ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ : ଆଇନ ମନ୍ତ୍ରୀ
ଭୁବନେଶ୍ବର ୨୯।୩: ତିନି ମାସ ମଧ୍ୟରେ ରାଜ୍ୟ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପିଲିସି ଆଣିବାକୁ ଯାଉଛନ୍ତି । କ୍ୟାବିନେଟ୍ ବୈଠକରେ ଅନୁମୋଦନ ଦିଆଯିବ ବୋଲି ବିଧାନସଭା ପ୍ରଶ୍ନକାଳରେ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ ବୋଲି ଗୃହରେ ଆଇନ ମନ୍ତ୍ରୀ କହିଛନ୍ତି । ଯେଉଁମାନେ ଅଧିକ ବର୍ଷ ଜଗନ୍ନାଥଙ୍କ ଜମି ଜବରଦଖଲ କରିଥିବେ ତାଙ୍କୁ ୧୦୦ ଡ଼ିସିମିଲ ଜାଗା ରିହାତି ଦରରେ ରାଜ୍ୟ ସରକାର ଯୋଗାଇ ଦେବେ । କୋରାପୁଟରେ ୨୭ ହାଜର ୪୧୦ ଏକର ଜଗନ୍ନାଥ ଜମି ଚିହ୍ନଟ ହୋଇଛି । କୋରାପୁଟ ଜିଲ୍ଲାରେ ଜଗନ୍ନାଥ ଜମି ଯେଉଁଠି ଜବର ଦଖଲ ହୋଇଥିଲା ତାକୁ ଜବରଦଖଲ ମୁକ୍ତ କରାଯାଇଛି । ୨୪ଟି ଜିଲ୍ଲାରେ ୬୦ ହଜାର ୪୨୬.୯୪ ଏକର ଜଗନ୍ନାଥଙ୍କ ଜମି ରହିଛି । ୩୮ ହଜାର ୬୧ ଏକର ଜମିର ସଂଶୋଧିତ ଶତ୍ୱଲିପି ରାଜ୍ୟ ସରକାରଙ୍କ ନିକଟରେ ରହିଛି । ଯାହାର ଡିଜିଟାଇଜେସନ ପ୍ରକ୍ରିୟା ଜାରି ରହିଛି । ୨୨ ହଜାର ଏକର ଜମିର ଆର୍ଓଆର୍ ଯୋଗାଡ଼ ଚାଲିଛି । ରାଜ୍ୟ ବାହାରେ ୬ଟି ପ୍ରଦେଶରେ ୩୯୫.୨୫ ଏକର ଜଗନ୍ନାଥ ଜମି ରହିଛି ।You Can Read:ପୁରୀରେ ଘରୋଇ କଳିରୁ ମର୍ଡର, ସ୍ତ୍ରୀର ତଣ୍ଟିଚିପି ହତ୍ୟା କଲା ସ୍ବାମୀ
ଭୁବନେଶ୍ବର ୨୯।୩: ତିନି ମାସ ମଧ୍ୟରେ ରାଜ୍ୟ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପିଲିସି ଆଣିବାକୁ ଯାଉଛନ୍ତି । କ୍ୟାବିନେଟ୍ ବୈଠକରେ ଅନୁମୋଦନ ଦିଆଯିବ ବୋଲି ବିଧାନସଭା ପ୍ରଶ୍ନକାଳରେ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ ବୋଲି ଗୃହରେ ଆଇନ ମନ୍ତ୍ରୀ କହିଛନ୍ତି । ଯେଉଁମାନେ ଅଧିକ ବର୍ଷ ଜଗନ୍ନାଥଙ୍କ ଜମି ଜବରଦଖଲ କରିଥିବେ ତାଙ୍କୁ ୧୦୦ ଡ଼ିସିମିଲ ଜାଗା ରିହାତି ଦରରେ ରାଜ୍ୟ ସରକାର ଯୋଗାଇ ଦେବେ ।
କୋରାପୁଟରେ ୨୭ ହାଜର ୪୧୦ ଏକର ଜଗନ୍ନାଥ ଜମି ଚିହ୍ନଟ ହୋଇଛି । କୋରାପୁଟ ଜିଲ୍ଲାରେ ଜଗନ୍ନାଥ ଜମି ଯେଉଁଠି ଜବର ଦଖଲ ହୋଇଥିଲା ତାକୁ ଜବରଦଖଲ ମୁକ୍ତ କରାଯାଇଛି । ୨୪ଟି ଜିଲ୍ଲାରେ ୬୦ ହଜାର ୪୨୬.୯୪ ଏକର ଜଗନ୍ନାଥଙ୍କ ଜମି ରହିଛି । ୩୮ ହଜାର ୬୧ ଏକର ଜମିର ସଂଶୋଧିତ ଶତ୍ୱଲିପି ରାଜ୍ୟ ସରକାରଙ୍କ ନିକଟରେ ରହିଛି । ଯାହାର ଡିଜିଟାଇଜେସନ ପ୍ରକ୍ରିୟା ଜାରି ରହିଛି । ୨୨ ହଜାର ଏକର ଜମିର ଆର୍ଓଆର୍ ଯୋଗାଡ଼ ଚାଲିଛି । ରାଜ୍ୟ ବାହାରେ ୬ଟି ପ୍ରଦେଶରେ ୩୯୫.୨୫ ଏକର ଜଗନ୍ନାଥ ଜମି ରହିଛି ।
You Can Read: