ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତ: ଓଡ଼ିଶାରେ ପ୍ରତିଷ୍ଠା ହେବ ପ୍ରାଣୀସମ୍ପଦ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର,୨୧।୧୧: ଓଡ଼ିଶାରେ ପ୍ରାଣୀସମ୍ପଦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । ସମ୍ବଲପୁରଠାରେ ୧୦୦ ଏକର ଜମିରେ ଆକ୍ୱାପାର୍କ ପ୍ରତିଷ୍ଠା କରାଯିବ ବୋଲି ଭୁବନେଶ୍ୱରଠାରେ ଆୟୋଜିତ ବିଶ୍ୱ ମତ୍ସ୍ୟଦିବସ ପାଳନ ଅବସରରେ ମନ୍ତ୍ରୀ ମଲ୍ଲିକ କହିଛନ୍ତି । ମଧୁର ମାଛ ଉତ୍ପାଦନରେ ଦେଶରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହି ଆତ୍ମନିର୍ଭର ହୋଇପାରିଛି । ଆଗାମୀ ୩ ବର୍ଷରେ ମଧୁର ମାଛ ରପ୍ତାନୀ […] The post ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତ: ଓଡ଼ିଶାରେ ପ୍ରତିଷ୍ଠା ହେବ ପ୍ରାଣୀସମ୍ପଦ ବିଶ୍ୱବିଦ୍ୟାଳୟ appeared first on Dharitri Odia News.
ଭୁବନେଶ୍ୱର,୨୧।୧୧: ଓଡ଼ିଶାରେ ପ୍ରାଣୀସମ୍ପଦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । ସମ୍ବଲପୁରଠାରେ ୧୦୦ ଏକର ଜମିରେ ଆକ୍ୱାପାର୍କ ପ୍ରତିଷ୍ଠା କରାଯିବ ବୋଲି ଭୁବନେଶ୍ୱରଠାରେ ଆୟୋଜିତ ବିଶ୍ୱ ମତ୍ସ୍ୟଦିବସ ପାଳନ ଅବସରରେ ମନ୍ତ୍ରୀ ମଲ୍ଲିକ କହିଛନ୍ତି । ମଧୁର ମାଛ ଉତ୍ପାଦନରେ ଦେଶରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହି ଆତ୍ମନିର୍ଭର ହୋଇପାରିଛି । ଆଗାମୀ ୩ ବର୍ଷରେ ମଧୁର ମାଛ ରପ୍ତାନୀ ବୃଦ୍ଧି ପାଇଁ ସରକାର ମତ୍ସ୍ୟଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବେ ବୋଲି ମଲ୍ଲିକ କହିଛନ୍ତି।
“ବର୍ତ୍ତମାନ ରାଜ୍ୟ ବାର୍ଷିକ ୧୧.୨୪ ଲକ୍ଷ ଟନ୍ ମାଛ ଉତ୍ପାଦନ କରୁଛି। ଭାରତର ଚତୁର୍ଥ ବୃହତ୍ତମ ମତ୍ସ୍ୟ ଉତ୍ପାଦନକାରୀ ହେଉଛି ଓଡିଶା। ଆମେ ବର୍ତ୍ତମାନ ୨.୯୨ ଲକ୍ଷ ଟନ୍ ମାଛ ଏବଂ ୮୪,୦୦୦ ଟନ୍ ସାମୁଦ୍ରିକ ଖାଦ୍ୟ ବିଦେଶକୁ ରପ୍ତାନି କରୁଛୁ। ଅନ୍ୟପକ୍ଷରେ ଆମେ ଅନ୍ୟ ରାଜ୍ୟରୁ ୩୩,୦୦୦ ଟନ୍ ମାଛ କ୍ରୟ କରୁଛୁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।
ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ମଧୁର ଜଳ ମାଛକୁ ବିଦେଶକୁ ରପ୍ତାନି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଓଡିଶାରେ ମୁଣ୍ଡପିଛା ମାଛ ବ୍ୟବହାର ବର୍ତ୍ତମାନ ୧୮ କିଲୋଗ୍ରାମରେ ପହଞ୍ଚିଛି ବୋଲି ମଲ୍ଲିକ କହିଛନ୍ତି।
“କେନ୍ଦ୍ର ସରକାର ମିଳିତ ଭାବେ ଓଡିଶାରେ ମତ୍ସ୍ୟ ବିଭାଗର ବିକାଶ ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି। ଏଥିପାଇଁ ମୋଟ ୨୩,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ବିକାଶ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟରେ ଅନେକ ନୂତନ ମତ୍ସ୍ୟ ବଜାର ଏବଂ ଜେଟି ଆସିବ ବୋଲି ମଲ୍ଲିକ କହିଛନ୍ତି।
The post ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତ: ଓଡ଼ିଶାରେ ପ୍ରତିଷ୍ଠା ହେବ ପ୍ରାଣୀସମ୍ପଦ ବିଶ୍ୱବିଦ୍ୟାଳୟ appeared first on Dharitri Odia News.