ରାଜ୍ୟରେ ଚାଲିଛି ଟ୍ରିପଲ M ସରକାର: କହୁକହୁ କହିଦେଲେ ସମ୍ବିତ ପାତ୍ର
ଭୁବନେଶ୍ୱର, ୮।୭: ବରିଷ୍ଠ ଭାଜପା ନେତା ମନମୋହନ ସାମଲ ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସର୍ବସମ୍ମତ କ୍ରମେ ତାଙ୍କୁ ଚତୁର୍ଥ ଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯାଇଇଛି। ମନମୋହନ ପୁନଃ ସଭାପତି ନିର୍ବାଚିତ ହେବା ଅବସରରେ ପୁରୀ ଏମ୍ପି ସମ୍ବିତ ପାତ୍ର ଏକ ବଡ଼ ବୟାନ ଦେଇଛନ୍ତି। ରାଜ୍ୟରେ ଟ୍ରିପଲ ‘M’ ସରକାର ଚାଲିଛି ବୋଲି ସମ୍ବିତ କହିଛନ୍ତି। ଟ୍ରିପଲ ‘M’ ଅର୍ଥାତ ରାଜ୍ୟରେ ମୋଦି, ମୋହନ ଓ […] The post ରାଜ୍ୟରେ ଚାଲିଛି ଟ୍ରିପଲ M ସରକାର: କହୁକହୁ କହିଦେଲେ ସମ୍ବିତ ପାତ୍ର appeared first on Dharitri Odia News.
ଭୁବନେଶ୍ୱର, ୮।୭: ବରିଷ୍ଠ ଭାଜପା ନେତା ମନମୋହନ ସାମଲ ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସର୍ବସମ୍ମତ କ୍ରମେ ତାଙ୍କୁ ଚତୁର୍ଥ ଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯାଇଇଛି। ମନମୋହନ ପୁନଃ ସଭାପତି ନିର୍ବାଚିତ ହେବା ଅବସରରେ ପୁରୀ ଏମ୍ପି ସମ୍ବିତ ପାତ୍ର ଏକ ବଡ଼ ବୟାନ ଦେଇଛନ୍ତି।
ରାଜ୍ୟରେ ଟ୍ରିପଲ ‘M’ ସରକାର ଚାଲିଛି ବୋଲି ସମ୍ବିତ କହିଛନ୍ତି। ଟ୍ରିପଲ ‘M’ ଅର୍ଥାତ ରାଜ୍ୟରେ ମୋଦି, ମୋହନ ଓ ମନମୋହନ ସରକାର ଚାଲିଛି ବୋଲି ସେ କହିଛନ୍ତି। ସଭାପତି ଦଳ ପାଇଁ ବଡ଼ ବଳିଦାନ ଦେଇଛନ୍ତି। କେନ୍ଦ୍ରୀୟ ନେତୃତ୍ୱ ଯେତେବେଳେ ତାଙ୍କୁ ନିଜ ଆସନ ଦେଖିବାକୁ କହିଲେ। ସେତେବେଳେ ସେ ମୋ ପାଇଁ ମୋ ଦଳ ବଡ଼ କହିଥିବା ସମ୍ବିତ ପ୍ରକାଶ କରିଛନ୍ତି।
ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିଲା, ଯେଉଁଠାରେ ମନମୋହନ ସାମଲ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ଆଜି ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସୱାଲ ବିଧିବଦ୍ଧ ଭାବେ ମନମୋହନଙ୍କ ନାମକୁ ରାଜ୍ୟ ସଭାପତି ଭାବେ ଘୋଷଣା କରିଥିଲେ।
The post ରାଜ୍ୟରେ ଚାଲିଛି ଟ୍ରିପଲ M ସରକାର: କହୁକହୁ କହିଦେଲେ ସମ୍ବିତ ପାତ୍ର appeared first on Dharitri Odia News.