ସିଆଇଡି ଆଗରେ ହାଜର ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ, ନାବାଳିକାଙ୍କୁ…

ନୂଆଦିଲ୍ଲୀ, ୧୭।୬: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଏସ୍‌ ୟେଦୁରପ୍ପା ଆଜି ଜାତୀୟ ତଦନ୍ତକାରୀ ବିଭାଗ (ସିଆଇଡି) ନିକଟରେ ହାଜର ହେବା ନେଇ ଜଣାପଡ଼ିଛି । ୟେଦୁରପ୍ପାଙ୍କ ଉପରେ ଜଣେ ନାବାଳିକାଙ୍କୁ ଯୌନ ଉତ୍ପୀଡ଼ନ ନେଇ ଅଭିଯୋଗ ରହିଛି । ନାବାଳିକାଙ୍କ ମାଆ ପକ୍ସୋ ଧାରା ଅନୁଯାୟୀ ତାଙ୍କ ନାମରେ ଏହି ମାମଲା ରୁଜୁ କରିଥିଲେ । ଚଳିତ ଜୁନ୍‌ ୧୧ ତାରିଖରେ ବେଙ୍ଗାଲୁରୁର ଏକ ଅଦାଲତ ଏହି ପୋକ୍ସୋ […] The post ସିଆଇଡି ଆଗରେ ହାଜର ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ, ନାବାଳିକାଙ୍କୁ… appeared first on Dharitri Odia News.

ସିଆଇଡି ଆଗରେ ହାଜର ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ, ନାବାଳିକାଙ୍କୁ…

ନୂଆଦିଲ୍ଲୀ, ୧୭।୬: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଏସ୍‌ ୟେଦୁରପ୍ପା ଆଜି ଜାତୀୟ ତଦନ୍ତକାରୀ ବିଭାଗ (ସିଆଇଡି) ନିକଟରେ ହାଜର ହେବା ନେଇ ଜଣାପଡ଼ିଛି । ୟେଦୁରପ୍ପାଙ୍କ ଉପରେ ଜଣେ ନାବାଳିକାଙ୍କୁ ଯୌନ ଉତ୍ପୀଡ଼ନ ନେଇ ଅଭିଯୋଗ ରହିଛି । ନାବାଳିକାଙ୍କ ମାଆ ପକ୍ସୋ ଧାରା ଅନୁଯାୟୀ ତାଙ୍କ ନାମରେ ଏହି ମାମଲା ରୁଜୁ କରିଥିଲେ ।

ଚଳିତ ଜୁନ୍‌ ୧୧ ତାରିଖରେ ବେଙ୍ଗାଲୁରୁର ଏକ ଅଦାଲତ ଏହି ପୋକ୍ସୋ ମାମଲାରେ ବିଏସ୍‌ ୟେଦୁରପ୍ପାଙ୍କ ବିରୋଧରେ ଜାମିନ୍‌ ବିହୀନ ୱାରେଣ୍ଟ ଜାରି କରିଥିଲେ । ତେବେ ଏହି ମାମଲାକୁ ନେଇ ୟେଦୁରପ୍ପା ୧୭ ଜୁନ୍‌ରେ ସିଆଇଡି ସାମ୍ନାରେ ହାଜର ହେବା ନେଇ କହିଥିଲେ ।

ସୂଚନା ଥାଉକି, କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର କହିଥିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଫେରିବା ପରେ ହିଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୁରୁବାର ଦିନ, ପୋକ୍ସୋ ଅଧିନିୟମ ଅନୁଯାୟୀ ୟେଦୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଭାଜପା ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛି । କଂଗ୍ରେସ ନେତା ବି ନାଗେନ୍ଦ୍ରଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗରୁ ଧ୍ୟାନ ହଟାଇବା ପାଇଁ ଏହି ମାମଲା ହୋଇଥିବା ଭଜାପା ପ୍ରତିକ୍ରିୟାରେ କହିଛି।

ତେବେ ପୀଡିତାଙ୍କ ମାଆ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଫେବୃଆରୀ ୨ ରେ ଏକ ବୈଠକରେ ଏହି ଘଟଣା ଘଟିଥିଲା। ୟେଦୁରପ୍ପା କହିଥିଲେ ଯେ କିଛି ଦିନ ପୂର୍ବରୁ ଜଣେ ମହିଳା ତାଙ୍କ ଘରକୁ ଆସିଥିଲେ। ସେ କାନ୍ଦୁଥିଲେ ଏବଂ କିଛି ସମସ୍ୟା ଅଛି ବୋଲି କହିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, “ମୁଁ ତାଙ୍କୁ ଘଟଣା ସମ୍ପର୍କରେ ପଚାରିଲି ଏବଂ ନିଜେ ପୋଲିସକୁ ଡାକିଲି। ଏ ବିଷୟରେ କମିଶନରଙ୍କୁ ଅବଗତ କରାଇ ତାଙ୍କୁ ସାହାଯ୍ୟ କରିବାକୁ କହିଲି। ପରେ ମହିଳା ଜଣକ ମୋ ବିରୋଧରେ କହିବା ଆରମ୍ଭ କଲେ। ମୁଁ ପୋଲିସ କମିଶନରଙ୍କୁ ଏସମ଼୍ବନ୍ଧରେ ଜଣାଇଥିଲି। ଏହି ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି ।

The post ସିଆଇଡି ଆଗରେ ହାଜର ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ, ନାବାଳିକାଙ୍କୁ… appeared first on Dharitri Odia News.