ରାଜ୍ୟରେ ବଢିଲା ବାର୍ଡ ଫ୍ଲୁ ଭୟ

ପୁରୀ,୧୦।୭: ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରେ ଡରାଇଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗ ଅଞ୍ଚଳରେ ବର୍ତ୍ତମାନ ଦେଖାଦେଇଛି କୁକୁଡ଼ା ମଡ଼କ । ଏନେଇ ଚାଷୀ ଚିନ୍ତାରେ ପଡିଥିବା ବେଳେ ଛାନିଆଁ ହୋଇପଡିଛନ୍ତି ସ୍ଥାନୀୟ ବାସିନ୍ଦା। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ କହିବା ଅନୁସାରେ ଡେଲାଙ୍ଗ ଅଞ୍ଚଳରେ ପ୍ରାୟ ୩ ହଜାର କୁକୁଡ଼ା ମରିଛନ୍ତି । ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି। ଏପରିକି ଫାର୍ମ ମାଲିକ ଏବଂ ଫାର୍ମରେ କାମ […] The post ରାଜ୍ୟରେ ବଢିଲା ବାର୍ଡ ଫ୍ଲୁ ଭୟ appeared first on Dharitri Odia News.

ରାଜ୍ୟରେ ବଢିଲା ବାର୍ଡ ଫ୍ଲୁ  ଭୟ

ପୁରୀ,୧୦।୭: ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରେ ଡରାଇଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗ ଅଞ୍ଚଳରେ ବର୍ତ୍ତମାନ ଦେଖାଦେଇଛି କୁକୁଡ଼ା ମଡ଼କ । ଏନେଇ ଚାଷୀ ଚିନ୍ତାରେ ପଡିଥିବା ବେଳେ ଛାନିଆଁ ହୋଇପଡିଛନ୍ତି ସ୍ଥାନୀୟ ବାସିନ୍ଦା। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ କହିବା ଅନୁସାରେ ଡେଲାଙ୍ଗ ଅଞ୍ଚଳରେ ପ୍ରାୟ ୩ ହଜାର କୁକୁଡ଼ା ମରିଛନ୍ତି । ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି। ଏପରିକି ଫାର୍ମ ମାଲିକ ଏବଂ ଫାର୍ମରେ କାମ କରୁଥିବା କର୍ମଚାରୀଙ୍କ ଘରକୁ ଯାଇ ଟିମ୍‌ ଥଣ୍ଡା ଜ୍ୱର ରୋଗୀଙ୍କ ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭେଟେରିନାରୀ ବିଭାଗ ରିପୋର୍ଟ ଦେବା ପରେ ଏହା ବାର୍ଡ ଫ୍ଲୁ କି ନୁହେଁ ତାହା ସ୍ପଷ୍ଟ ଜଣାପଡିବ।

କିଛି ମାସେ ତଳେ ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ଅନେକ କୁକୁଡ଼ା ଚାଷୀଙ୍କ ଫାର୍ମ ଖାଲି ହୋଇଯାଇଥିଲା। ତେବେ ଲକ୍ଷ ଲକ୍ଷ ଟଙ୍କା ଋଣ କରି କୁକୁଡା ଚାଷ କରିଥିବା ଚାଷୀ ବ୍ୟାଙ୍କ ଋଣ ପୈଠ କରିବା କଷ୍ଟକର ହୋଇପଡିଥିଲା। ବର୍ତ୍ତମାନ ପୁଣି ଋଣ କରି କୁକୁଡା ଚାଷ କରିବାକୁ ଚିନ୍ତା କଲେ ଡର ଲାଗୁଥିବା ଚାଷୀମାନେ ମତପ୍ରକାଶ କରିଛନ୍ତି। ବିଶେଷ କରି ପୂର୍ବରୁ ପୁରୀ ଜିଲା ପିପିଲି ସତ୍ୟବାଦୀ, ନିମାପଡ଼ା ଏବଂ ଡେଲାଙ୍ଗ ବ୍ଲକ ଅଞ୍ଚଳରେ ବାର୍ଡ ଫ୍ଲୁ ସଂକ୍ରମ ଦେଖାଦେଥିଲା।

The post ରାଜ୍ୟରେ ବଢିଲା ବାର୍ଡ ଫ୍ଲୁ ଭୟ appeared first on Dharitri Odia News.