ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି ଘରେ ଝାଞ୍ଜିପବନରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ଏହାକୁ ଧ୍ୟାନରେ ରଖି ମାର୍କେଟରେ ଲଞ୍ଚ ହୋଇଛି ଏସି ହେଲମେଟ। ଯାହାକୁ ଆପଣ ପିନ୍ଧି ର୍ନିଦ୍ୱନ୍ଦ୍ୱରେ ଦୂରବାଟ ଯାତ୍ରା କରିପାରିବେ। ସାଧାରଣତଃ କରାଦିନେ ବାହାରକୁ ବାହାରିବା ମୁସ୍କିଲ ହୋଇପଡେ। କିଛିଦିନ ଧରି ଯେପିରି ନିଆଁବର୍ଷା ହେଉଛି ବାହାରକୁ ବାହାରିବା ପାଇଁ […] The post ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି… appeared first on Dharitri Odia News.

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି ଘରେ ଝାଞ୍ଜିପବନରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ଏହାକୁ ଧ୍ୟାନରେ ରଖି ମାର୍କେଟରେ ଲଞ୍ଚ ହୋଇଛି ଏସି ହେଲମେଟ। ଯାହାକୁ ଆପଣ ପିନ୍ଧି ର୍ନିଦ୍ୱନ୍ଦ୍ୱରେ ଦୂରବାଟ ଯାତ୍ରା କରିପାରିବେ। ସାଧାରଣତଃ କରାଦିନେ ବାହାରକୁ ବାହାରିବା ମୁସ୍କିଲ ହୋଇପଡେ। କିଛିଦିନ ଧରି ଯେପିରି ନିଆଁବର୍ଷା ହେଉଛି ବାହାରକୁ ବାହାରିବା ପାଇଁ ମଧ୍ୟ ଡର ଲାଗୁଛି।

ତେବେ ଏହାର ସମାଧାନ ପାଇଁ ଗୁଜୁରାଟ ଆଇଆଇଏମର ଛାତ୍ରମାନେ ଏକ ନିଆରା କାମ କରିଛନ୍ତି। ଛାତ୍ରମାନେ ଏକ ଶୀତତାପ ନିୟନ୍ତ୍ରିତ ହେଲମେଟ ଆବିଷ୍କାର କରିଛନ୍ତି। ଯାହା ଟଣାଖରାରେ ମଧ୍ୟ ଆରାମ ଦେବ। ଏହି ହେଲମେଟଗୁଡିକ ବ୍ୟାଟେରୀଚାଳିତ। ଯେଉଁମାନେ ଟାଣଖରାରେ ବାହାରେ ରହି କାମ କରୁଛନ୍ତି କିମ୍ବା କୌଣସି ଦୂର ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। କହିରଖୁଛୁ କି, ଭଦୋଦର ଟ୍ରାଫିକ ପୋଲିସ ବିଭାଗର କର୍ମଚାରୀମାନେ ଏହି ହେଲମେଟ ବ୍ୟବହାର କରୁଛନ୍ତି।

The post ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି… appeared first on Dharitri Odia News.