ରାଜ୍ୟ ସରକାରଙ୍କ ମନ୍ତବ୍ୟ ‘ଏହା ସାମାନ୍ୟ କଥା, ପ୍ରଭୁଙ୍କ ଇଚ୍ଛା’ ଅତ୍ୟନ୍ତ ଦୁଃଖଦାୟକ : ତାରା ବାହିନୀପତି

ଭୁବନେଶ୍ବର ୧୦।୭: ପୁରୀରେ ମଙ୍ଗଳବାର ଯେଉଁ ଅଘଟଣ ଘଟିଲା ରାଜ୍ୟ ସରକାର ଉପମୁଖ୍ୟ ମନ୍ତ୍ରୀଙ୍କୁ ପଠାଇଲେ । ଆଇନ ମନ୍ତ୍ରୀ ଗଲେ ହେଲେ ମୁଖ୍ୟମନ୍ତ୍ରୀ ନିଜେ ନଯିବା ନିନ୍ଦନୀୟ । ଆଉ ରାଜ୍ୟ ସରକାରଙ୍କ ଏ ମନ୍ତବ୍ୟ ଏହା ସାମାନ୍ୟ କଥା ପ୍ରଭୁଙ୍କ ଇଚ୍ଛା ଅତ୍ୟନ୍ତ ଦୁଃଖଦାୟକ । ଏହା ରାଜ୍ୟ ସରକାରଙ୍କ ପାଇଁ ସାମାନ୍ୟ କଥା ହୋଇପାରେ କିନ୍ତୁ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଛୋଟିଆ କଥା ନୁହେଁ । କାହିଁକି ଆବଶ୍ୟକ ଠାରୁ ଅଧିକ ଲୋକ ରଥରେ ଥିଲେ, କେମିତି ଏତେ ବଡ ଅଘଟଣ ଘଟିଲା, କିଏ ସେଥିପାଇଁ ଦାୟୀ ତାର ତଦନ୍ତ କରିବା ଦରକାର । ହାଇକୋର୍ଟ ଜଷ୍ଟିସ ଏହାର ତଦନ୍ତ କରି ଯେଉଁମାନେ ଏଥିରେ ଦାୟୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । You Can Read:୫ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର : ବଢିଲା ସର୍ବନିମ୍ନ ମଜୁରୀ, ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି 

ରାଜ୍ୟ ସରକାରଙ୍କ ମନ୍ତବ୍ୟ ‘ଏହା ସାମାନ୍ୟ କଥା, ପ୍ରଭୁଙ୍କ ଇଚ୍ଛା’ ଅତ୍ୟନ୍ତ ଦୁଃଖଦାୟକ : ତାରା ବାହିନୀପତି

ଭୁବନେଶ୍ବର ୧୦।୭: ପୁରୀରେ ମଙ୍ଗଳବାର ଯେଉଁ ଅଘଟଣ ଘଟିଲା ରାଜ୍ୟ ସରକାର ଉପମୁଖ୍ୟ ମନ୍ତ୍ରୀଙ୍କୁ ପଠାଇଲେ । ଆଇନ ମନ୍ତ୍ରୀ ଗଲେ ହେଲେ ମୁଖ୍ୟମନ୍ତ୍ରୀ ନିଜେ ନଯିବା ନିନ୍ଦନୀୟ । ଆଉ ରାଜ୍ୟ ସରକାରଙ୍କ ଏ ମନ୍ତବ୍ୟ ଏହା ସାମାନ୍ୟ କଥା ପ୍ରଭୁଙ୍କ ଇଚ୍ଛା ଅତ୍ୟନ୍ତ ଦୁଃଖଦାୟକ । ଏହା ରାଜ୍ୟ ସରକାରଙ୍କ ପାଇଁ ସାମାନ୍ୟ କଥା ହୋଇପାରେ କିନ୍ତୁ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଛୋଟିଆ କଥା ନୁହେଁ । କାହିଁକି ଆବଶ୍ୟକ ଠାରୁ ଅଧିକ ଲୋକ ରଥରେ ଥିଲେ, କେମିତି ଏତେ ବଡ ଅଘଟଣ ଘଟିଲା, କିଏ ସେଥିପାଇଁ ଦାୟୀ ତାର ତଦନ୍ତ କରିବା ଦରକାର । ହାଇକୋର୍ଟ ଜଷ୍ଟିସ ଏହାର ତଦନ୍ତ କରି ଯେଉଁମାନେ ଏଥିରେ ଦାୟୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । 

You Can Read:

୫ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର : ବଢିଲା ସର୍ବନିମ୍ନ ମଜୁରୀ, ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି