ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ମରଣାନ୍ତକ ଆକ୍ରମଣ, ଘରେ ପଶି ତିନିଥର ଛୁରୀ ଭୁସିଲେ

ମୁମ୍ବାଇ,୧୬ା୧: ବଲିଉଡରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର। ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଛି। ଘରେ ପଶି ଜଣେ ଚୋର ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ କରିଥିଲା। ଅଭିନେତା ବର୍ତ୍ତମାନ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଆକ୍ରମଣ କିଏ ଏବଂ କାହିଁକି କରିଛି ତାହା ଜାଣିବାକୁ ପୋଲିସ ଚେଷ୍ଟା କରୁଛି। କୋଉଠି ଥିଲେ କରିନା ? ଆକ୍ରମଣ ସମୟରେ ପରିବାରର ଅନ୍ୟ ସଦସ୍ୟମାନେ କେଉଁଠି ଥିଲେ ସେ ବିଷୟରେ ବର୍ତ୍ତମାନ […] The post ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ମରଣାନ୍ତକ ଆକ୍ରମଣ, ଘରେ ପଶି ତିନିଥର ଛୁରୀ ଭୁସିଲେ appeared first on Dharitri Odia News.

ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ମରଣାନ୍ତକ ଆକ୍ରମଣ, ଘରେ ପଶି ତିନିଥର ଛୁରୀ ଭୁସିଲେ

ମୁମ୍ବାଇ,୧୬ା୧: ବଲିଉଡରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର। ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଛି। ଘରେ ପଶି ଜଣେ ଚୋର ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ କରିଥିଲା। ଅଭିନେତା ବର୍ତ୍ତମାନ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଆକ୍ରମଣ କିଏ ଏବଂ କାହିଁକି କରିଛି ତାହା ଜାଣିବାକୁ ପୋଲିସ ଚେଷ୍ଟା କରୁଛି।

କୋଉଠି ଥିଲେ କରିନା ?
ଆକ୍ରମଣ ସମୟରେ ପରିବାରର ଅନ୍ୟ ସଦସ୍ୟମାନେ କେଉଁଠି ଥିଲେ ସେ ବିଷୟରେ ବର୍ତ୍ତମାନ କୌଣସି ସୂଚନା ମିଳିପାରି ନାହିଁ। କିନ୍ତୁ କରିସ୍ମା କପୁର ୯ ଘଣ୍ଟା ପୂର୍ବରୁ ଇନଷ୍ଟା ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଥିଲେ। ସେ ତାଙ୍କ ଭଉଣୀ କରୀନା କପୁର, ରିଆ ଏବଂ ସୋନମ କପୁରଙ୍କ ସହ ପାର୍ଟିରେ ଥିଲେ। ଏହି ପାର୍ଟିରେ କରୀନା ଉପସ୍ଥିତ ଥିଲେ। ତେବେ ସୈଫଙ୍କ ଉପରେ ଆକ୍ରମଣ ସମୟରେ କରିନା ପାର୍ଟିରେ ଥିଲେ କିମ୍ବା ପହଂଚି ଯାଇଥିଲେ, ସେ ନେଇ କୌଣସି ସୂଚନା ମିଳିନାହିଁ।

The post ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ମରଣାନ୍ତକ ଆକ୍ରମଣ, ଘରେ ପଶି ତିନିଥର ଛୁରୀ ଭୁସିଲେ appeared first on Dharitri Odia News.