କିଏ ସେହି ରୁତା ଆହାଦ, ଯିଏ କଲାମଙ୍କୁ ଓସାମା ବିନ ଲାଦେନଙ୍କ ସହ କଲେ ତୁଳନା, ବଢୁଛି ଉତ୍ତେଜନା

ମୁମ୍ବାଇ,୨୭।୯: ରୁତା ଆହାଦ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ସେ ଏକ ସ୍କୁଲ କାର୍ଯ୍ୟକ୍ରମରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପିଲାମାନେ ଓସାମା ବିନ ଲାଡେନଙ୍କ ଜୀବନୀ ପଢିବା ଉଚିତ୍‌। ଜାଣନ୍ତୁ ରୁତା ଆହାଦ କିଏ, ଯାହାର ବୟାନକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ସର୍ବପ୍ରଥମେ, ରୁତା ଆହାଦଙ୍କ ବିବାଦୀୟ ବକ୍ତବ୍ୟ କ’ଣ ଜାଣିବା। ଗୁରୁବାର ଠାଣେରେ ଏକ ସାଧାରଣ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ସମ୍ବୋଧିତ କରି ରୁତା ଆହାଦ କହିଛନ୍ତି, ତୁମେ ଓସାମା […] The post କିଏ ସେହି ରୁତା ଆହାଦ, ଯିଏ କଲାମଙ୍କୁ ଓସାମା ବିନ ଲାଦେନଙ୍କ ସହ କଲେ ତୁଳନା, ବଢୁଛି ଉତ୍ତେଜନା appeared first on Dharitri Odia News.

କିଏ ସେହି ରୁତା ଆହାଦ, ଯିଏ କଲାମଙ୍କୁ ଓସାମା ବିନ ଲାଦେନଙ୍କ ସହ କଲେ ତୁଳନା, ବଢୁଛି ଉତ୍ତେଜନା

ମୁମ୍ବାଇ,୨୭।୯: ରୁତା ଆହାଦ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ସେ ଏକ ସ୍କୁଲ କାର୍ଯ୍ୟକ୍ରମରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପିଲାମାନେ ଓସାମା ବିନ ଲାଡେନଙ୍କ ଜୀବନୀ ପଢିବା ଉଚିତ୍‌। ଜାଣନ୍ତୁ ରୁତା ଆହାଦ କିଏ, ଯାହାର ବୟାନକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ସର୍ବପ୍ରଥମେ, ରୁତା ଆହାଦଙ୍କ ବିବାଦୀୟ ବକ୍ତବ୍ୟ କ’ଣ ଜାଣିବା।
ଗୁରୁବାର ଠାଣେରେ ଏକ ସାଧାରଣ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ସମ୍ବୋଧିତ କରି ରୁତା ଆହାଦ କହିଛନ୍ତି, ତୁମେ ଓସାମା ବିନ ଲାଡେନଙ୍କ ଜୀବନୀ ପଢିବା ଉଚିତ୍‌। ଯେହେତୁ ଏପିଜେ ଅବଦୁଲ କଲାମ ରାଷ୍ଟ୍ରପତି ହୋଇଥିଲେ, ଓସାମା ବିନ ଲାଡେନ ଆତଙ୍କବାଦୀ ହୋଇଥିଲେ। କିନ୍ତୁ ସେ କାହିଁକି ଆତଙ୍କବାଦୀ ହୋଇଗଲେ। ସମାଜ ନିଜେ ହିଁ ତାଙ୍କୁ ଏହିପରି ହେବାକୁ ବାଧ୍ୟ କଲା । ଜନ୍ମରୁ ସେ ଆତଙ୍କବାଦୀ ନ ଥିଲେ। ସେ ନିରାଶା ବା ଫ୍ରସଷ୍ଟେଶନରୁ ଆତଙ୍କବାଦୀ ହୋଇଗଲେ। ଯାହା ପରେ ତାଙ୍କ ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଅନେକ ପ୍ରତିକ୍ରିୟା ଆସୁଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଆହାଦ ଶୁଣିବାକୁ ମିଳୁଛି, ଓସାମା ବିନ ଲାଦେନଙ୍କ ଜୀବନୀ ପଢନ୍ତୁ। ଯେପରି ଏପିଜେ ଅବଦୁଲ କଲାମ ସାହେବ ହୋଇଥିଲେ, ଓସାମା ମଧ୍ୟ ଆତଙ୍କବାଦୀ ହୋଇଥିଲେ। କିନ୍ତୁ ସେ କାହିଁକି ଆତଙ୍କବାଦୀ ହୋଇଗଲେ। ସେ ଆତଙ୍କବାଦୀ ଭାବେ ଜନ୍ମ ହୋଇନାହାଁନ୍ତି।
ରୁତା ଆହାଦ ଶରଦ ପାୱାର ଦଳର ଏନସିପି ନେତା ଜିତେନ୍ଦ୍ର ଆହାଦଙ୍କ ପତ୍ନୀ। ସେମାନଙ୍କର ଏକ ଝିଅ ଅଛି, ନତାଶା ଆହାଦ। ତାଙ୍କ ପିତା ହେଉଛନ୍ତି ଟ୍ରେଡ ୟୁନିଅନର ନେତା ଦତ୍ତା। ଜିତେନ୍ଦ୍ର ଆହାଦ ମହାରାଷ୍ଟ୍ରର ଜଣେ ଭାରତୀୟ ରାଜନେତା। ସେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର। ଜିତେନ୍ଦ୍ର ଆହାଦ ଥାନେ ଜିଲାର ମୁମ୍ବ୍ରା-କାଲୱାରରୁ ତିନିଥର ବିଧାୟକ ରହିଛନ୍ତି। ସେ ମଧ୍ୟ ଶରଦ ପାୱାରଙ୍କର ଜଣେ ଘନିଷ୍ଠ ସହଯୋଗୀ ।

The post କିଏ ସେହି ରୁତା ଆହାଦ, ଯିଏ କଲାମଙ୍କୁ ଓସାମା ବିନ ଲାଦେନଙ୍କ ସହ କଲେ ତୁଳନା, ବଢୁଛି ଉତ୍ତେଜନା appeared first on Dharitri Odia News.