ରାଜ୍ୟରେ ପାଣିପାଗ ବଦଳିଛି, ସୋମବାରଠୁ ସ୍କୁଲ ସ୍ୱାଭାବିକ ଭାବରେ ଚାଲିବ
ଭୁବନେଶ୍ୱର ୨୩।୦୬: ସୋମବାରଠୁ ସ୍କୁଲ ସ୍ବାଭାବିକ ଭାବରେ ଖୋଲିବ । ରାଜ୍ୟରେ ପାଣିପାଗ ବଦଳିଛି, ତେଣୁ ସ୍କୁଲ ସ୍ୱାଭାବିକ ହେବାର କୌଣସି ଅସୁବିଧା ହେବ ନାହିଁ ବୋଲି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସେହିପରି ଗଣିତ ଶିକ୍ଷାକୁ ନେଇ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଦିଆଯିବ । ଏହାକୁ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିଵା ଆବଶ୍ୟକତା ରହିଛି। ଏହା ଦ୍ୱାରା ଛାତ୍ରଛାତ୍ରୀ ଗଣିତକୁ ଭଲ ଭାବରେ ବୁଝିପାରିବେ ବୋଲି ସେ କହିଛନ୍ତି।ସୂଚନାଯୋଗ୍ୟ ଯେ, ରାଜ୍ୟରେ ଖରାର ସ୍ଥିତି ନେଇ କୌଣସି ଜିଲ୍ଲାରେ କେତେବେଳେ ସ୍କୁଲ ଖୋଲିବ । ତାହା ନିଷ୍ପତ୍ତି ସମସ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇଥିଲେ ରାଜ୍ୟ ସରକାର । ରାଜ୍ୟ ସ୍କୁଲ ଖୋଲିବା ନେଇ ବସିଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । ତେବେ ସରକାରଙ୍କ ଏହି ନିର୍ଦ୍ଦେଶ ପରେ କିଛି ଜିଲ୍ଲାରେ ସ୍କୁଲ ସକାଳୁଆ ଖୋଲିଥିଲା । ଆଉ ବାକି ଜିଲ୍ଲାରେ ୧୦ ଟା ବେଳେ ସ୍କୁଲ ଖୋଲିଥିଲା ।
ଭୁବନେଶ୍ୱର ୨୩।୦୬: ସୋମବାରଠୁ ସ୍କୁଲ ସ୍ବାଭାବିକ ଭାବରେ ଖୋଲିବ । ରାଜ୍ୟରେ ପାଣିପାଗ ବଦଳିଛି, ତେଣୁ ସ୍କୁଲ ସ୍ୱାଭାବିକ ହେବାର କୌଣସି ଅସୁବିଧା ହେବ ନାହିଁ ବୋଲି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।
ସେହିପରି ଗଣିତ ଶିକ୍ଷାକୁ ନେଇ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଦିଆଯିବ । ଏହାକୁ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିଵା ଆବଶ୍ୟକତା ରହିଛି। ଏହା ଦ୍ୱାରା ଛାତ୍ରଛାତ୍ରୀ ଗଣିତକୁ ଭଲ ଭାବରେ ବୁଝିପାରିବେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଖରାର ସ୍ଥିତି ନେଇ କୌଣସି ଜିଲ୍ଲାରେ କେତେବେଳେ ସ୍କୁଲ ଖୋଲିବ । ତାହା ନିଷ୍ପତ୍ତି ସମସ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇଥିଲେ ରାଜ୍ୟ ସରକାର । ରାଜ୍ୟ ସ୍କୁଲ ଖୋଲିବା ନେଇ ବସିଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । ତେବେ ସରକାରଙ୍କ ଏହି ନିର୍ଦ୍ଦେଶ ପରେ କିଛି ଜିଲ୍ଲାରେ ସ୍କୁଲ ସକାଳୁଆ ଖୋଲିଥିଲା । ଆଉ ବାକି ଜିଲ୍ଲାରେ ୧୦ ଟା ବେଳେ ସ୍କୁଲ ଖୋଲିଥିଲା ।