ରାଜ୍ୟରେ ଅଂଶୁଘାତ ସ୍ଥିତି ସାଙ୍ଘାତିକ, ତାତି କମିଲେ ସ୍ଥିତି ନିୟନ୍ତ୍ରଣରେ ରହିବ- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ୦୮।୦୫ : ରାଜ୍ୟରେ ଅଂଶୁଘାତ ସ୍ଥିତି ସାଙ୍ଘାତିକ । ସାରା ରାଜ୍ୟରେ ୨୦ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ହୋଇଛି ।ଢେଙ୍କାନାଳ, ବାଲେଶ୍ବର ଓ ମୟୁରଭଞ୍ଜରେ ୩ ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି  । ସେହିପରି ଅନ୍ୟ ୧୭ ଜଣଙ୍କ ମୃତ୍ୟୁର ତଦନ୍ତ ଚାଲିଛି । ଏପର୍ଯ୍ୟନ୍ତ ରାଜ୍ୟରେ ୭୮୬  ଅଂଶୁଘାତ ମାମଲା ଆସିଥିବା କହିଛି ସ୍ୱାସ୍ଥ୍ୟ ବିଭାଗ । ଗତ କିଛି ଦିନ ହେଲା ତାତି କମିଥିବାରୁ ସ୍ଥିତି ଏବେ ନିୟନ୍ତ୍ରଣରେ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । 