ହାସିନାଙ୍କୁ ଦିଲ୍ଲୀରୁ ଢାକା ନେବା ୟୁନୁସ ସରକାରଙ୍କ ପାଇଁ ହେବ ନାହିଁ ଏତେ ସହଜ
ନୂଆଦିଲ୍ଲୀ/ଢାକା,୧୪।୯: ଯେତେବେଳେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ତାଙ୍କ ଦେଶରେ ବ୍ୟାପକ ବିରୋଧର ସମ୍ମୁଖୀନ ହୋଇଥିଲେ, ସେ ଅଗଷ୍ଟ ୫ରେ ଭାରତ ପଳାଇ ଆସିଥିଲେ। ସେ ତାଙ୍କ ସରକାର ହଟାଇବା ପରଠାରୁ ଭାରତରେ ରହିଆସୁଛନ୍ତି। ଶେଖ ହାସିନାଙ୍କୁ ତାଙ୍କ ଭଉଣୀ ଶେଖ ରେହାନାଙ୍କ ସହ ଏକ ସୁରକ୍ଷିତ ଘରେ ରଖାଯାଇଛି। କିନ୍ତୁ ବାଂଲାଦେଶରେ ତାଙ୍କ ପ୍ରତ୍ୟର୍ପଣ ପାଇଁ ଦାବି କ୍ରମାଗତ ଭାବେ ବୃଦ୍ଧି ପାଉଛି। ବାଂଲାଦେଶର ଆନ୍ତର୍ଜାତୀୟ କ୍ରାଇମ ଟ୍ରିବ୍ୟୁନାଲ (ଆଇସିଟି) ର ମୁଖ୍ୟ ଓକିଲ […] The post ହାସିନାଙ୍କୁ ଦିଲ୍ଲୀରୁ ଢାକା ନେବା ୟୁନୁସ ସରକାରଙ୍କ ପାଇଁ ହେବ ନାହିଁ ଏତେ ସହଜ appeared first on Dharitri Odia News.
ନୂଆଦିଲ୍ଲୀ/ଢାକା,୧୪।୯: ଯେତେବେଳେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ତାଙ୍କ ଦେଶରେ ବ୍ୟାପକ ବିରୋଧର ସମ୍ମୁଖୀନ ହୋଇଥିଲେ, ସେ ଅଗଷ୍ଟ ୫ରେ ଭାରତ ପଳାଇ ଆସିଥିଲେ। ସେ ତାଙ୍କ ସରକାର ହଟାଇବା ପରଠାରୁ ଭାରତରେ ରହିଆସୁଛନ୍ତି। ଶେଖ ହାସିନାଙ୍କୁ ତାଙ୍କ ଭଉଣୀ ଶେଖ ରେହାନାଙ୍କ ସହ ଏକ ସୁରକ୍ଷିତ ଘରେ ରଖାଯାଇଛି। କିନ୍ତୁ ବାଂଲାଦେଶରେ ତାଙ୍କ ପ୍ରତ୍ୟର୍ପଣ ପାଇଁ ଦାବି କ୍ରମାଗତ ଭାବେ ବୃଦ୍ଧି ପାଉଛି। ବାଂଲାଦେଶର ଆନ୍ତର୍ଜାତୀୟ କ୍ରାଇମ ଟ୍ରିବ୍ୟୁନାଲ (ଆଇସିଟି) ର ମୁଖ୍ୟ ଓକିଲ କହିଛନ୍ତି ଯେ ଶେଖ ହାସିନାଙ୍କୁ ଫେରାଇ ଆଣିବା ପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି। କୌତୁହଳର ବିଷୟ ହେଉଛି, ୨୦୧୦ରେ ଶେଖ ହାସିନାଙ୍କ ସରକାର ଦ୍ୱାରା ଅନ୍ତର୍ଜାତୀୟ କ୍ରାଇମ ଟ୍ରିବ୍ୟୁନାଲ ପୁନଃ ସ୍ଥାପିତ ହୋଇଥିଲା।
ଇଣ୍ଟରନ୍ୟାଶନାଲ କ୍ରାଇମ ଟ୍ରିବ୍ୟୁନାଲରେ ଶେଖ ହସିନାଙ୍କ ବିରୋଧରେ ନରସଂହାର ଏବଂ ମାନବିକତା ବିରୋଧରେ ଅପରାଧ ଅଧୀନରେ ଅଭିଯୋଗ ଦାଖଲ କରାଯାଇଛି। ହତ୍ୟା, ନିର୍ଯ୍ୟାତନା, ଜବରଦସ୍ତ ନିଖୋଜ ଇତ୍ୟାଦି ବିଭିନ୍ନ ଅପରାଧ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ଅନେକ ମାମଲା ରୁଜୁ ହୋଇଛି। ଏହି ପରିପ୍ରେକ୍ଷୀରେ ଯଦି ବାଂଲାଦେଶ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଭାରତକୁ ଆନୁଷ୍ଠାନିକ ଭାବେ ଅନୁରୋଧ କରେ, ତେବେ ନୂଆଦିଲ୍ଲୀରେ କେଉଁ ଆଇନଗତ ବିକଳ୍ପ ରହିବ? ଶେଖ ହାସିନାଙ୍କ ସମ୍ପର୍କରେ ଭାରତ ସରକାର ଏପର୍ଯ୍ୟନ୍ତ ଏହାର ସରକାରୀ ଆଭିମୁଖ୍ୟ ସ୍ପଷ୍ଟ କରିନାହାଁନ୍ତି। ବାଂଲାଦେଶ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ କରିବା ପରେ ଭାରତକୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ପଡିବ।
The post ହାସିନାଙ୍କୁ ଦିଲ୍ଲୀରୁ ଢାକା ନେବା ୟୁନୁସ ସରକାରଙ୍କ ପାଇଁ ହେବ ନାହିଁ ଏତେ ସହଜ appeared first on Dharitri Odia News.