ରାଜ୍ୟର କିଛି ସ୍ଥାନରେ ବର୍ଷା : ଆହୁରି ୨ ଦିନ…
ଭୁବନେଶ୍ୱର,୨୦।୧୨: ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ରହିଥିବା ବେଳେ ଶୁକ୍ରବାର ସକାଳୁ କିଛିସ୍ଥାନରେ ବର୍ଷା ହୋଇଛି। ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ବର୍ଷାର ପ୍ରଭାବରେ ଶୀତ ସାମାନ୍ୟ ହାସ ପାଇଛି। ଚାଷୀମାନେ ଧାନ କଟାରେ ବ୍ୟସ୍ତ ଥିବାବେଳେ କିଛି ଚାଷୀ ଧାନ କାଟି ବିଲରେ କଚଡ଼ା ପକାଇଛନ୍ତି। ଏପଟେ […] The post ରାଜ୍ୟର କିଛି ସ୍ଥାନରେ ବର୍ଷା : ଆହୁରି ୨ ଦିନ… appeared first on Dharitri Odia News.
ଭୁବନେଶ୍ୱର,୨୦।୧୨: ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ରହିଥିବା ବେଳେ ଶୁକ୍ରବାର ସକାଳୁ କିଛିସ୍ଥାନରେ ବର୍ଷା ହୋଇଛି। ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ବର୍ଷାର ପ୍ରଭାବରେ ଶୀତ ସାମାନ୍ୟ ହାସ ପାଇଛି।
ଚାଷୀମାନେ ଧାନ କଟାରେ ବ୍ୟସ୍ତ ଥିବାବେଳେ କିଛି ଚାଷୀ ଧାନ କାଟି ବିଲରେ କଚଡ଼ା ପକାଇଛନ୍ତି। ଏପଟେ ବର୍ଷା ସମ୍ଭାବନା ନେଇ ଚାଷୀ ଆଖିରୁ ନିଦ ହଜିଗଲାଣି। ଆସନ୍ତା ୨୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଓ ଦକ୍ଷିଣ ଉପକୂଳ ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଆଗାମୀ ୫ ଦିନ ପାଗ ପ୍ରାୟତଃ ଶୁଖିଲା ରହିବ। କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।
The post ରାଜ୍ୟର କିଛି ସ୍ଥାନରେ ବର୍ଷା : ଆହୁରି ୨ ଦିନ… appeared first on Dharitri Odia News.