ରାଜ୍ୟରେ ନିର୍ମାଣ ହେବ ମହିଳା ଶିଳ୍ପ ପାର୍କ, ଇପିକଲରେ ପ୍ରତିଷ୍ଠା ହେବ ସ୍ଵତନ୍ତ୍ର ସେଲ୍: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ମହିଳା ଉଦ୍ୟୋଗୀଙ୍କ ଅର୍ଥନୈତିକ ନେତୃତ୍ବରେ ବିକଶିତ ଓଡ଼ିଶା ସ୍ବପ୍ନ ସାକାର ହେବ । ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟରେ ସ୍ବତନ୍ତ୍ର ମହିଳା ଶିଳ୍ପ ପାର୍କ ଏବଂ ଇପିକଲରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ସେଲ୍ ପ୍ରତିଷ୍ଠା ହେବ । ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ମହିଳା ଉଦ୍ୟୋଗୀମାନଙ୍କ ଆଲୋଚନାଚକ୍ରରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ମହିଳା ଉଦ୍ୟୋଗୀଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳାମାନେ ପୂର୍ବରୁ ଅନେକ ଥର ପ୍ରମାଣ କରିଛନ୍ତି ଯେ ସେମାନେ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି । କୃଷି କ୍ଷେତ୍ରରେ କାମ କରିବା ଠାରୁ ଆରମ୍ଭ କରି କ୍ରିଡ଼ା କ୍ଷେତ୍ରରେ ସଫଳତା ହାସଲ କରିବା ହେଉ କି ଯୁଦ୍ଧ ବିମାନ ଠାରୁ ଆରମ୍ଭ କରି ମହାକାଶକୁ ରକେଟ୍ ଉଡ଼ାଇବା ପର୍ଯ୍ୟନ୍ତ ସବୁଥିରେ ମହିଳାମାନେ ସେମାନଙ୍କ ପାରଦର୍ଶିତାକୁ ପ୍ରମାଣିତ କରିଛନ୍ତି । ମହିଳାମାନଙ୍କ ମଧ୍ୟରେ ଥିବା କ୍ଷମତା କିମ୍ବା ପ୍ରତିଭା ବିଷୟରେ କେବେ ବି ସନ୍ଦେହ ନଥିଲା । ଏକମାତ୍ର ଅଭାବ ହେଉଛି ସଠିକ୍ ସୁଯୋଗ । Also read: ଉତ୍କର୍ଷ ଓଡ଼ିଶା କନକ୍ଲେଭ: ସ୍ଵାସ୍ଥ୍ୟ କ୍ଷେତ୍ରରେ ୧୦୦୦ କୋଟି ନିବେଶ କରିବ ସୁମା ରିଅଲ ମିଡିଆମହିଳାମାନେ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଓ ଅର୍ଥନୀତି ଠାରୁ ଉତ୍ପାଦନ ଏବଂ ନବସୃଜନ ଶକ୍ତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଅଗ୍ରଣୀ ଅଛ
ଭୁବନେଶ୍ଵର: ମହିଳା ଉଦ୍ୟୋଗୀଙ୍କ ଅର୍ଥନୈତିକ ନେତୃତ୍ବରେ ବିକଶିତ ଓଡ଼ିଶା ସ୍ବପ୍ନ ସାକାର ହେବ । ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟରେ ସ୍ବତନ୍ତ୍ର ମହିଳା ଶିଳ୍ପ ପାର୍କ ଏବଂ ଇପିକଲରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ସେଲ୍ ପ୍ରତିଷ୍ଠା ହେବ । ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ମହିଳା ଉଦ୍ୟୋଗୀମାନଙ୍କ ଆଲୋଚନାଚକ୍ରରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମହିଳା ଉଦ୍ୟୋଗୀଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳାମାନେ ପୂର୍ବରୁ ଅନେକ ଥର ପ୍ରମାଣ କରିଛନ୍ତି ଯେ ସେମାନେ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି । କୃଷି କ୍ଷେତ୍ରରେ କାମ କରିବା ଠାରୁ ଆରମ୍ଭ କରି କ୍ରିଡ଼ା କ୍ଷେତ୍ରରେ ସଫଳତା ହାସଲ କରିବା ହେଉ କି ଯୁଦ୍ଧ ବିମାନ ଠାରୁ ଆରମ୍ଭ କରି ମହାକାଶକୁ ରକେଟ୍ ଉଡ଼ାଇବା ପର୍ଯ୍ୟନ୍ତ ସବୁଥିରେ ମହିଳାମାନେ ସେମାନଙ୍କ ପାରଦର୍ଶିତାକୁ ପ୍ରମାଣିତ କରିଛନ୍ତି । ମହିଳାମାନଙ୍କ ମଧ୍ୟରେ ଥିବା କ୍ଷମତା କିମ୍ବା ପ୍ରତିଭା ବିଷୟରେ କେବେ ବି ସନ୍ଦେହ ନଥିଲା । ଏକମାତ୍ର ଅଭାବ ହେଉଛି ସଠିକ୍ ସୁଯୋଗ ।
Also read: ଉତ୍କର୍ଷ ଓଡ଼ିଶା କନକ୍ଲେଭ: ସ୍ଵାସ୍ଥ୍ୟ କ୍ଷେତ୍ରରେ ୧୦୦୦ କୋଟି ନିବେଶ କରିବ ସୁମା ରିଅଲ ମିଡିଆ
ମହିଳାମାନେ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଓ ଅର୍ଥନୀତି ଠାରୁ ଉତ୍ପାଦନ ଏବଂ ନବସୃଜନ ଶକ୍ତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଅଗ୍ରଣୀ ଅଛନ୍ତି । ଶିକ୍ଷା ହେଉଛି ମହିଳାଙ୍କ ସଶକ୍ତିକରଣର ଚାବିକାଠି । ଆଗାମୀ ବର୍ଷ ଗୁଡ଼ିକରେ ମହିଳାମାନଙ୍କୁ ଉଦ୍ୟୋଗୀ ସଫଳତା ପାଇଁ ଆବଶ୍ୟକ ଦକ୍ଷତା ଏବଂ ଜ୍ଞାନ ପ୍ରଦାନ ପାଇଁ ବିଶେଷ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ବିଶ୍ବବିଦ୍ୟାଳୟ ଏବଂ ବ୍ୟବସାୟିକ ବିଦ୍ୟାଳୟ ସହିତ ସହଯୋଗ କରି ଶିକ୍ଷାଗତ ଏବଂ ବ୍ୟବହାରିକ ବ୍ୟବସାୟ ଅଭିଜ୍ଞତା ପ୍ରଦାନ କରୁଥିବା ଛାତ୍ରବୃତ୍ତି, ଇଣ୍ଟର୍ନସିପ୍ ଏବଂ ନେତୃତ୍ବ କାର୍ଯ୍ୟକ୍ରମ ପ୍ରଦାନ କରାଯିବ ।
ଚଳିତ ବଜେଟରେ ରାଜ୍ୟର ମୋଟ ବଜେଟ ବ୍ୟବସ୍ଥା ମଧ୍ୟରୁ ୭୫ ହଜାର ୬୨୩ କୋଟି ଟଙ୍କା ଅର୍ଥାତ୍ ମୋଟ ବଜେଟ୍ ଖର୍ଚ୍ଚର ୨୮.୫ ପ୍ରତିଶତ କେବଳ ରାଜ୍ୟର ମହିଳାମାନଙ୍କ ପାଇଁ ଖର୍ଚ୍ଚ କରିବା ପାଇଁ ସ୍ଥିର ହୋଇଛି । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନରେ ମହିଳାମାନଙ୍କ ଯୋଗଦାନକୁ ସୁନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ମହିଳା ଉଦ୍ୟୋଗୀଙ୍କ ଅର୍ଥନୈତିକ ନେତୃତ୍ବରେ ବିକଶିତ ଓଡ଼ିଶାର ସ୍ବପ୍ନ ସାକାର ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
Also read: ରାଜ୍ୟରୁ ଶୀତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଗୁରୁବାରଠୁ ଖରା ବଢିବ
ମୁଖ୍ୟମନ୍ତ୍ରୀ ଆହୁରି ବି କହିଥିଲେ ଯେ, ଓଡ଼ିଶାର ମହିଳମାନଙ୍କୁ ସଶକ୍ତ କରିବାକୁ ସୁଭଦ୍ରା ଯୋଜନା ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ । ଏହା ସେମାନଙ୍କୁ କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିବାରେ ସାହାଯ୍ୟ କରିବା ପାଇଁ ଆବଶ୍ୟକ ପାଣ୍ଠି ଯୋଗାଇବ । ସେହିଭଳି ସୁଭଦ୍ରା ଯୋଜନାରେ ଆଉ ୩ଟି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ୩ଟି ପଦକ୍ଷେପ ହେଲା ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ । ଶୁଣ ସୁଭଦ୍ରା କାର୍ଯ୍ୟକ୍ରମରେ ଯୋଜନା ବାବଦରେ ମହିଳାମାନଙ୍କର କିଛି ସନ୍ଦେହ ଥିଲେ ସେମାନେ ବିଭାଗକୁ ଯୋଗାଯୋଗ କରି ପଚାରିପାରିବେ । କୁହ ସୁଭଦ୍ରା କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀଙ୍କୁ କଲ୍ କରି ଋଣ ବାବଦରେ ପଚାରିପାରିବେ। ସେହିଭଳି ସୁଭଦ୍ରା ସେତୁ କାର୍ଯ୍ୟକ୍ରମରେ ୨୧ବର୍ଷ ବୟସର ମହିଳାମାନଙ୍କୁ ସୁଭଦ୍ରା ଯୋଜନା ସହ ଯୋଡ଼ି ସେମାନଙ୍କୁ ସ୍ବାବଲମ୍ବୀ କରିବାକୁ ତାଲିମ ପ୍ରଦାନ କରାଯିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେଶ ବିଦେଶର ପ୍ରମୁଖ ମହିଳା ଉଦ୍ୟୋଗୀ ଡାଏନା ପିଚୋ, ଧରିତ୍ରୀ ପଟ୍ଟନାୟକ, ସ୍ବିକୃତୀ ପଟ୍ଟନାୟକ, ସ୍ମିତା ଅଗ୍ରଓ୍ବାଲ, ପ୍ରୀତି ବଜାଜ ପ୍ରମୁଖଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଶୁଣି ସେମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ ରୂପେ ଗଢ଼ିବା ପାଇଁ ମହିଳା ଉଦ୍ୟୋଗୀମାନଙ୍କର ପ୍ରମୁଖ ଯୋଗଦାନ ରହିବ ଏବଂ ସେଥି ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।