ଖୋର୍ଦ୍ଧାରେ ଫୁଡ୍ପାର୍କ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ଯୁବଗୋଷ୍ଠୀ ପାଇଁ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର,୧୬ା୨(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାଠାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଖୋର୍ଦ୍ଧାଠାରେ ଇଡ୍କୋ ଦ୍ୱାରା ନିର୍ମାଣ କରାଯାଇଥିବା ନୂତନ ଫୁଡ୍ପାର୍କକୁ ମୁଖ୍ୟମନ୍ତ୍ରୀ ଗୁରୁବାର ଉଦ୍ଘାଟନ କରିଥିବା ବେଳେ କାଳିବେଟି ନିକଟରେ ନୂତନ ଶିଳ୍ପ ପାର୍କର ଶିଳାନ୍ୟାସ କରିଛନ୍ତି। ଫୁଡ୍ପାର୍କରେ ପେପ୍ସି, ନେସ୍ଲେ, ଇଣ୍ଡୋ ନିସିନ ଶିଳ୍ପ ସହ ସେମାନଙ୍କ ଅନ୍ୟାନ୍ୟ ଆନୁଷଙ୍ଗିକ ଫୁଡ୍ ୟୁନିଟ୍ ନିର୍ମାଣ କରିବେ। କାଳିବେଟିଠାରେ ପୋଷାକ ପ୍ରସ୍ତୁତକାରୀ କମ୍ପାନୀ, ଇପିକ, ମାସ୍ ହୋଲ୍ଡିଂସ, ଇଣ୍ଡିଆନ ଷ୍ଟିଚେସ୍ ଏବଂ […] The post ଖୋର୍ଦ୍ଧାରେ ଫୁଡ୍ପାର୍କ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ଯୁବଗୋଷ୍ଠୀ ପାଇଁ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ appeared first on Dharitri Odia News.
ଭୁବନେଶ୍ୱର,୧୬ା୨(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାଠାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଖୋର୍ଦ୍ଧାଠାରେ ଇଡ୍କୋ ଦ୍ୱାରା ନିର୍ମାଣ କରାଯାଇଥିବା ନୂତନ ଫୁଡ୍ପାର୍କକୁ ମୁଖ୍ୟମନ୍ତ୍ରୀ ଗୁରୁବାର ଉଦ୍ଘାଟନ କରିଥିବା ବେଳେ କାଳିବେଟି ନିକଟରେ ନୂତନ ଶିଳ୍ପ ପାର୍କର ଶିଳାନ୍ୟାସ କରିଛନ୍ତି। ଫୁଡ୍ପାର୍କରେ ପେପ୍ସି, ନେସ୍ଲେ, ଇଣ୍ଡୋ ନିସିନ ଶିଳ୍ପ ସହ ସେମାନଙ୍କ ଅନ୍ୟାନ୍ୟ ଆନୁଷଙ୍ଗିକ ଫୁଡ୍ ୟୁନିଟ୍ ନିର୍ମାଣ କରିବେ।
କାଳିବେଟିଠାରେ ପୋଷାକ ପ୍ରସ୍ତୁତକାରୀ କମ୍ପାନୀ, ଇପିକ, ମାସ୍ ହୋଲ୍ଡିଂସ, ଇଣ୍ଡିଆନ ଷ୍ଟିଚେସ୍ ଏବଂ ଅନ୍ୟାନ୍ୟ ବଡ଼ ବଡ଼ କମ୍ପାନୀ ସେମାନଙ୍କ ଶିଳ୍ପ ୟୁନିଟ୍ ସ୍ଥାପନ କରିବେ। ଏବେ ସୁଦ୍ଧା ୧୦ଟି ଶିଳ୍ପ ସଂସ୍ଥା ନିଜ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା କଠିନ ପରିଶ୍ରମର ଫଳସ୍ବରୂପ ଉକ୍ତ ଶିଳ୍ପ ସଂସ୍ଥା ନିଜର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଉକ୍ତ କମ୍ପାନୀଗୁଡ଼ିକ ରାଜ୍ୟରେ ହଜାର ହଜାର ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଏଥିସହିତ ଶିଳ୍ପ ଅଭିବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧାବାସୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।
ଏହି ଶିଳ୍ପାଞ୍ଚଳରେ ରାଜ୍ୟ ସରକାର ୩ଟି ବୃହତ୍ କର୍ମଜୀବୀ ମହିଳା ହଷ୍ଟେଲ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ସେହି ହଷ୍ଟେଲଗୁଡ଼ିକ ଡେରାସ, କାଳିବେଟି ଏବଂ ଭୁଇନପୁରଠାରେ ନିର୍ମାଣ କରାଯିବ। ଏହି କାର୍ଯ୍ୟକ୍ରମରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଶିଳ୍ପ ସଂସ୍ଥାଗୁଡ଼ିକର ବରିଷ୍ଠ ବ୍ୟକ୍ତି, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
The post ଖୋର୍ଦ୍ଧାରେ ଫୁଡ୍ପାର୍କ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ଯୁବଗୋଷ୍ଠୀ ପାଇଁ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ appeared first on Dharitri Odia News.