ହଠାତ୍‌ ୩ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍‌ କଲେ ଅମିତ ଶାହା: ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ,୧୫।୭: ୟୁପି, ଆସାମ ଏବଂ ଗୁଜରାଟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସକ୍ରିୟ ହୋଇପଡିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ୟୁପି ମୁଖ୍ୟ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ଏହି ଆଲୋଚନା ସମୟରେ ଅମିତ ଶାହା ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବାକୁ ଆଶ୍ୱାସନା […] The post ହଠାତ୍‌ ୩ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍‌ କଲେ ଅମିତ ଶାହା: ଜାଣନ୍ତୁ କ’ଣ ରହିଛି କାରଣ appeared first on Dharitri Odia News.

ହଠାତ୍‌ ୩ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍‌ କଲେ ଅମିତ ଶାହା: ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ,୧୫।୭: ୟୁପି, ଆସାମ ଏବଂ ଗୁଜରାଟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସକ୍ରିୟ ହୋଇପଡିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ୟୁପି ମୁଖ୍ୟ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ।
ଏହି ଆଲୋଚନା ସମୟରେ ଅମିତ ଶାହା ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବାକୁ ଆଶ୍ୱାସନା ଦେଇଛନ୍ତି। ଲଗାତାର ବର୍ଷା ଯୋଗୁ ୟୁପି, ଆସାମ ଏବଂ ଗୁଜରାଟର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ଉତ୍ତରପ୍ରଦେଶରେ ନଦୀର ଜଳସ୍ତର ବଡୁଥିବାରୁ ୭୫୦ରୁ ଅଧିକ ଗାଁ ବନ୍ୟା ପ୍ରଭାବିତ ହୋଇଛି। ୟୁପି ରିଲିଫ ବିଭାଗ ନିକଟରେ କହିଛନ୍ତି, ବର୍ଷା ହେତୁ ଅନେକ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି ଏବଂ ଏହାକୁ ଦୃଷ୍ଟିରେ ରଖି ୩ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଆସାମରେ ବନ୍ୟା ଯୋଗୁ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। କଚ୍ଛାର, ଚିରଙ୍ଗ, ଡାରଙ୍ଗ, ଧମାଜୀ, ଧୁବ୍ରି, ଡିବ୍ରୁଗଡ, ଗୋଲପାରା, ଗୋଲାଘାଟ, ଜୋରହାଟ, କାମରୂପ, କାମରୂପ ମହାନଗର, କରିମଗଞ୍ଜ, ମାଜୁଲି, ମୋରିଗାଓଁ, ନାଗାଓଁ, ନାଲବାରୀ ଏବଂ ସିଭାସାଗର ଜିଲା ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି।

The post ହଠାତ୍‌ ୩ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍‌ କଲେ ଅମିତ ଶାହା: ଜାଣନ୍ତୁ କ’ଣ ରହିଛି କାରଣ appeared first on Dharitri Odia News.