେ ଶିଳ୍ପକୁ ପ୍ରାଧାନ୍ୟ ଦେଉଛନ୍ତି। ଭର୍ତ୍ତୃହରି ଆହୁରି କହିଛନ୍ତି, କେନ୍ଦ୍ର ସରକାର ୫ ବର୍ଷରେ ୧୦ […] The post ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭର୍ତ୍ତୃହରି appeared first on Dharitri Odia News.
ଭୁବନେଶ୍ୱର,୯।୪: ଜଳ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଟକରୁ ଲୋକ ସଭା ଭାଜପା ପ୍ରାର୍ଥୀ ଭର୍ତ୍ତୃହରି ମହତାବ। ଭର୍ତ୍ତୃହରି କହିଛନ୍ତି, ଉତ୍ତର ଓଡ଼ିଶାର ୪ଟି ନଦୀ ଶୁଖିଲା, ମହାନଦୀ ପାଣି ପିଇବା ଯୋଗ୍ୟ ନୁହେଁ। ହୀରାକୁଦରେ ଜଳସ୍ତର କମିଛି। ରାଜ୍ୟ ସରକାର ପ୍ରଥମେ ପାନୀୟ ଜଳ, ତା’ପରେ ଚାଷୀ, ଶେଷରେ ଶିଳ୍ପକୁ ପାଣି ଦେବା କଥା। ହେଲେ ପ୍ରଥମେ ଶିଳ୍ପକୁ ପ୍ରାଧାନ୍ୟ ଦେଉଛନ୍ତି।
ଭର୍ତ୍ତୃହରି ଆହୁରି କହିଛନ୍ତି, କେନ୍ଦ୍ର ସରକାର ୫ ବର୍ଷରେ ୧୦ ହଜାର କୋଟି ଆବଣ୍ଟନ କରିଛନ୍ତି। ଜଳ ସଂରକ୍ଷଣ ଓ ବିନିଯୋଗ କରିବାରେ ରାଜ୍ୟ ସରକାର ବିଫଳ। ମହାନଦୀ ଉଭୟ ପଟେ ରହୁଥିବା କଟକବାସୀ ବହୁ ସମସ୍ୟା ଭୋଗୁଛନ୍ତି। ସମ୍ବଲପୁରରେ ହଇଜା ଓ କଟକରେ ଜଣ୍ଡିସ ସୂଚାଉଛି ଶାସନ ଠିକ୍ ଭାବେ ଚାଲୁନି।
The post ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭର୍ତ୍ତୃହରି appeared first on Dharitri Odia News.