ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୮ ଜଣଙ୍କ ମୃତ୍ୟୁ, ମୃତକଙ୍କ ମଧ୍ୟରେ ଅଧିକାଂଶ ଚାଷୀ
ଭୁବନେଶ୍ୱର: ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୮ ଜଣକ ଜୀବନ ଯାଇଛି । ଭଦ୍ରକ ଜିଲ୍ଲାରେ ବଜ୍ରପାତରେ ତିନି ଜଣକ ମୃତ୍ୟୁ ହୋଇଛି । ବିଲରେ ଚାଷ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ସେହିଭଳି ଗଞ୍ଜାମ ଭଞ୍ଜନଗରରେ ଜଣଙ୍କ ମୃତ୍ୟୁ ହୋଇଛି।ସେହିପରି କେନ୍ଦ୍ରାପଡ଼ାରେ ବଜ୍ରପାତ ଯୋଗୁଁ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତକ ଆୟବା ଗାଁର ବଳରାମ ନାୟକ । ବିଲରେ ଚାଷ କରୁଥିବା ବେଳେ ଅଘଟଣ ଘଟିଛି । କାମାକ୍ଷାନଗରରେ ବି ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତକ କାମାକ୍ଷାନଗର ଥାନା କାଦୁଆ ଗାଁର ଭିମସେନ ପରିଡା । ସେହିପରି ନୀଳଗିରିର ଓଲଡଙ୍ଗ ଅଞ୍ଚଳରେ ବିଲରେ କାମ କରୁଥିବା ସମୟରେ ବଜ୍ରପାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗରଡ଼ିହି ଅଞ୍ଚଳର ଭୀମ ମାଝୀ । ସୋରରେ ବଜ୍ରାପାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଖଇରା ଥାନା ହରିପୁର ଗ୍ରାମର ରାକେଶ ତିଆଡ଼ି ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା l ପରିବାର ଲୋକ ଗୁରୁତର ଅବସ୍ଥାରେ ଆଗରପଡା ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଗାଁର ଚଞ୍ଚଳା ବାହାଳିଆ ବିଲ କାମ କରୁଥିବା ବେଳେ ବଜ୍ରାପାତ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି lସେପଟେ ବାଲେଶ୍ଵର ଓ ଭଦ୍ରକ, ଢେଙ୍କାନାଳ ଓ କେନ
ଭୁବନେଶ୍ୱର: ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୮ ଜଣକ ଜୀବନ ଯାଇଛି । ଭଦ୍ରକ ଜିଲ୍ଲାରେ ବଜ୍ରପାତରେ ତିନି ଜଣକ ମୃତ୍ୟୁ ହୋଇଛି । ବିଲରେ ଚାଷ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ସେହିଭଳି ଗଞ୍ଜାମ ଭଞ୍ଜନଗରରେ ଜଣଙ୍କ ମୃତ୍ୟୁ ହୋଇଛି।
ସେହିପରି କେନ୍ଦ୍ରାପଡ଼ାରେ ବଜ୍ରପାତ ଯୋଗୁଁ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତକ ଆୟବା ଗାଁର ବଳରାମ ନାୟକ । ବିଲରେ ଚାଷ କରୁଥିବା ବେଳେ ଅଘଟଣ ଘଟିଛି । କାମାକ୍ଷାନଗରରେ ବି ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତକ କାମାକ୍ଷାନଗର ଥାନା କାଦୁଆ ଗାଁର ଭିମସେନ ପରିଡା । ସେହିପରି ନୀଳଗିରିର ଓଲଡଙ୍ଗ ଅଞ୍ଚଳରେ ବିଲରେ କାମ କରୁଥିବା ସମୟରେ ବଜ୍ରପାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗରଡ଼ିହି ଅଞ୍ଚଳର ଭୀମ ମାଝୀ ।
ସୋରରେ ବଜ୍ରାପାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଖଇରା ଥାନା ହରିପୁର ଗ୍ରାମର ରାକେଶ ତିଆଡ଼ି ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା l ପରିବାର ଲୋକ ଗୁରୁତର ଅବସ୍ଥାରେ ଆଗରପଡା ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଗାଁର ଚଞ୍ଚଳା ବାହାଳିଆ ବିଲ କାମ କରୁଥିବା ବେଳେ ବଜ୍ରାପାତ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି l
ସେପଟେ ବାଲେଶ୍ଵର ଓ ଭଦ୍ରକ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବଜ୍ରପାତରେ ମୃତ ୬ ଜଣଙ୍କ ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଇବା ସହ, ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।