ରାଜ୍ୟରେ ପ୍ରଥମ ଥର ପାଇଁ ତାତି ଛୁଇଁଲା 39: ଆଗକୁ ଆହୁରି ବଢିବ ତାତି

ଭୁବନେଶ୍ବର: ଟାଇଁ ଟାଇଁ ଖରାରେ ଶିଜୁଛି ଓଡ଼ିଶା। ରାଜ୍ୟରେ ପ୍ରଥମ ଥର ପାଇଁ ପାରଦ 39 ଡିଗ୍ରୀ ସେଲ୍‌ସିୟସ୍ ଛୁଇଁଛି।ଝାରସୁଗୁଡ଼ାର ଆଜି ସର୍ବୋଚ୍ଚ ଦିନ ତାପମାତ୍ରା 39 ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବୌଦ୍ଧ 38.5, ମାଲକାନଗିରି 38.4, ଅନୁଗୁଳ 37.9 ଡିଗ୍ରୀ,ସମ୍ବଲପୁର ଓ ପାରଳାଖେମୁଣ୍ଡି 37.8, ବଲାଙ୍ଗିର 37.5 ଡିଗ୍ରୀ, ହୀରାକୁଦ 37.1, ଟିଟିଲାଗଡ଼ 37, ଭୁବନେଶ୍ବର 36.4, କଟକ 34.6 ଡିଗ୍ରୀ ରେକର୍ଡ ହୋଇଛି। ଆଗକୁ ତାତି ଆହୁରି ବଢିବା ନେଇ ଆକଳନ କରାଯାଇଛି। […]

ରାଜ୍ୟରେ ପ୍ରଥମ ଥର ପାଇଁ ତାତି ଛୁଇଁଲା 39: ଆଗକୁ ଆହୁରି ବଢିବ ତାତି

ଭୁବନେଶ୍ବର: ଟାଇଁ ଟାଇଁ ଖରାରେ ଶିଜୁଛି ଓଡ଼ିଶା। ରାଜ୍ୟରେ ପ୍ରଥମ ଥର ପାଇଁ ପାରଦ 39 ଡିଗ୍ରୀ ସେଲ୍‌ସିୟସ୍ ଛୁଇଁଛି।ଝାରସୁଗୁଡ଼ାର ଆଜି ସର୍ବୋଚ୍ଚ ଦିନ ତାପମାତ୍ରା 39 ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବୌଦ୍ଧ 38.5, ମାଲକାନଗିରି 38.4, ଅନୁଗୁଳ 37.9 ଡିଗ୍ରୀ,ସମ୍ବଲପୁର ଓ ପାରଳାଖେମୁଣ୍ଡି 37.8, ବଲାଙ୍ଗିର 37.5 ଡିଗ୍ରୀ, ହୀରାକୁଦ 37.1, ଟିଟିଲାଗଡ଼ 37, ଭୁବନେଶ୍ବର 36.4, କଟକ 34.6 ଡିଗ୍ରୀ ରେକର୍ଡ ହୋଇଛି।

ଆଗକୁ ତାତି ଆହୁରି ବଢିବା ନେଇ ଆକଳନ କରାଯାଇଛି। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ତାତି ତାତି କଲବଲ କରୁଛି।