ରାଜ୍ୟରେ ବଢ଼ିଲା ତାତି: ୩୬ ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା,୩୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ଟାଣ ଖରା ଆରମ୍ଭ ହୋଇଯାଇଛି। ୧୧ ସହରର ତାପମାତ୍ରା ୩୬ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି। ସେହିପରି ୩୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପଲାଟିଛି। #ପୁଣି ୩୮ଡ଼ିଗ୍ରୀ ଛୁଇଁଲା ପାରଦ ଆଜି ଗଜପତି ଜିଲ୍ଲାର #ପାରଳାଖେମୁଣ୍ଡି ରେ ସର୍ବୋଚ୍ଚ ଦିନ ତାପମାତ୍ରା #୩୮ଡ଼ିଗ୍ରୀ ରେକର୍ଡ ହୋଇଛି — Meteorological Centre, Bhubaneswar (@mcbbsr) March 6, 2024 ୩୬ ଡିଗ୍ରୀ କିମ୍ବା ତାଠାରୁ […]

ରାଜ୍ୟରେ ବଢ଼ିଲା ତାତି: ୩୬ ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା,୩୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
heat-wave-1

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ଟାଣ ଖରା ଆରମ୍ଭ ହୋଇଯାଇଛି। ୧୧ ସହରର ତାପମାତ୍ରା ୩୬ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି। ସେହିପରି ୩୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପଲାଟିଛି।


୩୬ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଥିବା ୧୧ ସହର ଗୁଡିକ ହେଉଛି-  ଝାରସୁଗୁଡ଼ା ୩୬.୮ ଡିଗ୍ରୀ, ତାଳଚେର- ୩୬ ଡିଗ୍ରୀ, ଭବାନୀପାଟ୍ଟଣା- ୩୬.୨ ଡିଗ୍ରୀ, ବଲାଙ୍ଗୀର- ୩୬.୯ ଡିଗ୍ରୀ, ଟିଟିଲାଗଡ଼-୩୬.୫ ଡିଗ୍ରୀ, ମାଲକାନାଗିରି- ୩୬.୭ ଡିଗ୍ରୀ, ସୁବର୍ଣ୍ଣପୁର- ୩୬.୨ ଡିଗ୍ରୀ, ନୟାଗଡ଼ ଓ ବୌଦ୍ଧ ଜିଲ୍ଲାର ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଭୁବନେଶ୍ବର ୩୪.୭ ଓ କଟକର ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ କରାଯାଇଛି।