ରଖିପାରୁ ନାହାନ୍ତି କି ଟଙ୍କା, ଏହି ଉପାୟ କରିଦେବ…
ମନୁଷ୍ୟ ସର୍ବଦା ଧନୀ ହେବାକୁ ଚେଷ୍ଟା କରେ। ଏକ ସୁଖମୟ ଜୀବନ ବଞ୍ଚିବାକୁ ଚାହେଁ। ଏ ନେଇ ଅର୍ଥ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ ଧନୀ ହେବା ପାଇଁ କ’ଣ କରାଯିବା ଉଚିତ ବୋଲି ମନରେ ପ୍ରଶ୍ନ ଉଠିଥାଏ। ଏହାର ଉତ୍ତର ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି। ଟଙ୍କା ସଞ୍ଚୟ ଏବଂ ଖର୍ଚ୍ଚ ସହ ଜଡିତ ଅନେକ କଥା ସେ କହିଛନ୍ତି। ଆସନ୍ତୁ ଜାଣିବା ସେହି କଥା ବିଷୟରେ … ଚାଣକ୍ୟଙ୍କ ଅନୁଯାୟୀ, […] The post ରଖିପାରୁ ନାହାନ୍ତି କି ଟଙ୍କା, ଏହି ଉପାୟ କରିଦେବ… appeared first on Dharitri Odia News.
ମନୁଷ୍ୟ ସର୍ବଦା ଧନୀ ହେବାକୁ ଚେଷ୍ଟା କରେ। ଏକ ସୁଖମୟ ଜୀବନ ବଞ୍ଚିବାକୁ ଚାହେଁ। ଏ ନେଇ ଅର୍ଥ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ ଧନୀ ହେବା ପାଇଁ କ’ଣ କରାଯିବା ଉଚିତ ବୋଲି ମନରେ ପ୍ରଶ୍ନ ଉଠିଥାଏ। ଏହାର ଉତ୍ତର ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି। ଟଙ୍କା ସଞ୍ଚୟ ଏବଂ ଖର୍ଚ୍ଚ ସହ ଜଡିତ ଅନେକ କଥା ସେ କହିଛନ୍ତି। ଆସନ୍ତୁ ଜାଣିବା ସେହି କଥା ବିଷୟରେ …
ଚାଣକ୍ୟଙ୍କ ଅନୁଯାୟୀ, ଜଣେ ବ୍ୟକ୍ତି ଧନୀ ହେବା ପାଇଁ ଏପରି ସ୍ଥାନରେ ବାସ କରିବା ଉଚିତ୍ ଯେଉଁଠାରେ ରୋଜଗାର ପନ୍ଥା ଉପଲବ୍ଧ ଥିବ। ଏପରି ଜାଗାରେ ବ୍ୟକ୍ତିର ରୋଜଗାରର ସମସ୍ୟା ନ ଥାଏ ଏବଂ ସେ ଖୁସି ରୁହନ୍ତି।
ଟଙ୍କା ରୋଜଗାର କରିବା ଲକ୍ଷ୍ୟ ସ୍ଥିର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲକ୍ଷ୍ୟ ବିନା ବ୍ୟକ୍ତି କଦାପି ଆଗକୁ ବଢ଼ିବାକୁ ସମର୍ଥ ହୁଏ ନାହିଁ କି ସେ ଧନୀ ହୁଏ ନାହିଁ ।
ଚାଣକ୍ୟ କହିଛନ୍ତି ଯେ, ଯିଏ ନିଜର ଭବିଷ୍ୟତ ଲକ୍ଷ୍ୟ ସ୍ଥିର କରିଛି, ତାଙ୍କ ପାଇଁ ଆଗକୁ ବଢ଼ିବା ରାସ୍ତା ସହଜ ହୋଇଥାଏ।
The post ରଖିପାରୁ ନାହାନ୍ତି କି ଟଙ୍କା, ଏହି ଉପାୟ କରିଦେବ… appeared first on Dharitri Odia News.