ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

କୁଚିଣ୍ଡା,୩୦୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା କୁସୁମୀ ଫାଣ୍ଡି ଅଞ୍ଚଳରେ ଘରୋଇ କଳହକୁ ନେଇ ଜଣେ ମହିଳାଙ୍କୁ ହତ୍ୟା କରିଛନ୍ତି ତାଙ୍କ ସ୍ବାମୀ। ମୃତା ହେଲେ ରାଧା କିଷାନ (୩୦)। ହତ୍ୟାକାରୀ ସ୍ବାମୀ କୁସୁମୀ ପଞ୍ଚାୟତ ରାନେକେଲା(ବେନିଆପୋଷ) ଗ୍ରାମର ଗୁଣନିଧି କିଷାନ(୩୫)ଙ୍କୁ ପୋଲିସ ଗିରଫ କରିଛି। ସ୍ତ୍ରୀଙ୍କୁ ହତ୍ୟା କରିଥିବା ଗୁଣନିଧି ପୋଲିସ ଆଗରେ ସ୍ବୀକାର କରିଛନ୍ତି। ସୋମବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମହୁଲପାଲି ଥାନା ଅଧିକାରୀ ସୁମିତ ଫିରୋଜ ଏକ୍କା ସୂଚନା […] The post ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ appeared first on Dharitri Odia News.

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

କୁଚିଣ୍ଡା,୩୦୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା କୁସୁମୀ ଫାଣ୍ଡି ଅଞ୍ଚଳରେ ଘରୋଇ କଳହକୁ ନେଇ ଜଣେ ମହିଳାଙ୍କୁ ହତ୍ୟା କରିଛନ୍ତି ତାଙ୍କ ସ୍ବାମୀ। ମୃତା ହେଲେ ରାଧା କିଷାନ (୩୦)। ହତ୍ୟାକାରୀ ସ୍ବାମୀ କୁସୁମୀ ପଞ୍ଚାୟତ ରାନେକେଲା(ବେନିଆପୋଷ) ଗ୍ରାମର ଗୁଣନିଧି କିଷାନ(୩୫)ଙ୍କୁ ପୋଲିସ ଗିରଫ କରିଛି।

ସ୍ତ୍ରୀଙ୍କୁ ହତ୍ୟା କରିଥିବା ଗୁଣନିଧି ପୋଲିସ ଆଗରେ ସ୍ବୀକାର କରିଛନ୍ତି। ସୋମବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମହୁଲପାଲି ଥାନା ଅଧିକାରୀ ସୁମିତ ଫିରୋଜ ଏକ୍କା ସୂଚନା ଦେଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ପଠାଯାଇଛି। ଗୁଣନିଧି ପ୍ରତିଦିନ ନିଶାସେବନ କରି ସ୍ତ୍ରୀଙ୍କୁ ମାରପିଟ କରନ୍ତି। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗୁଣନିଧି ଏକ ଠେଙ୍ଗାରେ ରାଧାଙ୍କୁ ପିଟିଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ରବିବାର ପଡୋଶୀମାନେ ରାଧାଙ୍କ ବାପ ଘରକୁ ଖବର ଦେଇଥିଲେ।

The post ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ appeared first on Dharitri Odia News.