ରାଜ୍ୟର ବିକାଶ କ୍ଷେତ୍ରରେ ବ୍ଲୁ ପ୍ରିଣ୍ଟ୍‌ର ଆବଶ୍ୟକ

ଭୁବନେଶ୍ୱର, ୧।୯ (ଅଭୟ ଦାଶ): ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ୟୁସିସିଆଇଏଲ୍‌) ପକ୍ଷରୁ ଆୟୋଜିତ ୩ ଦିନିଆ ଗ୍ଲୋବାଲ୍‌ ଟ୍ରେଡ୍‌ ଶୋ’ ‘ରିସର୍ଜେଣ୍ଟ ଓଡ଼ିଶା ୨୦୨୪’ର ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ୨ୟ ଦିନରେ ବିଭିନ୍ନ କ୍ଷେତ୍ରକୁ ନେଇ ସ୍ବତନ୍ତ୍ର ଅଧିବେଶନ ଓ ଆଲେଚନାଚକ୍ରର ଆୟୋଜନ କରାଯାଇଥିଲା। ଏପରିକି ରାଜ୍ୟର ବିକାଶ କ୍ଷେତ୍ରରେ ନୀଳନକ୍ସାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ଆଲୋଚନାରେ ସାମିଲ ଅତିଥି ଓ ଶିଳ୍ପ ବିଶେଷଜ୍ଞମାନେ ବିସ୍ତୃତ […] The post ରାଜ୍ୟର ବିକାଶ କ୍ଷେତ୍ରରେ ବ୍ଲୁ ପ୍ରିଣ୍ଟ୍‌ର ଆବଶ୍ୟକ appeared first on Dharitri Odia News.

ରାଜ୍ୟର ବିକାଶ କ୍ଷେତ୍ରରେ ବ୍ଲୁ ପ୍ରିଣ୍ଟ୍‌ର ଆବଶ୍ୟକ

ଭୁବନେଶ୍ୱର, ୧।୯ (ଅଭୟ ଦାଶ): ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ୟୁସିସିଆଇଏଲ୍‌) ପକ୍ଷରୁ ଆୟୋଜିତ ୩ ଦିନିଆ ଗ୍ଲୋବାଲ୍‌ ଟ୍ରେଡ୍‌ ଶୋ’ ‘ରିସର୍ଜେଣ୍ଟ ଓଡ଼ିଶା ୨୦୨୪’ର ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ୨ୟ ଦିନରେ ବିଭିନ୍ନ କ୍ଷେତ୍ରକୁ ନେଇ ସ୍ବତନ୍ତ୍ର ଅଧିବେଶନ ଓ ଆଲେଚନାଚକ୍ରର ଆୟୋଜନ କରାଯାଇଥିଲା। ଏପରିକି ରାଜ୍ୟର ବିକାଶ କ୍ଷେତ୍ରରେ ନୀଳନକ୍ସାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ଆଲୋଚନାରେ ସାମିଲ ଅତିଥି ଓ ଶିଳ୍ପ ବିଶେଷଜ୍ଞମାନେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। ୨ୟ ଦିନରେ ପ୍ରତିରକ୍ଷା କ୍ଷେତ୍ରରେ ରହିଥିବା ବ୍ୟାପକ ସୁଯୋଗ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏହି ଅବସରରେ ଅବସରରେ ଇପିକଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କଲ୍ୟାଣ ମହାନ୍ତିଙ୍କ ସମେତ ଏରୋସ୍ପେସ୍‌ର ସିଇଓ ଗୁରୁ ବିଶ୍ୱାଳ, ହାଲ୍‌ (କୋରାପୁଟ) ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଧାଂଶୁ ମୋହନ ଜେନା, ଇନ୍‌ଫାଣ୍ଟ୍ରିର ପୂର୍ବତନ ଡିଜି ଲ୍ୟୁଟ୍‌ନାଣ୍ଟ ଜେନେରାଲ ଏ. କେ. ସାମନ୍ତରା ଓ କରୋଜନ ପ୍ରୋଟେକ୍ସନର ଜ୍ଞାନରଞ୍ଜନ ମହାନ୍ତି ଯୋଗଦେଇଥିଲାବେଳେ ୟୁସିସିଆଇଏଲ୍‌ର ବ୍ରିଗେଡିୟର ଏଲ୍‌. ସି . ପଟ୍ଟନାୟକ ସଂଯୋଜକ ଭାବେ ଏହି ଅଧିବେଶନର ପରିଚାଳନା କରିଥିଲେ। ସେହିଭଳି ଓଡ଼ିଶାରେ ଲଜିଷ୍ଟିକ୍ସ ଓ ପରିବହନ ଭିତ୍ତିଭୂମି ସମ୍ପର୍କିତ ଆଲୋଚନାଚକ୍ରରେ ଯୋଗଦେଇ ଆଦାନୀ ପୋର୍ଟସ୍‌ ଆଣ୍ଡ ଏସ୍‌ଇଜେଡ୍‌ର ଗ୍ରୁପ୍‌ ଆଡଭାଇଜର ସୁବ୍ରତ ତ୍ରିପାଠୀ, ଆଇଆଇଟି ଖଡ଼ଗପୁରର ପୂର୍ବତନ ପ୍ରଫେସର ସୁରେଶ ମିଶ୍ର, ହଂଚ ମୋବିଲିଟି (ଆଭିଏସନ)ର ଏମ୍‌ଡି ଅମିତ ଦତ୍ତା ନିଜ ନିଜର ମତ ଉପସ୍ଥାପନ କରିଥିଲାବେଳେ ୟୁସିସିଆଇଏଲ୍‌ର ଜେ. କେ. ରଥ ଏହି ଅଧିବେଶନର ସଂଯୋଜନା କରିଥିଲେ। ସେହିପରି ନୂଆ ପିଢ଼ିର ଶିଳ୍ପ ଓ ରପ୍ତାନି ସମ୍ଭାବନା ଉପରେ ଆୟୋଜିତ ଆଲୋଚନାଚକ୍ରରେ ଆଇଆଇଟି ଭୁବନେଶରର ନିର୍ଦ୍ଦେଶକ ଶ୍ରୀପଦ କର୍ମାକର, ପିଡବ୍ଲ୍ୟୁସି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସୁଜୟ ସେଟ୍ଟୀ, ଡନ୍‌ ଆଣ୍ଡ ବ୍ରାଡସିଟର ଉପ ମୁଖ୍ୟ ସୌରଭ କିଶୋର ବକ୍ତାଭାବେ ଯୋଗଦେଇ ନିଜ ନିଜର ମତ ଉପସ୍ଥାପନ କରିଥିଲାବେଳେ ୟୁସିସିଆଇଏଲ୍‌ର ଏସ୍‌.ଏସ୍‌. ମହାନ୍ତି ସଂଯୋଜନା କରିଥିଲେ। ପରିଶେଷରେ ଡିଜିଟାଇଜେଶନ ଓ ଏଆଇ ଫୋକସ ଏମ୍‌ଏସ୍‌ଏମ୍‌ଇ ସହ ସହଜରେ ବ୍ୟବସାୟ କରିବା ଉପରେ ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଏମ୍‌ଏସ୍‌ଏମ୍‌ଇର ଯୁଗ୍ମ ନିର୍ଦ୍ଦେଶକ ଡିଏଫ୍‌ଓ ପି. କେ. ଗୁପ୍ତା, ପିଡବ୍ଲ୍ୟୁସି (ଇଏସ୍‌ଡିଏମ୍‌) ନିର୍ଦ୍ଦେଶକ ରମେଶ କୁମାର, ଡନ୍‌ ଆଣ୍ଡ ବ୍ରାଡସିଟର ସେଲ୍ସ ନିର୍ଦ୍ଦେଶକ ଅଜୟ ମହସୁର଼ ଓ ଏସାର ମିନମେଟର ନିର୍ଦ୍ଦେଶକ ସଞ୍ଜୟ ପଟ୍ଟନାୟକ ବକ୍ତା ଭାବେ ଯୋଗଦେଇଥିଲେ। ୟୁସିସିଆଇଏଲ୍‌ର ସଞ୍ଜୀବ ମହାପାତ୍ର ଏହି ଅଧିବେଶନକୁ ପରିଚାଳନା କରିଥିଲେ।

The post ରାଜ୍ୟର ବିକାଶ କ୍ଷେତ୍ରରେ ବ୍ଲୁ ପ୍ରିଣ୍ଟ୍‌ର ଆବଶ୍ୟକ appeared first on Dharitri Odia News.