ରାଜ୍ୟପାଳଙ୍କୁ ଭେଟିଲେ ମୋହନ ମାଝୀ, ନୂତନ ସରକାର ଗଠନ ପାଇଁ ଦାବି ଜଣାଇଲେ

ଭୁବନେଶ୍ଵର: ବିଧାୟକ ଦଳ ବୈଠକରେ ନୂଆ ନେତା ଚୟନ ପରେ  ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। । ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ବିଧିବଦ୍ଧ ଦାବି ଉପସ୍ଥାପନ କରିଛନ୍ତି। ଏହି ସମୟରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ  ଏବଂ ପ୍ରଭାତି ପରିଡ଼ା ସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ , ଭୂପେନ୍ଦ୍ର ଯାଦବ, ନିର୍ବାଚନୀ ପ୍ରଭାରୀ ବିଜୟ ପାଲ ସିଂ ତୋମାର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବରିଷ୍ଠ ନେତା  ଉପସ୍ଥିତ ଥିଲେ। ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୋଟ୍ ୮୧ ବିଧାୟକଙ୍କ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ବିଜେପିର ୭୮ ବିଧାୟକ ଏବଂ ୩ ସ୍ଵାଧୀନ ବିଧାୟକଙ୍କ ଦସ୍ତଖତ ରହିଛି। ରାଜଭବନରେ ଏହି ତିନି ସ୍ଵାଧୀନ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟପାଳ ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କୁ ଉପକୌଢନ ଏବଂ କୋଣାର୍କ ଚକର ସ୍ମାରକ ପ୍ରଦାନ କରି ଶୁଭେଚ୍ଛା ଜଣାଇଛନ୍ତି। Also read: ମୋହନ ମାଝୀ ଏବେ ହିରୋ ନମ୍ବର ଓ୍ଵାନ, ୨୪ ବର୍ଷ ପରେ ନୂଆ ମୁଖ୍ୟମନ୍ତ୍ରୀ, ଏମିତି ଥିଲା ରାଜନୈତିକ ଯାତ୍ରାଆସନ୍ତାକାଲି ଜନତା ମଇଦାନରେ ସନ୍ଧ୍ୟା ୫ଟାରେ ଆୟୋଜିତ ଶପଥ ସମାରୋହରେ ନୂଆ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ।

ରାଜ୍ୟପାଳଙ୍କୁ ଭେଟିଲେ ମୋହନ ମାଝୀ, ନୂତନ ସରକାର ଗଠନ ପାଇଁ ଦାବି ଜଣାଇଲେ

ଭୁବନେଶ୍ଵର: ବିଧାୟକ ଦଳ ବୈଠକରେ ନୂଆ ନେତା ଚୟନ ପରେ  ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। । ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ବିଧିବଦ୍ଧ ଦାବି ଉପସ୍ଥାପନ କରିଛନ୍ତି। ଏହି ସମୟରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ  ଏବଂ ପ୍ରଭାତି ପରିଡ଼ା ସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ , ଭୂପେନ୍ଦ୍ର ଯାଦବ, ନିର୍ବାଚନୀ ପ୍ରଭାରୀ ବିଜୟ ପାଲ ସିଂ ତୋମାର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବରିଷ୍ଠ ନେତା  ଉପସ୍ଥିତ ଥିଲେ। 

ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୋଟ୍ ୮୧ ବିଧାୟକଙ୍କ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ବିଜେପିର ୭୮ ବିଧାୟକ ଏବଂ ୩ ସ୍ଵାଧୀନ ବିଧାୟକଙ୍କ ଦସ୍ତଖତ ରହିଛି। ରାଜଭବନରେ ଏହି ତିନି ସ୍ଵାଧୀନ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟପାଳ ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କୁ ଉପକୌଢନ ଏବଂ କୋଣାର୍କ ଚକର ସ୍ମାରକ ପ୍ରଦାନ କରି ଶୁଭେଚ୍ଛା ଜଣାଇଛନ୍ତି। 

Also read: ମୋହନ ମାଝୀ ଏବେ ହିରୋ ନମ୍ବର ଓ୍ଵାନ, ୨୪ ବର୍ଷ ପରେ ନୂଆ ମୁଖ୍ୟମନ୍ତ୍ରୀ, ଏମିତି ଥିଲା ରାଜନୈତିକ ଯାତ୍ରା

ଆସନ୍ତାକାଲି ଜନତା ମଇଦାନରେ ସନ୍ଧ୍ୟା ୫ଟାରେ ଆୟୋଜିତ ଶପଥ ସମାରୋହରେ ନୂଆ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ। ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ବରିଷ୍ଠ କେନ୍ଦ୍ରୀୟ ନେତା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବେ। ସମାରୋହରେ ୩୦   ହଜାରରୁ ଅଧିକ ଲୋକ ଯୋଗ ଦେବେ। ଶପଥ ସମାରୋହରେ ଯୋଗ ଦେବା ପାଇଁ ବିଜେପିର ୫ ଜଣ ବରିଷ୍ଠ ନେତା ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସାଦର ନିମନ୍ତ୍ରଣ ଜଣାଇଛନ୍ତି।