ଭାତ ମାଗି ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ: ଦୋଷୀଙ୍କୁ ୩ ବର୍ଷ ଜେଲ୍‌

କେନ୍ଦୁଝର,୨ା୨(ଦୀପକ ମିଶ୍ର): କେନ୍ଦୁଝର ଜିଲା ଫାଷ୍ଟ୍‌ଟ୍ରାକ କୋର୍ଟରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ମାମଲାର ଶୁକବ୍ରାର ରାୟ ପ୍ରକାଶ ପାଇଛି। ବିଚାରପତି ବିଜୟ କୁମାର ମିଶ୍ର ଦୋଷୀଙ୍କୁ ୩ ବର୍ଷ ଜେଲ ଓ ୫ ହଜାର ଜରିମାନା ଆଦେଶ ଦେଇଛନ୍ତି। ମାମଲା ବିବରଣୀ ଅନୁଯାୟୀ, ଦୈତାରୀ ଥାନା ଅଞ୍ଚଳର ନାବାଳିକାଙ୍କ ଘରେ ୧୦ ଡିସେମ୍ବର ୨୦୧୭ରେ କେହି ନଥିବା ବେଳେ ବାଲିପର୍ବତ ନୂଆସାହିର କଇରା ବାଙ୍କିରା ନାବାଳିକାକୁ ଭାତ ମାଗିଥିଲେ। ସେ ଭାତ ଆଣିବାକୁ ଯାଇଥିବାବେଳେ ଅଭିଯୁକ୍ତ ନାବାଳିକାଙ୍କୁ […] The post ଭାତ ମାଗି ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ: ଦୋଷୀଙ୍କୁ ୩ ବର୍ଷ ଜେଲ୍‌ appeared first on Dharitri Odia News.

ଭାତ ମାଗି ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ: ଦୋଷୀଙ୍କୁ ୩ ବର୍ଷ ଜେଲ୍‌

କେନ୍ଦୁଝର,୨ା୨(ଦୀପକ ମିଶ୍ର): କେନ୍ଦୁଝର ଜିଲା ଫାଷ୍ଟ୍‌ଟ୍ରାକ କୋର୍ଟରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ମାମଲାର ଶୁକବ୍ରାର ରାୟ ପ୍ରକାଶ ପାଇଛି। ବିଚାରପତି ବିଜୟ କୁମାର ମିଶ୍ର ଦୋଷୀଙ୍କୁ ୩ ବର୍ଷ ଜେଲ ଓ ୫ ହଜାର ଜରିମାନା ଆଦେଶ ଦେଇଛନ୍ତି। ମାମଲା ବିବରଣୀ ଅନୁଯାୟୀ, ଦୈତାରୀ ଥାନା ଅଞ୍ଚଳର ନାବାଳିକାଙ୍କ ଘରେ ୧୦ ଡିସେମ୍ବର ୨୦୧୭ରେ କେହି ନଥିବା ବେଳେ ବାଲିପର୍ବତ ନୂଆସାହିର କଇରା ବାଙ୍କିରା ନାବାଳିକାକୁ ଭାତ ମାଗିଥିଲେ। ସେ ଭାତ ଆଣିବାକୁ ଯାଇଥିବାବେଳେ ଅଭିଯୁକ୍ତ ନାବାଳିକାଙ୍କୁ ଧରି ବଳାତ୍କାର ଉଦ୍ୟମ କରିଥିଲେ। ନାବାଳିକା କୌଶଳ କ୍ରମେ ଖସି ପଳାଇଥିଲେ। ପରେ ଘଟଣା ସର୍ମ୍ପକରେ ପରିବାର ଲୋକଙ୍କ କହିଥିଲେ। ପରିବାର ପକ୍ଷରୁ ଦୈତାରୀ ଥାନାରେ ଅଭିଯୋଗ ପରେ ଏକ ମାମଲା( ନଂ. ୬୭ /୧୭) ରୁଜୁ କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମାମଲାରେ ୧୪ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟ ଆଧାରରେ ଜଜ୍‌ ଉପରୋକ୍ତ ରାୟ ଶୁଣାଇଥିବା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା କହିଛନ୍ତି।

The post ଭାତ ମାଗି ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ: ଦୋଷୀଙ୍କୁ ୩ ବର୍ଷ ଜେଲ୍‌ appeared first on Dharitri Odia News.