ରାଜ୍ୟର ଐତିହ୍ୟକୁ ସୁରକ୍ଷା ଦେବାରେ ବିଫଳ ରାଜ୍ୟ ସରକାର : ବିଜେଡି
ଭୁବନେଶ୍ବର : ଗଞ୍ଜାମ ତାରାତାରିଣୀ ମନ୍ଦିରରୁ ଚୋରିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେଡି। ଏକ ପ୍ରେସମିଟରେ ଲେଖାଶ୍ରୀ... The post ରାଜ୍ୟର ଐତିହ୍ୟକୁ ସୁରକ୍ଷା ଦେବାରେ ବିଫଳ ରାଜ୍ୟ ସରକାର : ବିଜେଡି appeared first on .
ଭୁବନେଶ୍ବର : ଗଞ୍ଜାମ ତାରାତାରିଣୀ ମନ୍ଦିରରୁ ଚୋରିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେଡି। ଏକ ପ୍ରେସମିଟରେ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ରାଜ୍ୟର ଐତିହ୍ୟକୁ ସୁରକ୍ଷା ଦେବାରେ ବିଫଳ ରାଜ୍ୟ ସରକାର। ରାଜ୍ୟର ମଠ ମନ୍ଦିରକୁ ସୁରକ୍ଷା ଦିଆଯାଇପାରୁନାହିଁ। ନବୀନ ସରକାର ଥିବା ବେଳେ ଏହି ମନ୍ଦିରର ବିକାଶ କରାଯାଇଥିଲା। ଏବେ ଘଟଣାର ଅନୁଧ୍ୟାନ କରିବାକୁ ନବୀନ ପଟ୍ଟନାୟକ ଏକ ଫ୍ଯାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି। ସେହି କମିଟିର ସଦସ୍ୟ ହେଲେ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା। ରାଜ୍ୟରେ ଆଇନ ଶୃଙ୍ଖଳା ଭାଙ୍ଗିଥିବା ମଧ୍ୟ ଅଭିଯୋଗ କରିଛନ୍ତି ଲେଖାଶ୍ରୀ। ଗତ ରାତିରେ ମନ୍ଦିର ବାହାରେ ଥିବା ହୁଣ୍ଡି ଭାଙ୍ଗି ସେଥିରେ ଥିବା ଲକ୍ଷାଧିକ ଟଙ୍କା ଚୋରି କରି ନେଇଛନ୍ତି । ଗର୍ଭଗୃହରୁ ମା’ଙ୍କ ରୂପାର ଛତା ସହ ରୂପାର ମୁଖାକୁ ଚୋରିକରି ନେଇଛନ୍ତି । ଆଜି ଭୋରରୁ ପୂଜକ ମନ୍ଦିର ଖୋଲିବା ସମୟରେ ତାଲା ଭାଙ୍ଗି ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
The post ରାଜ୍ୟର ଐତିହ୍ୟକୁ ସୁରକ୍ଷା ଦେବାରେ ବିଫଳ ରାଜ୍ୟ ସରକାର : ବିଜେଡି appeared first on .