ରାଜ୍ୟରେ ଖସୁଛି ପାରଦ ବଢୁଛି ଥଣ୍ଡା
ଭୁବନେଶ୍ୱର: ଦିନକୁ ଦିନ ଖସୁଛି ତାପମାତ୍ରା ଆଉ ବଢୁଛି ଶୀତ। ଥଣ୍ଡା ବଢ଼ିବା ସହ ଜାଡ଼ ମଧ୍ୟ ଆରମ୍ଭ ହୋଇଯାଇଛି। କଗତବର୍ଷ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ସାରା ଓଡ଼ିଶାରେ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ କମ୍ ତାପମାତ୍ରା ସହ ଥଣ୍ଡାର ସହର ଭାବେ ରେକର୍ଡ କରିଛି। ତେବେ ରାଜ୍ୟରେ ପ୍ରବଳ ଥଣ୍ଡା ଲୋକଙ୍କୁ କଲବଲ କରୁଛି। ଓଡ଼ିଶାର ଦାର୍ଜିଲିଂ କୁହାଯାଉଥିବା ଘୁମୁସର ଉଦୟଗିରିରେ ଆଜି ତାପମାତ୍ରା ୮.୪ ଡିଗ୍ରି ରେକର୍ଡ କରାଯାଇଛି। ଲୋକେ […]

ଭୁବନେଶ୍ୱର: ଦିନକୁ ଦିନ ଖସୁଛି ତାପମାତ୍ରା ଆଉ ବଢୁଛି ଶୀତ। ଥଣ୍ଡା ବଢ଼ିବା ସହ ଜାଡ଼ ମଧ୍ୟ ଆରମ୍ଭ ହୋଇଯାଇଛି। କଗତବର୍ଷ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ସାରା ଓଡ଼ିଶାରେ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ କମ୍ ତାପମାତ୍ରା ସହ ଥଣ୍ଡାର ସହର ଭାବେ ରେକର୍ଡ କରିଛି।
ତେବେ ରାଜ୍ୟରେ ପ୍ରବଳ ଥଣ୍ଡା ଲୋକଙ୍କୁ କଲବଲ କରୁଛି। ଓଡ଼ିଶାର ଦାର୍ଜିଲିଂ କୁହାଯାଉଥିବା ଘୁମୁସର ଉଦୟଗିରିରେ ଆଜି ତାପମାତ୍ରା ୮.୪ ଡିଗ୍ରି ରେକର୍ଡ କରାଯାଇଛି। ଲୋକେ ଶରୀରକୁ ଉତ୍ତାପ ରଖିବା ପାଇଁ ନିଆଁର ନିକଟତର ହେଉଛନ୍ତି। କନ୍ଧମାଳ ଜିଲ୍ଲାରେ ଏବେ ଲେକେ ଶୀତବସ୍ତ୍ରକୁ ଗୁରୁତ୍ବ ଦେଉଛନ୍ତି।
ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଥିବା ବେଳେ ଶୀତ ଏକ ପ୍ରକାର ଲୁଚକାଳି ଖେଳୁଛି। କିଛି ଦିନ ଥଣ୍ଡାର ପ୍ରକୋପ ବଢ଼ିଥିବା ବେଳେ ପାଗ ବଦଳିବା ଯୋଗୁଁ ପୁଣି ଥଣ୍ଡା କମି ଯାଉଛି। ବର୍ତମାନ ଚାରି ଦିନ ହେଲା ପୁଣି ପାରଦ ତଳମୁହାଁ ହେବା ସାଙ୍ଗକୁ ପ୍ରବଳ ଥଣ୍ଡା ଜାଡ଼ ସହ କୁହୁଡ଼ିର ଚାଦର ଭିତରେ ସାରା ଅଞ୍ଚଳ ରହିଲା ଭଳି ଅନୁଭବ ହେଉଛି।