ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ଦୁଇ ଦିନ ମଧ୍ୟରେ ତାପମାତ୍ରା କମିବା ସମ୍ଭାବନା
ଭୁବନେଶ୍ବର ୩୦।୩: ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି । ସାରା ରାଜ୍ୟରେ ଉପରମୁହାଁ ପାରଦ । ଜାରି ରହିଛି ହିଟ୍ଓ୍ବେଭ । ତତଲା ତାଓ୍ବାରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା । କଲବଲ କରୁଛି ଖରା । ପଶ୍ଚିମ କେନ୍ଦ୍ରାଞ୍ଚଳର ଅଧିକାଂଶ ସ୍ଥାନରେ ତାପମାତ୍ରା ଏବେ ୪୦ ଡିଗ୍ରୀ ଛୁଇଁଛି । ଖରାରେ ଆଉଟୁ ପାଉଟ ଜନଜୀବନ । ଦିନ ୧୦ଟା ବେଳକୁ ବାହାରିବା ମୁସ୍କିଲ ହୋଇପଡୁଛି । ଖରା ଯୋଗୁ ଖାଁ ଖାଁ ହାଟ ବଜାର । ସେପଟେ ବସଷ୍ଟାଣ୍ଡ, ମାର୍କେଟ୍ ଅଞ୍ଚଳରେ ଅଧିକ ପାନୀୟ ଜଳ ସୁବିଧା ସହ ଛାଇ କରିବାକୁ ଦାବି ହୋଇଛି ।ସେପଟେ ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ଆସନ୍ତା ୭ରୁ ୮ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାର ତାପମାତ୍ରା ୪୫ ଡିଗ୍ରୀ ପହଞ୍ଚିଯିବ । ରବିବାର ସନ୍ଧ୍ୟାରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ସେପଟେ ଏପ୍ରିଲ ୭ରୁ ୮ ତାରିଖ ବେଳକୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ତାପମାତ୍ରା ୪୫ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁପାରେ ବୋଲି ସୋଆ ସିଇସି ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ଆକଳନ କରିଛନ୍ତି । You Can Read:ଏପ୍ରିଲ୍ ୧ରେ ଓଡ଼ିଶା ଦିବସକୁ ବେଶ୍ ଧୁମ୍ଧାମ୍ରେ ପାଳନ କରିବ ବିଜେଡି
ଭୁବନେଶ୍ବର ୩୦।୩: ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି । ସାରା ରାଜ୍ୟରେ ଉପରମୁହାଁ ପାରଦ । ଜାରି ରହିଛି ହିଟ୍ଓ୍ବେଭ । ତତଲା ତାଓ୍ବାରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା । କଲବଲ କରୁଛି ଖରା । ପଶ୍ଚିମ କେନ୍ଦ୍ରାଞ୍ଚଳର ଅଧିକାଂଶ ସ୍ଥାନରେ ତାପମାତ୍ରା ଏବେ ୪୦ ଡିଗ୍ରୀ ଛୁଇଁଛି । ଖରାରେ ଆଉଟୁ ପାଉଟ ଜନଜୀବନ । ଦିନ ୧୦ଟା ବେଳକୁ ବାହାରିବା ମୁସ୍କିଲ ହୋଇପଡୁଛି । ଖରା ଯୋଗୁ ଖାଁ ଖାଁ ହାଟ ବଜାର । ସେପଟେ ବସଷ୍ଟାଣ୍ଡ, ମାର୍କେଟ୍ ଅଞ୍ଚଳରେ ଅଧିକ ପାନୀୟ ଜଳ ସୁବିଧା ସହ ଛାଇ କରିବାକୁ ଦାବି ହୋଇଛି ।
ସେପଟେ ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ଆସନ୍ତା ୭ରୁ ୮ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାର ତାପମାତ୍ରା ୪୫ ଡିଗ୍ରୀ ପହଞ୍ଚିଯିବ । ରବିବାର ସନ୍ଧ୍ୟାରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ସେପଟେ ଏପ୍ରିଲ ୭ରୁ ୮ ତାରିଖ ବେଳକୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ତାପମାତ୍ରା ୪୫ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁପାରେ ବୋଲି ସୋଆ ସିଇସି ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ଆକଳନ କରିଛନ୍ତି ।
You Can Read:
ଏପ୍ରିଲ୍ ୧ରେ ଓଡ଼ିଶା ଦିବସକୁ ବେଶ୍ ଧୁମ୍ଧାମ୍ରେ ପାଳନ କରିବ ବିଜେଡି