ରାଜ୍ୟରେ ଅବହେଳିତ ପାରା ଆଥଲେଟ୍ । ପ୍ରୋତ୍ସାହନ ନାହିଁ, କି ସୁବିଧା ବି ନାହିଁ
କନକ ବ୍ୟୁରୋ: ଓଡ଼ିଶାରେ ପାରା ଖେଳାଳୀଙ୍କ ଅବସ୍ଥା ନକହିଲେ ଭଲ। ବାରମ୍ବାର ରାଜ୍ୟ ପାଇଁ ପଦକ ଆଣିଥିଲେ ମଧ୍ୟ ସେମାନଙ୍କ ପାଇଁ ସ୍ଵତନ୍ତ୍ର କୌଣସି ବ୍ୟବସ୍ଥା ନାହିଁ। ବିଗତ ଦୁଇ ବର୍ଷରେ ପ୍ରାୟ ୧୮୦ ପଦକ ଓଡ଼ିଶା ପାଇଁ ଆଣିଛନ୍ତି ପାରା ଖେଳାଳି। ହେଲେ ଏପର୍ଯ୍ୟନ୍ତ ନା କୌଣସି ହଷ୍ଟେଲ ବ୍ୟବସ୍ଥା ଅଛି ନା ସ୍ଵତନ୍ତ୍ର ପ୍ରଶିକ୍ଷକ ଅଛନ୍ତି ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପାରା ଖେଳାଳୀ। ବାରମ୍ବାର ଦାବି କରୁଥିବା ସତ୍ତ୍ୱେ ମଧ୍ୟ ଏପର୍ଯ୍ୟନ୍ତ […] The post ରାଜ୍ୟରେ ଅବହେଳିତ ପାରା ଆଥଲେଟ୍ । ପ୍ରୋତ୍ସାହନ ନାହିଁ, କି ସୁବିଧା ବି ନାହିଁ first appeared on Kanak News.

କନକ ବ୍ୟୁରୋ: ଓଡ଼ିଶାରେ ପାରା ଖେଳାଳୀଙ୍କ ଅବସ୍ଥା ନକହିଲେ ଭଲ। ବାରମ୍ବାର ରାଜ୍ୟ ପାଇଁ ପଦକ ଆଣିଥିଲେ ମଧ୍ୟ ସେମାନଙ୍କ ପାଇଁ ସ୍ଵତନ୍ତ୍ର କୌଣସି ବ୍ୟବସ୍ଥା ନାହିଁ। ବିଗତ ଦୁଇ ବର୍ଷରେ ପ୍ରାୟ ୧୮୦ ପଦକ ଓଡ଼ିଶା ପାଇଁ ଆଣିଛନ୍ତି ପାରା ଖେଳାଳି। ହେଲେ ଏପର୍ଯ୍ୟନ୍ତ ନା କୌଣସି ହଷ୍ଟେଲ ବ୍ୟବସ୍ଥା ଅଛି ନା ସ୍ଵତନ୍ତ୍ର ପ୍ରଶିକ୍ଷକ ଅଛନ୍ତି ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପାରା ଖେଳାଳୀ। ବାରମ୍ବାର ଦାବି କରୁଥିବା ସତ୍ତ୍ୱେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ନା ସ୍ଵତନ୍ତ୍ର କୋଚ୍ ନା ହଷ୍ଟେଲ ମିଳିଛି।
ଜଣେ ସାଧାରଣ ଖେଳାଳି ଅପେକ୍ଷା ପାରା ଖେଳାଳୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ ହେଲେ ସେହି ଅନୁଯାୟୀ ଯେଉଁ ସୁବିଧା ସୁଯୋଗ ମିଳୁନଥିବା ଅଭିଯୋଗ କରି ଆସିଛନ୍ତି ପାରା ଖେଳାଳି। ପ୍ରମୋଦ ଭଗତ ଭଳି ଖେଳାଳୀ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଆଣି ସାରା ବିଶ୍ୱରେ ଓଡ଼ିଶାର ନା କୁ ପରିଚିତ କରାଇଛନ୍ତି। ଅନ୍ୟପଟେ ମନ୍ତ୍ରୀ ମଧ୍ୟ ଏସଂପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ବିଭାଗ ତରଫରୁ ସ୍ଵତନ୍ତ୍ର ସ୍ପୋର୍ଟସ କମ୍ପ୍ଲେକ୍ସ ତିଆରି କରିବାକୁ ଯୋଜନା ରହିଛି।
ସାଧାରଣ ଆଥଲେଟଙ୍କ ତୁଳନାରେ ପାରା ଖେଳାଳୀ ରାଜ୍ୟ ପାଇଁ ଅଧିକ ପଦକ ନେଇ ଆସୁଛନ୍ତି। ହେଲେ ସେମାନଙ୍କୁ ଯେମିତି ଭିତ୍ତିଭୂମି ଯୋଗେଇ ଦିଆଯାଉଛି ପାରା ଖେଳାଳିଙ୍କୁ ମଧ୍ୟ ଯୋଗାଇଦେବାର ଆବଶ୍ୟକତା ରହିଛି ।
The post ରାଜ୍ୟରେ ଅବହେଳିତ ପାରା ଆଥଲେଟ୍ । ପ୍ରୋତ୍ସାହନ ନାହିଁ, କି ସୁବିଧା ବି ନାହିଁ first appeared on Kanak News.