ରାଜ୍ୟ ସରକାରଙ୍କ ବଡ ଘୋଷଣା: ଘରେ ଝିଅ ଥିଲେ ମାତାପିତାଙ୍କୁ ମିଳିବ ୫୦ହଜାର, ତୁରନ୍ତ କରନ୍ତୁ ଆବେଦନ

ମୁମ୍ବାଇ,୨୮।୨: ଝିଅଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ବଡ଼ ଯୋଜନା । ଏହି ଯୋଜନା ଦ୍ୱାରା ବାପା-ମାଆଙ୍କୁ ମିଳିବ ୫୦ହଜାର ଟଙ୍କା। ଏହି ଯୋଜନାର ନାମ ହେଉଛି ମାଝି କନ୍ୟା ଭାଗଶ୍ରୀ ଯୋଜନା । ଏହି ଯୋଜନାରେ ସରକାର ଝିଅଙ୍କୁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଝିଅଙ୍କ ସଂଖ୍ୟା ବୃଦ୍ଧି କରିବା ଓ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ସେହି ପରିବାରଗୁଡିକ ମଧ୍ୟ ଲାଭ […] The post ରାଜ୍ୟ ସରକାରଙ୍କ ବଡ ଘୋଷଣା: ଘରେ ଝିଅ ଥିଲେ ମାତାପିତାଙ୍କୁ ମିଳିବ ୫୦ହଜାର, ତୁରନ୍ତ କରନ୍ତୁ ଆବେଦନ appeared first on Dharitri Odia News.

ରାଜ୍ୟ ସରକାରଙ୍କ ବଡ ଘୋଷଣା: ଘରେ ଝିଅ ଥିଲେ ମାତାପିତାଙ୍କୁ ମିଳିବ ୫୦ହଜାର, ତୁରନ୍ତ କରନ୍ତୁ ଆବେଦନ

ମୁମ୍ବାଇ,୨୮।୨: ଝିଅଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ବଡ଼ ଯୋଜନା । ଏହି ଯୋଜନା ଦ୍ୱାରା ବାପା-ମାଆଙ୍କୁ ମିଳିବ ୫୦ହଜାର ଟଙ୍କା। ଏହି ଯୋଜନାର ନାମ ହେଉଛି ମାଝି କନ୍ୟା ଭାଗଶ୍ରୀ ଯୋଜନା । ଏହି ଯୋଜନାରେ ସରକାର ଝିଅଙ୍କୁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଝିଅଙ୍କ ସଂଖ୍ୟା ବୃଦ୍ଧି କରିବା ଓ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ସେହି ପରିବାରଗୁଡିକ ମଧ୍ୟ ଲାଭ ପାଇବେ ଯାହାଙ୍କର ଦୁଇଟି ଝିଅ ଅଛନ୍ତି ।
ଏହି ଯୋଜନାରେ ଅନ୍ତଭୁର୍କ ହେବା ପାଇଁ ଆପଣଙ୍କୁ ରାଜ୍ୟ ସରକାର ଅଫିସିଆଲ ଆକାଉଣ୍ଟକୁ ଭିଜିଟ୍‌ କରିବାକୁ ପଡିବ। ଓ୍ବେସାଇଟରେ ମାଆ ଓ ଝିଅଙ୍କ ନାମରେ ଏକ ମିଳିତ ଆକାଉଣ୍ଟ ଖୋଲାଯାଇଛି । ଏହି ଯୋଜନାରେ ୧ ଲକ୍ଷ ଟଙ୍କା ଦୁର୍ଘଟଣା ବୀମା ଏବଂ ୫୦୦୦ ଟଙ୍କା ଓଭରଡ୍ରାଫ୍ଟ ରହିଛି। ଯଦି ମାତାପିତାମାନେ ଝିଅର ଜନ୍ମ ପରେ ବାକରଣ ଅପରେଶନ କରନ୍ତି, ତେବେ ସେମାନେ ୫୦ହଜାର ଟଙ୍କା ପାଇବେ । ଯଦି ଦୁଇ ଝିଅ ହେବା ପରେ ପିତାମାତାମାନେ ବାକରଣ କରନ୍ତି, ତେବେ ପ୍ରତ୍ୟେକ ଆକାଉଣ୍ଟକୁ ୨୫ହଜାର ଟଙ୍କା ମିଳିବ ।
ଏହି ଯୋଜନାର ଲାଭ ପାଇବା ପାଇଁ ଆବେଦନକାରୀଙ୍କ ପାଇଁ କିଛି ଡକ୍ୟୁମେଣ୍ଟ ରହିବା ବାଧ୍ୟତାମୂଳକ । ଏଥିରେ ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ପାସ୍‌ବୁକ, ମୋବାଇଲ ନମ୍ବର, ପାସପୋର୍ଟ ସାଇଜ ଫଟୋ, ଠିକଣା ପ୍ରୁଫ ରହିବା ଉଚିତ । ଏହା ବ୍ୟତୀତ ଆବେଦନକାରୀଙ୍କର ଆୟ ପ୍ରମାଣ ମଧ୍ୟ ରହିବା ଉଚିତ। ଏହି ଯୋଜନାରେ ଆବେଦନକାରୀ କେବଳ ଦୁଇ ଝିଅଙ୍କ ନାମରେ ଲାଭ ପାଇବେ ଏହା ପରେ ଆପଣଙ୍କୁ ସେଠାରୁ ମାଝି କନ୍ୟା ଭାଗଶ୍ରୀ ଯୋଜନାର ଫର୍ମ ଡାଉନଲୋଡ କରିବାକୁ ପଡିବ । ଆପଣଙ୍କୁ ଏହି ଫର୍ମକୁ ଅତି ଯତ୍ନର ସହିତ ପୂରଣ କରିବାକୁ ପଡିବ, ଯଦି କୌଣସି ଭୁଲ ଅଛି ତେବେ ଫର୍ମ ବାତିଲ ହୋଇଯିବ । ଫର୍ମ ପୂରଣ କରିବା ପରେ ଆପଣଙ୍କୁ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟକୁ ଯିବାକୁ ପଡିବ ଏବଂ ସମସ୍ତ ଡକ୍ୟୁମେଣ୍ଟ ସହିତ ଫର୍ମ ଦାଖଲ କରିବାକୁ ପଡିବ। କେବଳ ମହାରାଷ୍ଟ୍ରର ବାସିନ୍ଦା ମାଝି କନ୍ୟା ଭାଗଶ୍ରୀ ଯୋଜନାର ଲାଭ ପାଇବେ।

The post ରାଜ୍ୟ ସରକାରଙ୍କ ବଡ ଘୋଷଣା: ଘରେ ଝିଅ ଥିଲେ ମାତାପିତାଙ୍କୁ ମିଳିବ ୫୦ହଜାର, ତୁରନ୍ତ କରନ୍ତୁ ଆବେଦନ appeared first on Dharitri Odia News.