ରାଜ୍ୟରେ କିଏ ହେବେ ବିରୋଧୀ ଦଳ ନେତା ? ବିପକ୍ଷରେ ନବୀନ ବସିବେ ନା ଆଉ କିଏ ?

ରାଜ୍ୟ ରାଜନୀତି ବେଶ୍ ସରଗରମ୍। ବିଜେପି ସରକାର ଗଠନ କରିବା ପରେ ପ୍ରମୁଖ ବିରୋଧୀ ଆସନରେ ବସିବାକୁ ଯାଉଛି ବିଜେଡି। ତେବେ ବିଜେଡି କାହାକୁ ବିରୋଧୀ ଦଳ ନେତା କରିବ ତାକୁ ନେଇ ଚର୍ଚ୍ଚା ବଢିଛି ।

ରାଜ୍ୟରେ କିଏ ହେବେ ବିରୋଧୀ ଦଳ ନେତା ? ବିପକ୍ଷରେ ନବୀନ ବସିବେ ନା ଆଉ କିଏ ?

ଦୀର୍ଘ ବର୍ଷ ପରେ ସରକାରୀ ଦଳ, ଏକ ଶକ୍ତିଶାଳୀ ବିରୋଧୀ ଦଳକୁ ସାମନା କରିବାକୁ ଯାଉଛି। ସରକାର ବଦଳି ଥିବାରୁ ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ବିଜେଡି। କଂଗ୍ରେସ ବି ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। କାହିଁକି ନା ଉଭୟଙ୍କ ପାଖରେ ଅଛନ୍ତି ୬୫ ଜଣ ବିଧାୟକ।ଏହାରି ଭିତରେ କିନ୍ତୁ ସରକାରୀ ଦଳକୁ ଘେରିବାକୁ ନବୀନ ନିଜେ ବିରୋଧୀ ଦଳ ନେତା ସିଟ୍‌ରେ ବସୁଛନ୍ତି ନା ଆଉ କାହାକୁ ବସାଉଛନ୍ତି ତାକୁ ନେଇ ସସପେନସ୍ ଜାରି ରହିଛି। 

କିଏ ହେବ ବିରୋଧୀ ଦଳ ନେତା ? ପଟ୍ଟ ପରିବର୍ତ୍ତନ ପରେ ଏହାକୁ ନେଇ ସବୁଠି ଚର୍ଚ୍ଚା । ରାଜ୍ୟ ରାଜନୀତି ବେଶ୍ ସରଗରମ୍। ବିଜେପି ସରକାର ଗଠନ କରିବା ପରେ ପ୍ରମୁଖ ବିରୋଧୀ ଆସନରେ ବସିବାକୁ ଯାଉଛି ବିଜେଡି। ତେବେ ବିଜେଡି କାହାକୁ ବିରୋଧୀ ଦଳ ନେତା କରିବ ତାକୁ ନେଇ ଚର୍ଚ୍ଚା ବଢିଛି । ଏନେଇ ନବୀନ ନିବାସରେ କିଛି ବରିଷ୍ଠ ନେତାଙ୍କୁ ନେଇ ଆଲୋଚନା ବି ହୋଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଜେଡିର ସବୁ ବିଧାୟକ ଓ ବରିଷ୍ଠ ନେତା ନବୀନଙ୍କୁ ବିରୋଧୀ ଦଳ ନେତା କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ବିଜେଡି ସୁପ୍ରିମୋ, ବିଧାୟକମାନଙ୍କ ଶପଥ ଗ୍ରହଣ ପରେ ଏନେଇ ନିଷ୍ପତ୍ତି ନେବେ।

ଅନ୍ୟପଟେ କଂଗ୍ରେସର ସିଟ୍ ୯ରୁ ବଢ଼ି ଏଥର ୧୪ ହୋଇଛି । ୧୪ ବିଧାୟକଙ୍କ ଭିତରୁ କିଏ ହେବ କଂଗ୍ରେସ ବିଧାୟକ ଦଳ ନେତା ତାକୁ ନେଇ ଏବେଠୁ ବିବାଦ ଆରମ୍ଭ ହୋଇଯାଇଛି । ତାରା ଓ ସପ୍ତଗିରି କଳି ତୀବ୍ର ହୋଇଛି । ସପ୍ତଗିରି, ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ଙ୍କ ନାଁ ସୁପାରିସ କରୁଥିବା ବେଳେ ଏହାକୁ କାଉଣ୍ଟର କରିଛନ୍ତି ତାରା । ଉଭୟ ତାରା ଓ ଉଲାକା ଏବେ ଦିଲ୍ଲୀରେ ହାଇକମାଣ୍ଡଙ୍କ ପାଖରେ ଲବି ଚଳାଇଛନ୍ତି । ସେପଟେ ବିଜେପି କହିଛି, ବିଧାନସଭାରେ ବିରୋଧୀଙ୍କ ପାଖରେ ପ୍ରସଙ୍ଗ ରହିବନି। ଆମେ ତାଙ୍କୁ ହିସାବ ଦେବୁ ସେମାନଙ୍କ ବିଫଳତା ସଂପର୍କରେ ।

ବିଜେଡି ବିରୋଧୀ ଦଳ ନେତା ଭାବେ ନବୀନ ଙ୍କ ନାଁ ନେଉଥିବା ବେଳେ ପ୍ରକୃତ ପକ୍ଷେ ଏହାର ବାସ୍ତବିକତା କେତେ। ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଗୁରୁତ୍ବ ବେଶ ଅଧିକ। ପ୍ରତିଦିନ ତାଙ୍କର ଉପସ୍ଥାନ ରହିବା ଆବଶ୍ୟକତା ଅଛି । ଯେହେତୁ ନବୀନ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗୃହକୁ ନିୟମିତ ଆସୁନଥିଲେ, ସେଦୃଷ୍ଟିରୁ ବିରୋଧୀ ଦଳ ନେତା ଦାୟିତ୍ବ ଆଉ କାହାକୁ ଦେଇପାରନ୍ତି । ଦୁଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ମଧ୍ୟରୁ ଜଣକୁ ନବୀନ ବିରୋଧୀ ଦଳ ନେତା କରିପାରନ୍ତି । ଏସବୁ ବାଦ୍ କିନ୍ତୁ ବିଧାନସଭାରେ ବହୁ ବର୍ଷ ବ୍ୟବଧାନରେ ଶକ୍ତିଶାଳୀ ବିରୋଧୀଙ୍କୁ ସାମନା କରିବାକୁ ଯାଉଛି ସରକାରୀ ଦଳ। 

ବିଜେଡି ପାଖରେ ବିଧାୟକ ଅଛନ୍ତି ୫୧ ଜଣ । କଂଗ୍ରେସ ବିଧାୟକଙ୍କ ସଂଖ୍ୟା ହେଲା ୧୪। ସମୁଦାୟ ୬୫ ଜଣ ବିରୋଧୀ ବିଧାୟକଙ୍କୁ ବିଜେପି କିପରି ସାମନା କରୁଛି, ବିଧାନସଭାର ପ୍ରଥମ ଅଧିବେଶନରେ ତା ଉପରେ ରହିବ ସମସ୍ତଙ୍କ ନଜର।